February 26, 2026 3:20 am

ବନ୍ଦ ପାଳନ ବିଫଳ ବୋଲି କହିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର:ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରାକୁ ବିଫଳ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀକହିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟର କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରି ନାହାଁନ୍ତି । ପ୍ରକୃତ କୃଷକ ଆନ୍ଦୋଳନରେ ନାହାଁନ୍ତି। ରାଜରାସ୍ତାକୁ ଚାଷୀ ବାହାରି ନାହାନ୍ତି । ତେଣୁ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ ହେଲା। ପ୍ରମାଣ ହେଲା ଯେ ଚାଷୀ ମାନେ ସରକାରଙ୍କ ସହ ଅଛନ୍ତି। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ଯାହା ବିଫଳ ହୋଇଛି।ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଗତକାଲି ସୁଦ୍ଧା ରାଜ୍ୟରେ ୩୭ ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ ଟନ ଧାନ କିଣା ସରିଲାଣି । ୮ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ଯାଇ ସାରିଲାଣି । କିଛି ଜିଲ୍ଲାରେ ଧାନ କିଣା ସରି ଆସିଲାଣି । ଧାନ କିଣା ସୁରୁଖୁରୁରେ ଚାଲିଥିବା କହିଛନ୍ତି ମନ୍ତ୍ରୀ ।