February 26, 2026 2:35 pm

ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସବୁ ରାଜ୍ୟକୁ ସତର୍କ କଲା କାର୍ମିକ ମନ୍ତ୍ରଣାଳୟ । ଏଣିକି ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଅସମ୍ମାନ ଘଟଣାର ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପଦୋନ୍ନତି ରୋକିବା, ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ଦିଆଯିବ ବୋଲି ସତର୍କ କରାଇଦେଇଛି କେନ୍ଦ୍ର ।କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି ଯେ ବିଧାୟକ ଓ ସାଂସଦଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ନ ମାନିଲେ … Read more

ଆଇନ ମନ୍ତ୍ରୀଙ୍କ ବାସଭବନରେ ଦିଲ୍ଲୀପ ରାୟ

ଭୁବନେଶ୍ୱର: ଏବେ ବିଭିନ୍ନ ରାଜନୈତିକ ଦଳରେ ଆରମ୍ଭ ହୋଇଯାଇଛି ଆଲୋଚନା । ଆଗକୁ ଆସୁଛି ରାଜ୍ୟସଭା ନିର୍ବାଚନ । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ରାଜ୍ୟବାସୀଙ୍କ ଦୃଷ୍ଟି ରହିଛି । ଏହାରି ମଧ୍ୟରେ ଆଜି ସକାଳୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ରାଜ୍ୟ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦେଖା କରିବା ପାଇଁ ତାଙ୍କ ବସଭବନକୁ ଯାଇଥିଲେ । ବାହାରକୁ ଆସିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ … Read more

ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ। ଅଦାଲତ ଅବମାନନା ଅଭିଯୋଗରେ ସଚିବ ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ଼ ସ୍ବତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ଏହି ନିର୍ଦ୍ଦେଶ ରହିଛି । ସେମାନଙ୍କୁ ପରବର୍ତ୍ତୀ ଶୁଣାଣି … Read more

କଂଗ୍ରେସରୁ ଇସ୍ତଫା ଦେଲେ ୪୧ ନେତା

ଭୁବନେଶ୍ୱର: ମହମ୍ମଦ ମୋକିମ୍‌ ଙ୍କ ସମର୍ଥକ ସମୂହ ଇସ୍ତଫା ଦେଇଛନ୍ତି। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସର ବିବାଦ । ଦଳର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଦଳରୁ ନିଲମ୍ବିତ ହେଲା ଦିନରୁ ଲଗାତାର ଟାର୍ଗେଟ କରି ଆସୁଛନ୍ତି । ଏବେ ଦଳର ୪୧ ନେତା ସମୂହଭାବେ କଂଗ୍ରେସ ଛାଡ଼ିଛନ୍ତି । ତେବେ ଏମାନେ ସମସ୍ତେ ମହମ୍ମଦ ମୋକିମ୍‌ଙ୍କ ସମର୍ଥକ ବୋଲି ସୂଚନା ମିଳିଛି । ସେପଟେ ଏହି ୪୧ ଜଣଙ୍କ ମଧ୍ୟମରେ ରହିଛନ୍ତି ମୁଖପାତ୍ର, … Read more

ସରିଲା ରଥକାଠ ଅନୁକୂଳ

ପୁରୀ : ପରମ୍ପରା ଅନୁସାରେ ଶ୍ରୀପଞ୍ଚମୀ ଅବସରରେ କରାଯାଇଛି ରଥକାଠ ପୂଜାର୍ଚ୍ଚନା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ପୂଜାର୍ଚ୍ଚନା କରିଛନ୍ତି। ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଗତ ୨୦ ତାରିଖରେ ନୟାଗଡ଼ ବନଖଣ୍ଡରୁ ୮୩ ଖଣ୍ଡ ରଥକାଠ ପୁରୀ ଆସି ସାରିଛି। ତେବେ ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ରଥକାଠ ଆସି … Read more

ଆଲୋଚନା ପରେ ଧର୍ମଘଟ ଡାକରା ପ୍ରତ୍ୟାହୃତ କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବସ୍‌ ସେବା ସଂପ୍ରସାରଣକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆ ଯାଇଥିଲା। ହେଲେ ଆଲୋଚନା ପରେ ବସ ଧର୍ମଘଟରୁ ଓହରିବ ବୋଲି ସଂଘ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଘରୋଇ ବସ୍ ମାଲିକ ସଂଘର ବୈଠକ ପରେ ଏହି ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବ ଓ ପରିବହନ କମିଶନରଙ୍କ ସହିତ ଘରୋଇ ବସ ମାଲିକ ସଂଘର ଆଲୋଚନା ହୋଇଥିଲା।

ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ବିଜେଡି ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି lଓଡ଼ିଶାର ଚାଷୀମାନେ ଧାନ ସଂଗ୍ରହର ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି, ଯାହା ଓଡ଼ିଶାର ଇତିହାସରେ ପୂର୍ବରୁ କେବେ ଦେଖାଯାଇନଥିଲା । ଓଡ଼ିଶା ଏକ କୃଷିପ୍ରଧାନ ଅର୍ଥନୀତି ହୋଇଥିବାରୁ ୬୦ ପ୍ରତିଶତରୁ ଅଧିକ ଲୋକ ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି ।ଏ ନେଇ ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ … Read more