February 26, 2026 4:48 am

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

ନୂଆଦିଲ୍ଲୀ: ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ କରିଛନ୍ତି । ଭିଡ଼ିଓ କନଫେରନ୍ସିଂ ଜରିଆରେ ମୋଦି ଏହାର ଉନ୍ମୋଚନ କରିଛନ୍ତି । ଏହା ସହିତ ଦେଶର ପ୍ରଥମ ମହାକାଶ ଘରୋଇ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସର ଇନ୍ଫିନିଟି କ୍ୟାମ୍ପସ୍ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଆମର ଅଧିକାଂଶ ମହାକାଶ ଷ୍ଟାଟଅପ୍ ଅତି ଛୋଟ ଟିମରୁ ଆରମ୍ଭ ହୋଇଛି । ଏହି ଚିନ୍ତାଧାରା … Read more

ବସ୍‌ ଧର୍ମଘଟ ପ୍ରତ୍ୟାହୃତ…

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରେ ହେବାକୁଥିବା ବସ୍‌ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ। ବସ୍‌ ବନ୍ଦ ଡାକରା ପ୍ରତ୍ୟାହୃତ ନେଇ ଘରୋଇ ବସ୍‌ ସଂଘର ସୂଚନା। ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ଦିଆଯିବା ପରେ ବସ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ସୂଚନାଥାଉ କି, ପୋଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ରାଜ୍ୟ ସରକାର ଦେବେ ବୋଲି ଘୋଷଣା କରିଥିଲେ। ଏହା … Read more

ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପରେ ଗୃହ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ଏହା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ୩୦ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଜଣ ଦିବଙ୍ଗତ ପୂର୍ବତନ ବିଧାୟକ ଏବଂ ସହୀଦ କନଷ୍ଟେବଳଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଦିବଙ୍ଗତ ପୂର୍ବତନ ବଣାଇ ବିଧାୟକ ହେମେନ୍ଦ୍ର … Read more

ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର । ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ଏନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ଜିଲ୍ଲାପାଳ କହିଛନ୍ତି ଗୁଣ୍ଡିଚା ମନ୍ଦିର ନିକଟରୁ ହଟିଛି ଜବରଦଖଲ । ଭକ୍ତଙ୍କ ଦର୍ଶନ ପାଇଁ ହୋଇଛି ବ୍ୟବସ୍ଥା । ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ । … Read more

ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରଦାନ

ଭୁବନେଶ୍ୱର :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବୁଧବାର ଦିନ ୨୦୨୩,୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।୩ ବର୍ଷ ପାଇଁ ସର୍ବମୋଟ ୧୩୪ଜଣ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (ସର୍ବୋଚ୍ଚ ସମ୍ମାନ) ୬ଜଣଙ୍କୁ ପ୍ରଦାନ … Read more

ପାଣ୍ଡିଆନ ଙ୍କ ବିରୋଧ ରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ବିଜେଡିର ଶୋଚନୀୟ ପରାଜୟ ପରେ ଦଳରେ ପାଣ୍ଡିଆନଙ୍କ ହାକିମାତିକୁ ନେଇ କୁହୁଳୁଥିବା ଅସନ୍ତୋଷ ଏବେ ଧୀରେ ଧୀରେ ବିସ୍ଫୋରକ ରୂପ ନେଉଛି । ଦଳର ଜଣେପରେ ଜଣେ ନେତା ମୁହଁ ଖୋଲିବାରେ ଲାଗିଛନ୍ତି । ଦେବାଶୀଷ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇବା ସହ ସିଧାସଳଖ ପାଣ୍ଡିଆନଙ୍କ ଏକଚାଟିଆ ନୀତି ଓ ନବୀନ ନିବାସରେ ଚାଲିଥିବା ଅଘୋଷିତ କଟକଣା ବିରୋଧରେ ମୁହଁ ଖୋଲିଛନ୍ତି ।ସାଂସଦ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଛନ୍ତି ଯେ,ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ … Read more