June 3, 2026 4:52 pm

ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନର ସାରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିହାରରେ ଏନ୍‌ଡିଏ ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସୁଥିବା ହେତୁ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଶହ ଶହ ବିଜେପି କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ପାରମ୍ପରିକ ନୃତ୍ୟବାଦ୍ୟରେ ତାଙ୍କୁ ସ୍ବାଗତ କରିଛନ୍ତି ଦଳୀୟ ନେତା। ବିମାନବନ୍ଦରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ବିଭୁ ପ୍ରସାଦ … Read more

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ସେହିପରି ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ। ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ।

G20 ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି। ସେ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୦ ତମ G20 ଶିଖର ସମ୍ମିଳନୀରେ ଯୋଗଦେବେ। ବିକାଶଶୀଳ ଦେଶମାନଙ୍କରେ ଏହା ଲଗାତାର ଚତୁର୍ଥ G20 ଶିଖର ସମ୍ମିଳନୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ, ଅନେକ ବିଶ୍ୱ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି G20 ଶିଖର ସମ୍ମିଳନୀରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ।ମିଳିଥିବା ସୂଚନା … Read more

ଲୁଣ ବଦଳରେ ଥିମେଟ ଖାଇ ୩ ଶିଶୁ ଗୁରୁତର ଅବସ୍ଥାରେ ମେଡିକାଲରେ

ବାଲେଶ୍ବର: ଲୁଣ ଭାବି ଥିମେଟ ଖାଇ ୩ ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ୩ ଶିଶୁ ଅଜାଣତରେ ଥିମେଟ ଖାଇ ଗୁରୁତର ହୋଇପଡିଥିଲେ। ସୂଚନା ମୁତାବକ ଉକ୍ତ ଗ୍ରାମର ବାବୁଲା ସିଂ ପୁଅ ଯୁବରାଜ ସିଂ(୮), ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ(୫), ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ(୪) ଅପରାହ୍ନ ସମୟରେ … Read more

ବିଭ୍ରାନ୍ତିକର ‘ORS’ ଉତ୍ପାଦକୁ ତୁରନ୍ତ ହଟାଇବାକୁ FSSAI ର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉପଭୋକ୍ତାମାନଙ୍କୁ ବିଭ୍ରାନ୍ତ କରୁଥିବା ‘ORS’ ଲେବଲ୍ ଲାଗିଥିବା ସମସ୍ତ ଉତ୍ପାଦକୁ ତୁରନ୍ତ ବଜାରରୁ ହଟାଇବା ପାଇଁ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI) ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛି। ନଭେମ୍ବର 19 ତାରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି, ଫଳ-ଆଧାରିତ ପାନୀୟ, ରେଡି-ଟୁ-ସର୍ଭ ଡ୍ରିଙ୍କ୍, ଇଲେକ୍ଟ୍ରୋଲାଇଟ୍ ବେଭରେଜ୍ ଏବଂ ଅନ୍ୟାନ୍ୟ ଉତ୍ପାଦ, ଯେଉଁଥିରେ ‘ORS’ ଶବ୍ଦ ଏକାକୀ କିମ୍ବା କୌଣସି … Read more

ସୁଚିସ୍ମିତା ଦାସ ହେଲେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ

ଯାଜପୁର: ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ସୁଚିସ୍ମିତା ଦାସ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମୋଟ ୪୫ ପଞ୍ଚାୟତକୁ ନେଇ ଗଠିତ ଧର୍ମଶାଳା ବ୍ଲକରେ ଅଧ୍ୟକ୍ଷଭାବେ ନିର୍ବାଚିତ ହେବା ପାଇଁ ୨୩ ଜଣ ସମିତି ସଭ୍ୟ/ସଭ୍ୟାଙ୍କ ସମର୍ଥନ ଆବଶ୍ୟକ ରହିଥିଲା। ଗୁରୁବାର ଦିନ ପୂର୍ବାହ୍ନ ୧୧ଟା ଯାଏଁ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ସମୀର ରଞ୍ଜନ ଦାସ ତାଙ୍କୁ … Read more