December 6, 2025 2:36 pm

ଅସୁରକ୍ଷିତ କୋଠା ଭାଙ୍ଗିବାରେ ବିଳମ୍ବ କୁ ନେଇ ପ୍ରଶ୍ନ କଲେ ହାଇକୋର୍ଟ

କଟକ: ମଣିସାହୁ ଛକ କୋଠା ବାଲକୋନୀ ଭୁଶୁଡିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ହାଇକୋର୍ଟ । ସହର ଭିତରେ ଏଭଳି କେତେ ଅସୁରକ୍ଷିତ କୋଠା ଅଛି, ତାକୁ ଭାଙ୍ଗିବାରେ ବିଳମ୍ବ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହାଇକୋର୍ଟରେ ଜବାବ ରଖିଲେ କଟକ ଅତିରିକ୍ତ ଜିଲ୍ଲାପାଳ । ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଜବାବ ରଖିଛନ୍ତି ।କଟକ ଅତିରିକ୍ତ ଜିଲ୍ଲାପାଳ ଦେଇଥିବା ତଥ୍ୟ ମୁତାବକ, ସହର ଭିତରେ ଏବେ ୨୨୧ଟି ଅସୁରକ୍ଷିତ କୋଠା ରହିଛି … Read more

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ; ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ

ମାଲକାନଗିରି: ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲାକିନଗିରିରେ । ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ। ଆଜି ଓଡ଼ିଶାର ଜଣେ OSRTC ବସ୍ ଡ୍ରାଇଭରଙ୍କ ହୃଦଘାତ ହୋଇଥିଲା, କିନ୍ତୁ ସେ ସାହସର ସହିତ ପ୍ରଥମେ ବସ୍‌ଟିକୁ ସୁରକ୍ଷିତ ଭାବରେ ରାସ୍ତା କଡ଼କୁ ସାଇଡ କରିଦେଇଥିଲେ। ଫଳରେ ବସ୍‌ରେ ଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ମୃତ ଡ୍ରାଇଭର ପି ସାଇକୃଷ୍ଣ ବୋଲି … Read more

ବିଧାୟକ ଜୟ ଢୋଲକିଆ ଶପଥ ନେଲେ..

ଭୁବନେଶ୍ୱର: ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ବିଧାନସଭାରେ ଶପଥ ନେବା ସମୟରେ ସପରିବାରର ଉପସ୍ଥିତିରେ ଜୟ ଶପଥ ଗ୍ରହଣ କରିଥିଲେ ।ସୂଚନାଥାଉ କି, ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ରେକର୍ଡ ସଂଖ୍ୟକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ଉପନିର୍ବାଚନରେ ଜୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ … Read more

ଓଡ଼ିଶା ପାଇଁ ଗର୍ବ ଓ ଗୌରବ: ପାରା ସନ୍ତରଣ ଦଳ

ଭୁବନେଶ୍ୱର: ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ପ୍ରତିଯୋଗିତାରେ ସେମାନେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ କରିଛନ୍ତି। ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ପାରା ସନ୍ତରଣ ଦଳର କ୍ରୀଡ଼ାବିତ୍‌ମାନଙ୍କୁ ବୁଧବାର ଦିନ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।“ପାରା କ୍ରୀଡ଼ାବିତ୍‌ମାନଙ୍କ ଏହି ଚମତ୍କାର … Read more

ହ୍ୱାଟ୍ସଆପ୍‌ ଉପଭୋକ୍ତାଙ୍କ ଫୋନ୍ ନମ୍ବର,ପ୍ରୋଫାଇଲ୍ ଫଟୋ ଲିକ୍

ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ରେ ଏକ ବଡ଼ ତ୍ରୁଟି ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ଫୋନ୍ ଉପଭୋକ୍ତାଙ୍କ ଫୋନ୍ ନମ୍ବର ଏବଂ ଅନେକଙ୍କର ପ୍ରୋଫାଇଲ୍ ଫଟୋ ଲିକ୍ ହୋଇଯାଇଥିବା ଜଣାପଡ଼ିଛି। ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ‘ଫ୍ଲ’କୁ ଆବିଷ୍କାର କରିଛନ୍ତି। ହ୍ୱାଟ୍ସଆପ୍‌ ‘କଣ୍ଟାକ୍ଟ ଡିସ୍କଭରି’ ଟୁଲ୍‌ରେ ଥିବା ‘ରେଟ୍ ଲିମିଟିଂ’ ଅଭାବ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। ଏହି ତ୍ରୁଟି ଯୋଗୁଁ ଗବେଷକମାନେ ସରଳ ଟେକ୍ନିକ୍ ବ୍ୟବହାର କରି ୩.୫ ବିଲିୟନ ସକ୍ରିୟ ହ୍ୱାଟ୍ସଆପ୍‌ ଆକାଉଣ୍ଟ୍‌ର ଫୋନ୍ … Read more

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବକାରୀ ଅଧିକ୍ଷକ-ଏଏସ୍‌ଆଇ

କେନ୍ଦୁଝର: ଲାଞ୍ଚ ନେବା ହେଲା କାଳ, ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜଣେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନୀଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ ଥାନା ଏଏସଆଇ କମ ଓଆଇସି ବିଜୟ କୁମାର ମହାନ୍ତ । ଘଟଣା ଅନୁସାରେ ଚମ୍ପୁଆ ଅବକାରୀ ଥାନା ଅନ୍ତର୍ଗତ ବି କରଞ୍ଜିଆ ଠିପି ବନ୍ଦ … Read more