December 6, 2025 1:18 pm

ନୂଆପଡା ଉପ ନିର୍ବାଚନ: ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

ଭୁବନେଶ୍ଵର: ଓଡିଶାର ଏକ ମାତ୍ର ବିଧାନସଭା ଆସନ ନୂଆପଡା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଭୋଟ ଗଣତି ଶେଷ ହୋଇଛି। ଏହି ଉପନିର୍ବାଚନର ଫଳାଫଳ ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗ ଅନୁଯାୟୀ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି। ଜୟ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩, ୭୪୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସେପଟେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତୃତୀୟ ସ୍ଥାନରେ ଅଛନ୍ତି। ଜୟ ଢୋଲକିଆ ମୋଟ … Read more

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନୂଆଦିଲ୍ଲୀ ଗସ୍ତ…

ଭୁବନେଶ୍ୱର : ଆଜି ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ ଅଂଶଗ୍ରହଣ କରି ନିଜର ଅବଦାନ ରଖିବା ସହ ରାଜ୍ୟର ଐତିହ୍ୟ, କଳା, ପରମ୍ପରା, ସଂସ୍କୃତିର ପ୍ରଦର୍ଶନ ଜାରି ରଖିଛି ।ସେହିପରି ୧୫ ତାରିଖରେ ସେ ଦିନିକିଆ ବେଙ୍ଗାଲୁରୁ … Read more

ଅଲ-ଫଲାହ ୟୁନିଭର୍ସିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ରଦ୍ଦ ହେଲା’ଏଆଇୟୁ’ ସଦସ୍ୟତା

ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀ ବିସ୍ଫୋରଣକୁ ନେଇ ଅଲ-ଫଲାହ ୟୁନିଭର୍ସିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସୋସିଏସନ ଅଫ ଇଣ୍ଡିଆନ ୟୁନିୟନ (ଏଆଇୟୁ) ହରିୟାଣାର ଫରିଦାବାଦସ୍ଥିତ ଅଲ-ଫଲାହ ୟୁନିଭର୍ସିଟିର ସଦସ୍ୟତା ରଦ୍ଦ କରିଦେଇଛି। ଏଣୁ ଅଲ-ଫଲାହକୁ ତତ୍କାଳ ପ୍ରଭାବରେ ଏଆଇୟୁର ଲୋଗୋ ହଟେଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୟୁନିଭର୍ସିଟିର କେତେକ ଡାକ୍ତରଙ୍କୁ ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଯାଞ୍ଚ ଏଜେନ୍ସୀ ଗିରଫ କରିଛନ୍ତି। ଅଲ-ଫଲାହ ୟୁନିଭର୍ସିଟି ତା ୱେବସାଇଟ୍ ରେ ପାଠ୍ୟକ୍ରମକୁ ନେଇ ଭୂଲ ସୂଚନା … Read more

ବାଲିଯାତ୍ରାର ଶେଷ ଦିନରେ ହେଲା ପ୍ରବଳ ଭିଡ଼,ଦୁଇ ଜଣ ହେଲେ ଅଚେତ

କଟକ : ବାଲିଯାତ୍ରା ର ଅନ୍ତିମ ଦିବସ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷ କରି ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସୋ’ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏପରିକି ପୁଲିସ ଓ ଲୋକ ହାତାହାତି ମଧ୍ୟ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସିପି ପହଞ୍ଚିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି … Read more

ପ୍ରସ୍ତାବିତ ସାଇନ୍ସ ସିଟି ସ୍ଥାନ ବୁଲିକି ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା ଏବଂ ଶିକ୍ଷା ପାଇଁ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଭୁବନେଶ୍ୱର ଠାରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ୧୦୦ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ । ଉକ୍ତ ସାଇନ୍ସ ସିଟି ନିର୍ମାଣ ଅଗ୍ରଗତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି … Read more