December 6, 2025 10:09 am

ଗ୍ରୀନ୍‌ ଇଣ୍ଡିଆ କମ୍ପାନୀ ମାଲିକଙ୍କ ଘରେ ଇଡି ଚଢ଼ାଉ

ବ୍ରହ୍ମପୁର: ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ବ୍ରହ୍ମପୁରର ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ରେଡ୍ କରିଛି। ଲୋକଙ୍କଠୁ ପାଖାପାଖି ୫୦୦ କୋଟି ଠକେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ। ପରେ ପ୍ରଦୀପ ସିଂ ଓ ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତ ମାମଲାର ତଦନ୍ତ … Read more

ନୂଆପଡ଼ାବାସୀଙ୍କ ପାଇଁ କଂଗ୍ରେସର ଇସ୍ତାହାର ପତ୍ର..

ନୂଆପଡା: ନୂଆପଡ଼ା ମତଦାତାଙ୍କୁ ନିଜ ସପକ୍ଷରେ ଆଣିବାକୁ କଂଗ୍ରେସ ପକ୍ଷରୁ ଆଜି ଘୋଷଣା ପତ୍ର ଜାରି କରାଯାଇଛି । ନୂଆପଡ଼ାସ୍ଥିତ ଖୁଣ୍ଟିଆ ଭବନଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ପତ୍ର ଉନ୍ମୋଚନ କରାଯାଇଛି । ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଇସ୍ତାହାର ଉନ୍ମୋଚନ କରିଛନ୍ତି । ସଂକଳ୍ପ ପତ୍ରରେ କଂଗ୍ରେସ ଜିତିଲେ ନୂଆପଡ଼ାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଶୀତଳ ଭଣ୍ଡାର … Read more

ସାଲୁର ଘାଟିରେ ଜଳିଗଲା ବସ୍‌; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜୟପୁର: ଆଜି ସକାଳୁ ଘାଟିରେ ଓଏସଆରଟିସି ବସ୍‌ଟି ଜଳିଯାଇଥିବା ଖବର ମିଳିଛି । ଜୟପୁରର ପଟାଙ୍ଗୀ ବ୍ଲକ ସାଲୁର ଘାଟିରେ ଏକ ଯାତ୍ରୀବାହି ବସ୍‌ରେ ଏହି ଅଘଟଣ ଘଟିଯାଇଛି । ଯାହା ଫଳରେ ଏକ ବଡ ବିପଦରୁ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ ।ମିଳିଥିବା ଖବରରୁ ଜଣାପଡିଛି ଯେ, ଆଜି ସକାଳୁ ବସ୍‌ଟି ବିଜୟନଗର ଠାରୁ ଜୟପୁର ଅଭିମୁଖେ ବାହାରିଥିଲା । ଆନ୍ଧ୍ର ସୀମାନ୍ତ କେନାୱାଲାସର ପ୍ରଥମ ଘାଟି ଚଢୁଥିବା ବେଳେ ହଠାତ ବସ୍‌ ଇଂଜିନରୁ ଧୂଆଁ ବାହାରିଥିଲା … Read more

ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟିଦେଲା ଯୁବକ

ବାସୁଦେବପୁର : ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଅଭିଯୁକ୍ତ ଜଣକ ବିଷ୍ଣୁବିନ୍ଧା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ରାଜେନ୍ଦ୍ର ରାଉତଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆକ୍ରମଣକାରୀ ଯୁବକ ଜଣକ ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରୁଥିଲା। ନାବାଳିକାଙ୍କ ବାପା ଏହାକୁ ବିରୋଧ କରିଆସୁଥିଲେ। ବୁଧବାର ପୂର୍ବାହ୍ନରେ ରାଜେନ୍ଦ୍ର ଏ … Read more

ପରିବାର ବର୍ଗ ଙ୍କ ଅଭିଯୋଗ ଡିଜେ ଶବ୍ଦ ପାଇଁ ଚାଲିଗଲା ଦେବୀ ରଥଙ୍କ ଜୀବନ

ଭୁବନେଶ୍ୱର: ଯାତ୍ରା କଳାକାର ଦେବୀ ରଥଙ୍କ ହୃଦାଘାତ ରେ ମୃତ୍ୟୁ ପରେ ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଡିଜେର ବିକଟାଳ ଶବ୍ଦ ପାଇଁ ଦେବୀଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ତାଙ୍କର କହିବା ଅନୁଯାୟୀ, ଦେବୀ ରଥ ରାତିରେ ଖାଇ ପିଇ ସାରି ଶୋଇଥିଲେ । ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଥିଲା । କିନ୍ତୁ ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା … Read more