December 6, 2025 1:10 pm

ହାସ୍ୟ ଅଭିନେତା ଅସରାନୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ହାସ୍ୟ ଅଭିନେତା ଅସରାନୀଙ୍କର 84 ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ବରିଷ୍ଠ ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସୋମବାର ଅପରାହ୍ନ 3ଟାରେ ତାଙ୍କର ଦେହାନ୍ତ ହୋଇଛି lଗଣମାଧ୍ୟମକୁ ସୂଚନା ଦେଇ , ଅସରାନୀଙ୍କ ମ୍ୟାନେଜର ବାବୁ ଭାଇ କହିଛନ୍ତି ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସରାନିଙ୍କ ଫୁସଫୁସରେ ପାଣି ଜମିଥିବା ଜଣା ପଡ଼ିଥିଲା। ତାଙ୍କର ଚିକିତ୍ସା ଜାରି … Read more

ନିଶା ନିବାରଣ କେନ୍ଦ୍ରରେ ଅଘଟଣ: ଯୁବକ ମୃତ

କଟକ: ମାନସିକ ଦୁଶ୍ଚିନ୍ତାରେ ଥିଲେ ସୌମ୍ୟ । ସେଥିପାଇଁ ସେ ମାନସିକା ଚାପରୁ ମୁକ୍ତ ହେବାକୁ ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ । ଶେଷରେ ଯୁବକ ଜଣକ ଶବ ହୋଇ ଫେରିଛନ୍ତି । ପୁଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କଟକ ସଦର ଥାନା ଉତ୍ତମାପୁରରେ ଥିବା ସଂପର୍କ ନିଶାମୁକ୍ତି କେନ୍ଦ୍ର ବିରୋଧରେ ଏଭଳି ଅଭିଯୋଗ ଆସିଛି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର । … Read more

ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ

ଭୁବନେଶ୍ୱର: ଦୀପାବଳି ପାଳନ ପରେ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଯାଇଛି। କାରଣ ଗତକାଲି ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସ୍ତର ବଢିଯାଇଛି। ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାତି ୯.୩୦ ସୁଦ୍ଧା ଦୃଶ୍ୟମାନତା ୫୦୦ ମିଟରକୁ ହ୍ରାସ ପାଇଲା। ସହରର ବାୟୁ ଗୁଣବତ୍ତା “ଗମ୍ଭୀର” ବର୍ଗକୁ ଖସିଗଲା, ସନ୍ଧ୍ୟା ୭ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୬୫୭ ଛୁଇଁଛି। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ। ରସୁଲଗଡ଼, ବରମୁଣ୍ଡା … Read more

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଜାପାନ ସଂସଦ ତାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ଟାକାଇଚିଙ୍କୁ ନିଯୁକ୍ତ କରିଛି। ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ର ପ୍ରମୁଖ ୬୪ ବର୍ଷୀୟ ତାକାଇଚି ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବାଙ୍କ ସ୍ଥାନ ନେବେ । ଜାପାନ ପାଇଁ ଏହା ଏକ ଐତିହାସିକ ଘଟଣା । ଏଲଡିପି ତାକାଇଚିଙ୍କୁ ନିଜର ନେତା ଭାବେ ଚୟନ କରିଛି । ସାନାଏ କେବଳ ଏଲଡିପିର ନେତା ଭାବେ ନିର୍ବାଚିତ ହେବାରେ ପ୍ରଥମ ମହିଳା ନୁହନ୍ତି ବରଂ କୌଣସି ରାଜନୈତିକ ପୃଷ୍ଠଭୂମି … Read more

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ

ନୂଆପଡା: ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ , ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜା ରାମ … Read more