February 26, 2026 4:55 am

ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ, ଦିଲ୍ଲୀରେ ରହି ନିୟନ୍ତ୍ରଣ କରୁଥିଲା ଶଙ୍କର ପୃଷ୍ଟି

ଭୁବନେଶ୍ୱର: SI ନିଯୁକ୍ତି ପରୀକ୍ଷା ଜାଲିଆତି ତଦନ୍ତରୁ ହୋଇଛି ପର୍ଦ୍ଦାଫାସ । ଜଣା ପଡ଼ିଛି, ଦୁଇଟି ମଡ୍ୟୁଲରେ ହୋଇଥିଲା ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ । ଗୋଟିଏ ବିଜୟନଗରମ ମଡୁଲ ଓ ଅନ୍ୟଟି ଦୀଘା ମଡୁଲ । ଦୁଇଟି ମଡ୍ୟୁଲକୁ ଦିଲ୍ଲୀରେ ରହି ନିୟନ୍ତ୍ରଣ କରୁଥିଲା ପଞ୍ଚସଫ୍ଟର ମାଲିକ ଶଙ୍କର ପୃଷ୍ଟି । ବିଜୟନଗରମ ମଡ୍ୟୁଲ ଦାୟିତ୍ବରେ ଥିବା ମୁନା ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଦୀଘା ମଡୁଲର ନେତୃତ୍ବ ନେଉଥିଲା ଅରବିନ୍ଦ ଦାସ … Read more

ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଗୁଜରାଟ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂଆ କ୍ୟାବିନେଟ ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି । ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଛନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ଜିତେନ୍ଦ୍ର ବାଘାନୀ ଏବଂ ଅର୍ଜୁନ ମୋଢ଼ୱାଡିୟା ଗୁଜରାଟର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜାମନଗର ଉତ୍ତରରୁ ବିଧାୟିକା ରୀବାବା ଜାଡେଜା ଶପଥ … Read more

ଟ୍ରମ୍ପ ଙ୍କ ଦାବିକୁ ଖଣ୍ଡନ କଲେ ଭାରତ ସରକାର

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଦାବିକୁ ଖଣ୍ଡନ କରିଛନ୍ତି ଭାରତ ସରକାର। ସୂଚନା ମୁତାବକ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଋଷଠୁ ଆଉ ତେଲ କିଣିବେ ନାହିଁ ବୋଲି ସୂଚନା ଦେଇଥିବା ନେଇ ଟ୍ରମ୍ପ ଦାବି କରିଥିଲେ। ତେବେ ଏନେଇ ଭାରତର ବିଦେଶ ମନ୍ତ୍ରଣାଳୟ ସୂଚନା ଜାରି କରି କହିଛି ଯେ, ଗତ ବୁଧବାରଠୁ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ଭିତରେ କୌଣସି ପ୍ରକାର ଯୋଗାଯୋଗ ହୋଇନାହିଁ। ଗୁରୁବାର ଭାରତର ବିଦେଶ ମନ୍ତ୍ରଣାଳୟ(MEA) ଏକ ପ୍ରେସ ବିବୃତି … Read more

ବିଜେଡିକୁ ଫେରିଲେ ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପ ସିଂ ମାଝୀ

ଭୁବନେଶ୍ବର: ଗୁରୁବାର ଦିନ ବିଜେଡିକୁ ଫେରିଛନ୍ତି ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପ ସିଂ ମାଝୀ। ଜଣେ ଦକ୍ଷ ଆଦିବାସୀ ନେତା ହେବା ସହ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡ଼ାର ସଭାପତି ତଥା ବିଶିଷ୍ଟ ସମାଜସେବୀ ଭାବେ ଜିଲ୍ଲାରେ ସେ ଖୁବ୍ ପରିଚିତ। ଭାନୁପ୍ରତାପଙ୍କୁ ପୁନଃ ଦଳରେ ସାମିଲ କରାଯିବାକୁ ବିଜେଡି ପକ୍ଷରୁ କୁହାଯାଇଛି ଯେ, ସେ ଆଜି ପୁଣି ଆମ ପରିବାରର ସଦସ୍ୟ ହେଲେ। ସେହିଭଳି ଭାନୁ ପ୍ରତାପ କହିଛନ୍ତି, ‘‘ପୂର୍ବରୁ ଜନତା ଦଳ ଥିବା … Read more

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା

ଭୁବନେଶ୍ବର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ନୂଆ ଟିମ୍ ଘୋଷଣା କରାଯାଇଛି। ଏଥିରେ ୧୦ ଉପସଭାପତି ରହିଛନ୍ତି। ସେହିପରି ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଉପସଭାପତି ଭାବେ ଡ. ଜତିନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ. ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର କୁମାର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ … Read more