May 30, 2026 7:11 am

ମାରିଆ କୋରିନାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ଅନେକ ପ୍ରଚାର କରିବା ସତ୍ତ୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରିନାହିଁ। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ମାନବାଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏକଛତ୍ରବାଦୀ ଶାସନର ଅନ୍ତ ଘଟାଇବା ପାଇଁ ଏକ ଶାନ୍ତିପୂର୍ଣ୍ଣ ସଂଘର୍ଷର ନେତୃତ୍ୱ ନେଇଥିବାରୁ ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମାରିଆଙ୍କୁ ଭେନେଜୁଏଲାର ‘ଆଇରନ୍ ଲେଡି’ ବୋଲି କୁହାଯାଏ। ଘୋଷଣା କରିବା ସମୟରେ ନୋବେଲ କମିଟି କହିଛି ଯେ, “ଭେନେଜୁଏଲାର ଲୋକଙ୍କ ପାଇଁ … Read more

କାବୁଲରେ ଦୂତାବାସ ଖୋଲିବ ଭାରତ: ଜୟଶଙ୍କର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏହି ଘୋଷଣା କରିଛନ୍ତି । ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ କରିଛି । ଆଫଗାନ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆତଙ୍କବାଦ ବିରୋଧୀ ଲଢେଇରେ ଆଫଗାନ ସବୁବେଳେ ଆମ ସହ ରହିଛି । ପହଲଗାମ ଆକ୍ରମଣର ନିନ୍ଦା ମଧ୍ୟ କରିଥିବା କହିଛନ୍ତି … Read more

ସବ୍ଇନସ୍ପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନାଙ୍କୁ ନିଳମ୍ବିତ କଲେ ଭଦ୍ରକ ଏସପି ମନୋଜ୍ ରାଉତ। ଏକ ଘରୋଇ ମାମଲା ଥାନାରେ ରୁଜୁ ହେବା ପରେ ତଦନ୍ତ କରିବାକୁ ଯାଇଥାନ୍ତେ ତଦନ୍ତକାରୀ ପୋଲିସ। କିନ୍ତୁ ନିଜେ ନଯାଇ ସରକାରୀ ବାଇକ୍ ଦେଇ ଜଣେ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଦେଲେ ପୋଲିସ ବାବୁ। ମଧ୍ୟସ୍ଥି ଜଣକ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ପଚରାଉଚରା କରିବା ପରେ କିଛି ଟଙ୍କା ମଧ୍ୟ … Read more

କୋଲଡ୍ରିଫ୍” କଫ୍ ସିରପ୍ କମ୍ପାନୀର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ : ”କୋଲଡ୍ରିଫ୍” କଫ୍ ସିରପ୍ ଯୋଗୁଁ ଅତି କମରେ ୨୨ ଜଣ ଶିଶୁଙ୍କ ମୃତ୍ୟୁ ପରେ ଶ୍ରୀସାନ୍ ଫାର୍ମାସିଟିକାଲ୍ସ କମ୍ପାନୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶ୍ରୀସାନ୍ ଫାର୍ମାସିଟିକାଲ୍ସ କମ୍ପାନୀର ଲାଇସେନ୍ସ ରଦ୍ଦ କରିଛନ୍ତି ତାମିଲନାଡ଼ୁ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ ଗୁରୁବାର ଘୋଷଣା କରିଛନ୍ତି । ଏହା ପୂର୍ବରୁ କମ୍ପାନୀର ମାଲିକ ଜି. ରଙ୍ଗନାଥନଙ୍କୁ ଗିରଫ କରାଯାଇଛି । ତାମିଲନାଡୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି … Read more

ଆସାମ ରେ ବିଜେପିକୁ ଝଟକା: ଦଳ ଛାଡ଼ିଲେ ୧୮ ନେତା

ଆସାମ :ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଝଟ୍‌କା । ଚାରିଥରର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେନ ଗୋହାଇନ ବିଜେପିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ବିଜେପି ଛାଡ଼ିଛନ୍ତି ୧୮ ଜଣ ନେତା । ୭୪ ବର୍ଷୀୟ ରାଜେନ ଗୋହାଇନ୍ ୩୪ ବର୍ଷ ଧରି ବିଜେପି ସହ ସଂପୃକ୍ତ ଥିଲେ। ଆରଏସଏସ୍ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ବିଜେପି ଏହାର ମୂଳ ଆଦର୍ଶ ଓ ଆଞ୍ଚଳିକ ପ୍ରତିବଦ୍ଧତାରୁ ଓହରି ଯାଇଥିବା ଅଭିଯୋଗ କରି … Read more

ପୋଲିସ SI ନିଯୁକ୍ତି ଦୁର୍ନୀତି,’ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା। ରେଡ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। HR ମ୍ୟାନେଜର୍, ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ ହେଡ୍‌ଙ୍କୁ ନୋଟିସ୍ ହୋଇଛି। ସେମାନଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ସୂଚନା ଅନୁଯାୟୀ, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି … Read more