December 6, 2025 10:09 am

କଟକ ଗଣ୍ଡଗୋଳ ଘଟଣାରେ ୮ଜଣଙ୍କୁ ଗିରଫ କଲା ପୋଲିସ

କଟକ :କଟକ ଗଣ୍ଡଗୋଳ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‍ ଦେବଦତ୍ତ ସିଂହ । ଆଗକୁ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ବୋଲି ସେ କହିଛନ୍ତି । ୩ଟି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୋଲିସ । ବିନା ଅନୁମତିରେ ଶୋଭାଯାତ୍ରା ବହାର କରିବା, ବେଆଇନ ଭାବେ ସହର ପରିକ୍ରମା କରି ଏକାଠି ହେବା, ପୋଲିସ ଉପରେ ଆକ୍ରମଣ … Read more

ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଲେ ଆଇନଜୀଵୀ

ସୁପ୍ରିମକୋର୍ଟ ପରିସରରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ବରିଷ୍ଠ ଓକିଲ ରାକେଶ କିଶୋର (୬୦) ପ୍ରଧାନ ବିଚାରପତି ବିଆର ଗବାଇଙ୍କ ଉପରକୁ ଜୋତା ଫିଙ୍ଗିଥିବା ନେଇ ସୂଚନା ମିଳିଛି। ଆଜି ପ୍ରଧାନ ବିଚାରପତି ବିଆର ଗବାଇ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ରାକେଶ କିଶୋର ନାମରେ ଜଣେ ଓକିଲ ପ୍ରଥମେ ଟେବୁଲ ବାଡ଼େଇଥିଲେ । ଟେବୁଲଟି ତଳେ ପଡ଼ିଯାଇଥିଲା । ଏହା ପରେ ଚପଲ ଫିଙ୍ଗିବାକୁ … Read more

ନୂଆପଡ଼ା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆପଡ଼ା:ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ବତନ୍ତ୍ର ବିମାନରେ ଆସି ଖରିଆରରୋଡ ଗୋତମାସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ l ସେଠୁ ସଡ଼କ ପଥରେ ନୂଆପଡ଼ା ଆସି ମିନି ଷ୍ଟାଡିୟମଠାରେ ଆୟୋଜିତ ସଭାରେ ସାମିଲ ହୋଇଛନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ … Read more

ହସ୍ପିଟାଲରେ ନିଆଁ ଲାଗି ଯିବାରୁ ୬ଜଣ ରୋଗୀଙ୍କ ମୁର୍ତ୍ୟୁ

ରାଜସ୍ଥାନ: ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ଘଟିଛି ବଡ଼ ଅଘଟଣ । ନିଆଁ ଲାଗିଯିବାରୁ ଚାଲିଯାଇଛି ୬ଜଣ ରୋଗୀଙ୍କ ଜୀବନ ।ରବିବାର ବିଳମ୍ବିତ ରାତିରେ ହସ୍ପିଟାଲର ଟ୍ରମା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ଶୀଘ୍ର ବ୍ୟାପି ଯାଇଥିଲା , ଯାହା ଫଳରେ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା । ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ରହିଥିଲେ । ନିଆଁର ପ୍ରକୋପ ଦେଖି, ୱାର୍ଡ … Read more

ମହିଳା ବିଶ୍ୱକପ ୨୦୨୫: ପାକିସ୍ତାନକୁ ହରାଇଲା ଭାରତ

କଲମ୍ବୋ:ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରି ଏକ ବିଶାଳ ବିଜୟ ହାସଲ କରିଛି। କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍‌ର ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା। ଜବାବରେ ପାକିସ୍ତାନ ଦଳ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।ଭାରତର କ୍ରାନ୍ତି ଗୌଡ଼ ତିନୋଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍‌ ହାସଲ କରି ପାକିସ୍ତାନୀ ବ୍ୟାଟିଂ ଧ୍ୱଂସ କରିଥିଲେ। ବ୍ୟାଟିଂରେ ହରଲିନ୍‌ ଦେଓଲ୍‌ଙ୍କ … Read more

କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ

କଟକ:ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଦରଘା ବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗୁ ହେବ, ଯାହା ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, … Read more