December 6, 2025 5:00 pm

ରାଜଭବନରେ ପହଞ୍ଚିଲେ; କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ସହିତ ସମସ୍ତ ବିଧାୟକ

ଭୁବନେଶ୍ୱର: ସରକାରୀ ବାସଭବନରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଚାଲିଥିବା ବୈଠକ ପରେ ରାଜଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜ ବାସଭବନରେ ପ୍ରାୟ ଦେଢଘଣ୍ଟା ଧରି ଧର୍ମେନ୍ଦ୍ରଙ୍କ ସହ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ସିଧା ରାଜଭବନକୁ ଯାଇଛନ୍ତି । ଏଥିସହ କେନ୍ଦ୍ରଶିକ୍ଷାମନ୍ତ୍ରୀ ମଧ୍ୟ ରାଜଭବନକୁ ଯାଇଛନ୍ତି । ସବୁ ବିଧାୟକ ମାନଙ୍କୁ ରାଜଭବନକୁ ଆସିବା ପାଇଁ କୁହାଯାଇଛି । ଜଣକ ପରେ ଜଣେ ବିଧାୟକ ଏବେ ରାଜଭବନରେ … Read more

ସିକିମ୍ ମୁଖ୍ୟମନ୍ତ୍ରୀ ଙ୍କ ଫେସବୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ବେଢା ଫଟୋ ଅପଲୋଡ

ଭୁବନେଶ୍ୱର: ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବର୍ତ୍ତମାନ ସେ ଏହି ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି । ତଥାପି ଏହି ପ୍ରସଙ୍ଗ ପୁଣି ଥରେ ଶ୍ରୀମନ୍ଦିର ନିୟମ ପାଳନ ନେଇ ପ୍ରଶ୍ନ ସୃଷ୍ଠି କରିଛି । ତେବେ … Read more

ଭାରତୀୟ ବାୟୁସେନା ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟାଫ୍‍ ସହକାରୀ ମୁଖ୍ୟ(ଶିକ୍ଷା) ଏୟାର ଭାଇସ୍‍ ମାର୍ଶାଲ୍‍ ହରଜିତ୍‍ ଏସ୍‍ ସିଦାନା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁସାରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ବାୟୁସେନାରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କର ସନ୍ତାନ ସନ୍ତତି, ବାୟୁସେନାର ଭେଟରାନ୍‍ କର୍ମଚାରୀ ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କ ପାଇଁ କିଟ୍‍ … Read more

ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ :କଂଗ୍ରେସ, ବିଜେପି ଭିତରେ ଗଣ୍ଡଗୋଳ

ବିହାର:ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିହାରର ରାଜଧାନୀ ପାଟନାରେ ଦୁଇ ଜାତୀୟ ଦଳର କର୍ମୀଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ। ଦଳୀୟ ପତାକା ଧରି ଦୁଇ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ କିଛି କର୍ମୀଙ୍କ ମୁଣ୍ଡ ଫାଟିଛି। ସେହିପରି ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟର ଗେଟ ମଧ୍ୟ ଭାଙ୍ଗି ଯାଇଛି। ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟର ଅଧିକାରୀ ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ … Read more

ଦେଶର ଜିଡିପିରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୫ ତ୍ରୈମାସିକରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୮ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଏହି ସଂଖ୍ୟା ଗତ ବର୍ଷର ସମାନ ତ୍ରୈମାସିକରେ ୬.୫ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଭଲ ଅଛି। ଯେତେବେଳେ, ପୂର୍ବ ତ୍ରୈମାସିକରେ ଜିଡିପି ହାର ୭.୪ ପ୍ରତିଶତ ଥିଲା। ଶିଳ୍ପ ଅଭିବୃଦ୍ଧି ଯୋଗୁଁ କାର୍ଯ୍ୟଦକ୍ଷତା ଉପରେ ଚାପ ପଡ଼ିଥିଲା। ଏହି ଅଭିବୃଦ୍ଧି ହାର ଆରବିଆଇର ୬.୫ ପ୍ରତିଶତ … Read more

ହକି ଏସିଆ କପରେ ଭାରତ ର ବିଜୟ ଅଭିଯାନ

ବିହାର ରାଜଗୀରେ ଆରମ୍ଭ ହୋଇଥିବା ହକି ଏସିଆ କପରେ ଭାରତୀୟ ଦଳ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲା ଚୀନକୁ ୪-୩ ଗୋଲରେ ହରାଇଛି ଭାରତ । ପ୍ରଥମ ମ୍ୟାଚରେ ଅଧିନାୟକ ହରମନପ୍ରୀତ ସିଂହ ହ୍ୟାଟ୍ରିକ୍ ଗୋଲ୍ କରିଥିଲେ ଏବଂ ଜୁଗରାଜ ସିଂହ ଗୋଟିଏ ଗୋଲ୍ କରିଥିଲେ l ଶୁକ୍ରବାର ଅପରାହ୍ନ ୩ଟାରେ ଆୟୋଜକ ଦଳ ଭାରତ ଏବଂ ଚୀନ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଭାରତକୁ ଝଟକା ଲାଗିଥିଲା … Read more