December 6, 2025 1:14 pm

ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ, ଡ. ଅରବିନ୍ଦ କୁମାର ପାଢୀ

ଭୁବନେଶ୍ୱର: ସମସ୍ତ କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଡ.ଅରବିନ୍ଦ କୁମାର ପାଢୀ। ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଯୋଗ ଦେବାକୁ ଦିଆଯାଇଛି ଅଲ୍‌ଟିମେଟମ୍‌ । ଯଦି ବିଭାଗର ନିର୍ଦ୍ଦେଶକୁ କେହି ନମାନନ୍ତି , ତେବେ ସେମାନଙ୍କ ଦରମା ବନ୍ଦ ହେବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସଚିବ ଶ୍ରୀଯୁକ୍ତ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ପଦୋନ୍ନତିପ୍ରାପ୍ତ, ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ … Read more

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା

ଭୁବନେଶ୍ୱର: ପ୍ରସ୍ତୁତ ହେଲା ଦୀର୍ଘ ମିଆଦୀ ଯୋଜନା । ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ନୂଆଦିଲ୍ଲୀ ଗସ୍ତବେଳେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି, ଓଡ଼ିଶାର ବିଭିନ୍ନ ଦାବି ଜଣାଇଥିବା ଖବର ମିଳିଛି । ପ୍ରାକୃତିକ ଅଞ୍ଚଳ ନିକଟରେ ଥିବା ବିଦ୍ୟାଳୟ ନିକଟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ … Read more

ଜଳିଗଲା ଆମ ବସ, ଚଳନ୍ତା ଅବସ୍ଥାରେ ଲାଗିଥିଲା ନିଆଁ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ବସ (ଓଡି-୩୩, ୟୁ-୭୩୪୯) ଜଗତପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଗଡ଼ିଖୋର୍ଦ୍ଧା ଛକ ନିକଟରେ ହଠାତ୍ ବସର ଇଞ୍ଜିନରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ଆଜି ମଧ୍ୟାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ଗଡ଼ଖୋର୍ଦ୍ଧା ଛକରେ ଏକ ଚଳନ୍ତା ଆମ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ବସଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ଶଟ୍‌ସର୍କିଟ୍‌ରୁ ଯୋଗୁ ନିଆଁ ଲାଗିଥାଇପାରେ, … Read more

ବ୍ଲକ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ

ଧର୍ମଶାଳା: ଯାଜପୁର ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ବଳବନ୍ତରାୟ । ଅନାସ୍ଥା ଭୋଟ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଭାତ ଇସ୍ତଫା ଦେଇଛନ୍ତି । ପ୍ରଭାତ ବଳବନ୍ତରାୟ ଓରଫ୍ ଲୁଲୁ ହେଉଛନ୍ତି ପୂର୍ବତନ ବିଧାୟକଙ୍କ ପ୍ରଣବ ବଳବନ୍ତରାୟ ଓରଫ ଜିତୁଙ୍କ ସାନ ଭାଇ । ଦୀର୍ଘ ଦିନ ହେବ ଧର୍ମଶାଳା ବିଜେଡ଼ିରେ ଛକାପଞ୍ଝା ଲାଗିରହିଥିଲା । ଅଗଷ୍ଟ ୧୧ରେ ପ୍ରଭାତଙ୍କ ବିରୁଦ୍ଧରେ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ … Read more

ସୋସିଆଲ ମିଡିଆରେ ସୁଲତା ଦେଓଙ୍କୁ ଧମକ ର ତଦନ୍ତ କରିବ ମହିନ୍ଦ୍ରା ଗ୍ରୁପ୍

ଭୁବନେଶ୍ୱର: ଓଡ଼ିଶା ସାଂସଦ ସୁଲତା ଦେଓଙ୍କୁ ଦୁଷ୍କର୍ମ ଧମକ ଦେବା ଅଭିଯୋଗର ପ୍ରତିକ୍ରିୟା ରଖିଛି ମହିନ୍ଦ୍ରା ଗ୍ରୁପ୍। କମ୍ପାନୀ ପକ୍ଷରୁ ଏହି ଘଟଣାକୁ “ମର୍ଯ୍ୟାଦାହୀନ ଏବଂ ଅତ୍ୟନ୍ତ ଅନୁପଯୁକ୍ତ” କହିବା ସହ ନିନ୍ଦା କରାଯାଇଛି। ଏକ୍ସର ଏକ ପୋଷ୍ଟରେ କମ୍ପାନୀ କହିଛି ଯେ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନିଆଯାଇଛି ଏବଂ ଏହାର ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି। “ଆମ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଫେସବୁକରେ ରାଜନେତାଙ୍କ ପ୍ରତି କରିଥିବା ପୋଷ୍ଟ ନେଇ ଆମେ ଅବଗତ … Read more

ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ,୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ କରିପାରିବ ପରମାଣୁ ଅସ୍ତ୍ର

ଭୁବନେଶ୍ୱର: ଅଗ୍ନି -୫ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷଣରେ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟର ନିଶ୍ଚିତ କରାଯାଇଛି। ଏହି ପରୀକ୍ଷଣ ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ସମାପ୍ତ ହୋଇଛି। ICBM କାଟାଗୋରୀର ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫। ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମିରୁ ଅଧିକ ରହିଛି। … Read more