December 6, 2025 4:09 pm

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ ହେଲା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ କ୍ୟାବିନେଟ୍ ସହଯୋଗୀମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ … Read more

୧୪ ଜଣିଆ ସାଇବର୍ ଠକ ଗ୍ୟାଙ୍ଗ୍ ଗିରଫ, ଦୁବାଇ ଯାଏ ଲମ୍ବିଛି ଚେର

ରାଉରକେଲା: ସାଇବର ଠକେଇ ମାମଲାରେ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏକକାଳୀନ ୧୪ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି । ଏମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ୮୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିଲେ ବୋଲି ଜଣାପଡ଼ିଛି ।ପୋଲିସର କହିବା ମୁତାବକ, ସାଇବର ଅପରାଧ ମାମଲାରେ ୧୪ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି … Read more

ଶ୍ରୀମନ୍ଦିର ଭାଙ୍ଗିଦେବା ପାଇଁ ମିଳିଛି ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖା

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ପୋଷ୍ଟର। ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା ନଜର ଆସିଛି। ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା, ଲେଖା ହୋଇଛି। ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ବାଲି ସାହି ପ୍ରବେଶ ପଥ ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା ଠାକୁରାଣୀଙ୍କ କାନ୍ଥରେ କେହି ଦୃର୍ବୁତ୍ତ ଏଭଳି ଧମକପୂର୍ଣ୍ଣ ଲେଖା ଲେଖିଛି।ସୂଚନା ଅନୁସାରେ … Read more

ଓଡ଼ିଶାରେ ସ୍ଥାପନ ହେବ ୨ ସେମିକଣ୍ଡକ୍ଟର ମାନ୍ୟୁଫାକ୍ଚରିଂ ୟୁନିଟ୍‌

ଭୁବନେଶ୍ୱର: ଓଡ଼ିଶାରେ ସ୍ଥାପନ ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ । ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ବୈଠକ ରେ ୧୮,୫୪୧ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଞ୍ଜାବ ସେମିକଣ୍ଡକ୍ଟର ୟୁନିଟ୍ … Read more

‘ହରିଜନ’ ଶବ୍ଦ ବ୍ୟବହାର ନ କରିବାକୁ ସରକାର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ ‘ହରିଜନ’ ଶବ୍ଦ ଆଉ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ‘ହରିଜନ’ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ପ୍ରକାରର ବ୍ୟବହାରରେ କରାଯିବନାହିଁ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନ ଜାତି ବିକାଶ, ସଂଖ୍ୟାଲଘୁ ଏବଂ … Read more