July 13, 2025 9:45 am

ସାଢ଼େ ୩ କୋଟି ଚାକିରି ଦେବେ ସରକାର

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ୧ ଲକ୍ଷ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ସୃଷ୍ଟି ହେବ ୩କୋଟି ୫୦ ଲକ୍ଷ ଚାକିରି । ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବଢୁଥିବାରୁ ନିଯୁକ୍ତି ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଅଗଷ୍ଟ ୧ରୁ ୨୦୨୭ ଜୁଲାଇ ୧୭ ତାରିଖ ମଧ୍ୟରେ ଏହି ନିଯୁକ୍ତି ମିଳିବ । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମାଷ୍ଟରଷ୍ଟ୍ରୋକ୍ … Read more

୯ ଟି ରାଜ୍ୟ ପାଇଁ ବିଜେପି ଘୋଷଣା କଲା ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପୁଡ଼ୁଚେରୀ, ମିଜୋରମ, ଆଣ୍ଡାମାନ ନିକୋବର ଓ ମଧ୍ୟପ୍ରଦେଶ ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ବିଜେପି ତରଫରୁ ୨୦ ଟି ରାଜ୍ୟପାଇଁ ବିଜେପି ସଭାପତିଙ୍କ ନାମ ଘୋଷଣା କରିଛି । କୁହାଯାଇଛି କି, ଆସନ୍ତା ୨ ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ତା’ର ସଭାପତିଙ୍କ ନାମ … Read more

ICMR ଓ AIIMS ର ସ୍ପଷ୍ଟୀକରଣ କରୋନା ଟିକା ନୁହେଁ ହୃଦ୍‌ଘାତର କାରଣ

ଭୁବନେଶ୍ୱର: କୋଭିଡ ଟିକା ନୁହେଁ ହୃଦଘାତର କାରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି । ଇଣ୍ଡିଆନ୍ କାଉନସିଲ୍ … Read more

ମାସେ ପାଇଁ ଜାତିସଙ୍ଘ ସୁରକ୍ଷା ପରିଷଦର ସଭାପତି ହେଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ମଙ୍ଗଳବାର ଜୁଲାଇ ୨୦୨୫ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି। ପାକିସ୍ତାନର ସରକାରୀ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଛି। ଏହା ହେଉଛି ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ପାକିସ୍ତାନର ଦୁଇ ବର୍ଷ କାର୍ଯ୍ୟକାଳର ଏକ ଅଂଶବିଶେଷ। ଜାନୁଆରୀ ୨୦୨୫ରେ ପାକିସ୍ତାନ ଦୁଇ ବର୍ଷ ପାଇଁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲା। ପାକିସ୍ତାନକୁ ୧୯୩ ଭୋଟରୁ ୧୮୨ ଭୋଟ ମିଳିଥିଲା। ଜାତିସଂଘରେ ପାକିସ୍ତାନର … Read more

ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ କଂଗ୍ରେସ (AICC)ର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା। ଉଭୟ ନେତା ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗଦେବେ। ଗତ କିଛି ଦିନ ହେବ ରାହୁଲ ଗାନ୍ଧି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆ ଓ … Read more