April 12, 2026 10:52 pm

ଶେଖ ହସିନାଙ୍କୁ ଦଣ୍ଡ ଘୋଷଣା ପରେ ଢାକାରେ ହିଂସାକାଣ୍ଡ

ଢାକା : ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀଦଣ୍ଡ ଶୁଣା ଯାଇଛି। ଏହାପରେ ଢାକାରେ ହିଂସାକାଣ୍ଡ ତେଜିଛି। ଏହାକୁ ନେଇ ୟୁନୁସ ସରକାର ଆକ୍ସନରେ ଏବଂ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆ ଯାଇଛି। ଉଲ୍ଲେଖନୀୟ ଯେ, ବଂଲାଦେଶର ଆନ୍ତଃର୍ଜାତିକ ଅପରାଧ ନ୍ୟାୟାଧିକରଣ (ଆଇସିଟି-ବିଡି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ତାଙ୍କୁ ଏହି ଦଣ୍ଡ ଗତ ବର୍ଷ ସରକାରଙ୍କ ବିରୋଧରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ ଘାତକ କାର୍ଯ୍ୟାନୁଷ୍ଠାନ ପାଇଁ ଶୁଣାଯାଇଛି। ଟ୍ରିବ୍ୟୁନଲ ତାଙ୍କ ବ୍ୟତୀତ ପୂର୍ବତନ ଗୃହ ମନ୍ତ୍ରୀ ଅସଦୋଜ୍ଜମାନ ଖାନ କମାଲଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ଦୁଇଜଣ ମାନବତାର ବିରୁଦ୍ଧରେ ବିଭିନ୍ନ ଅପରାଧ ପାଇଁ ଦୋଷୀ କରାଯାଇଥିଲା।