February 26, 2026 3:20 am

ନିଆଁରେ ପୋଡି ୪ ଛାତ୍ର ଗୁରୁତର

ରାୟଗଡ଼ା:ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ନିଆଁରେ ପୋଡି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି ।ସୂଚନା ଅନୁଯାୟୀ ସୋମବାର ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟ ର କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ । ସେହି ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ରଙ୍କ ଉପରେ ଥିନର ପକେଇ ଦିଆସିଲି ଲଗାଇ ଦେଇଥିଲେ । ଯାହାଫଳରେ ପିଲା ମାନଙ୍କ ଶରୀର ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ବିଦ୍ୟାଳୟର ଶିକ୍ଷକ ମାନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି ।ହାଇସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦନ କଲକା କହିଛନ୍ତି, “ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ଏପରି ଘଟଣା କିପରି ଘଟିଲା ତାହାର ତଦନ୍ତ କରାଯିବ ।