February 26, 2026 11:12 am

ଆଇପିଏଲ ପ୍ରସାରଣ କୁ ବ୍ୟାନ କଲା ବାଂଲାଦେଶ

ବାଂଲାଦେଶର: ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ ପ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ ବିବାଦ କାରଣରୁ ସ୍କ୍ୱାଡରୁ ରିଲିଜ କରି ଦେବାରୁ ୟୁନୁସ ସରକାର ଆଇପିଏଲ ପ୍ରସାରଣ କୁ ବାଂଲାଦେଶ ରେ ବ୍ୟାନ କରିଛନ୍ତି। ମୁସ୍ତା‍ଫିଜୁରଙ୍କୁ ଆଇପିଏଲରୁ ହଠାତ୍‌ ବାଦ ଦିଆଯିବାରୁ ଏହା ବାଂଲାଦେଶର ଲୋକଙ୍କୁ ବେଶ ମର୍ମାହତ କରିଛି। ଲୋକଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଛି। ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବାଂଲାଦେଶରେ ଆଇପିଏଲର ପ୍ରସାରଣ ଉପରେ ବ୍ୟାନ ଲଗାଯାଇଥିବା ୟୁନୁସ ସରକାର କହିଛନ୍ତି।ମୁସ୍ତାଫିଜୁରଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁଁ ଦିନକ ତଳେ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ବାଂଲାଦେଶ ସରକାର ନିଜ ଟିମକୁ ପଠାଇବେ ନାହିଁ ବୋଲି କହିସାରିଛନ୍ତି।