June 27, 2025 12:35 am

ସାଇନୋସାଇଟିସ  ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

ସାଇନୋସାଇଟିସ  ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର: ସ୍ଥାନୀୟ ହରିହର ନଗରସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନଠାରେ ସାଇନୋସାଇଟିସ୍ ବା ନାସାଶୋଥ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭରଦ୍ୱାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ା. ନକୁଳ ସାହୁ କହିଲେ ଥଣ୍ଡାରେ ବୁଲିଲେ, ଥଣ୍ଡା ଖାଦ୍ୟ ପାନୀୟ, ଖଟା, ପ୍ରତିରୋଧକ ଶକ୍ତି ଅଭାବ ଓ ଭୂତାଣୁ ଜୀବାଣୁ ସଂକ୍ରମଣରୁ ନାସା ପଥଶୋଧ ହୁଏ । ମୁଣ୍ଡବ୍ୟଥା, ମୁଣ୍ଡ ଭାରି ଲାଗିବା, ଦୂରଦୃଷ୍ଟି ଦୁର୍ବଳ, ନାକରୁ ପାଣି ବୁହେ, ଅଳ୍ପ ଜ୍ୱର ରହେ, ଅଗ୍ନିମାନ୍ଦ୍ୟ ଲକ୍ଷ୍ୟଣ ଦେଖାଯାଏ ।

 କାରଣକୁ ଛାଡ଼ି ଶୁଣ୍ଠି, ପିପ୍ପଳୀ, ଗୋଲମରିଚ, ଚୂର୍ଣ୍ଣ ସହ ମହୁ ମିଶାଇ ସେବନ କଲେ ବା ଅଦାରସ ମହୁ ଖାଇଲେ, କଳାଜିରା ମନ୍ଥି ଶୁଙ୍ଘିଲେ, ନାକ ଭିତରେ ସୋରିଷ ତେଲ ଲଗାଇଲେ ଭଲ ହୋଇଥାଏ । ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଲପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା । ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡ଼ା. ପ୍ରମିଳା ପଣ୍ଡା, ଡ଼ି. ଶ୍ରୀନିବାସ ରାଓ କୁଳଦୀପ ସାହୁ ।