February 26, 2026 11:59 am

ଶରଦ ପାୱାର ଗୋଷ୍ଠୀକୁ ନୂଆ ନିର୍ବାଚନ ଚିହ୍ନ  ମିଳିଲା 

ନୂଆଦିଲ୍ଲୀ: ଶରଦ ପାୱାର ଗୋଷ୍ଠୀକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର’ ଏବଂ ଦଳର ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅନୁମତି ଦେଇଛନ୍ତି। ଏହାଫଳରେ ନିର୍ବାଚନ ଆଉ ମାତ୍ର  କିଛି ଦିନ ଠିଆ ବେଳେ ଶରଦ ପାୱାର ଗୋଷ୍ଠୀକୁକୁ  ବଡ଼ ଆଶ୍ୱସ୍ତି ମିଳିଛି। 

ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ଚନ୍ଦ୍ର ପାୱାରଙ୍କୁ ମାନ୍ୟତା ଦେବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ନିର୍ଦ୍ଦେଶ ଦେଇଥିଲେ ଯେ ‘ତୁରୀ ବଜାଉଥିବା ମନୁଷ୍ୟ’ ଚିହ୍ନ କାହାକୁ ଦିଆଯିବ ନାହିଁ। 

ମହାରାଷ୍ଟ୍ର ର ଡେପୁଟି ସିଏମ ଅଜିତ ପାୱାରଙ୍କ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଅଦାଲତ ଅଜିତ ପାୱାର ଗୋଷ୍ଠୀକୁ ଏନସିପିର ନିର୍ବାଚନ ଚିହ୍ନ ‘ଘଡ଼ି’ ବିଚାରାଧୀନ ଥିବା ନେଇ ଏକ ସାର୍ବଜନୀନ ନୋଟିସ୍ ଜାରି କରିବାକୁ କହିଛନ୍ତି। ଏହାର ବ୍ୟବହାର ବର୍ତ୍ତମାନ ନ୍ୟାୟିକ ନିଷ୍ପତ୍ତି ଅଧୀନରେ ରହିଛି। ଅର୍ଥାତ ଅଜିତ ଗୋଷ୍ଠୀ ନିଜର ନିର୍ବାଚନୀ ବିଜ୍ଞାପନରେ ଏ ସଂପର୍କରେ ଉଲ୍ଲେଖ କରିବ ।ନିକଟରେ ଅଜିତ ପାୱାର ଗୋଷ୍ଠୀକୁ ନିର୍ବାଚନ ଆୟୋଗ ପ୍ରକୃତ ଏନସିପି ଭାବେ ମାନ୍ୟତା ଦେବା ସହ ଦଳର ଚିହ୍ନ ‘ଘଡ଼ି’ ପ୍ରଦାନ କରିଥିଲେ।