December 6, 2025 1:59 pm

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ କ୍ରୀଡ଼ା ପ୍ରତିଯୋଗୀତା ଉଦ୍‌ଯାପିତ 

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ-୨୦୨୩ ପାଳନ ଅବସରରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ତରଫରୁ ପର୍ଯ୍ୟାୟ କ୍ରମେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗୀତା, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପାଳନ ଅବସରରେ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସେବିକା ମହାବିଦ୍ୟାଳୟ ତରଫରୁ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାର ଉଦଯାପିତ  ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ମହାବିଦ୍ୟାଳୟର ଅଧ୍ୟକ୍ଷା, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଛାତ୍ରୀ, କ୍ରୀଡ଼ାବିତ୍‌, ଶିକ୍ଷାବିତ୍‌, ସ୍ଥାନୀୟ ଜନପ୍ରତିନିଧି ତଥା ସର୍ବବର୍ଗୀୟ ବିଜେଡ଼ି ନେତୃବୃନ୍ଦଙ୍କ ଉପସ୍ଥିତିରେ ଯୋଗଦେଇ ବିଜୟୀ ପ୍ରତିଯୋଗି ତଥା ଦଳକୁ ମାନପତ୍ର ଦେଇ ପୁରସ୍କୃତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂତନ ଭାବେ ପ୍ରଣୋଦିତ ଯୁବ ଓ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏବଂ ଭୂମିକା ବିଷୟରେ ଅବଗତ କରାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ ।