June 27, 2025 12:15 am

ନୂଆ-ଓ କ୍ରୀଡା ଉତ୍ସବ ଉଦଘାଟିତ

ପ୍ରଭାତ କୁମାର ମହାରଣା

ହିଞ୍ଜିଳିକାଟୁ: ଯୁବ ଏବଂ ଛାତ୍ର ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ଗୁରୁବାର ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ନୂଆ-ଓ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଉତ୍ସବରେ ମୋଟ ୦୫ଟି କ୍ରୀଡା ଯଥା କ୍ରିକେଟ, ଫୁଟବଲ, ଭଲିବଲ୍, ଖୋ-ଖୋ ଏବଂ କବାଡି ଖେଳ ନିମନ୍ତେ ପ୍ରତିସ୍ପର୍ଦ୍ଧା ଅନୁଷ୍ଠିତ ହେବ।

ଗୁରୁବାର ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ  ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ  , ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସମ୍ପାଦକ ଶିବରାମ ଗୈାଢ ଏବଂ

ଓଡ଼ିଶା ମୋ ପରିବାରର ସମ୍ପାଦକ ନୀଳମଣି ପଟ୍ଟନାୟକ, ବିଜୁ ଯୁବ ଜନତା ଦଳ ସଭାପତି ସଞ୍ଜୟ କୁମାର ପଣ୍ଡା ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢ଼ୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ମହାରଣା  , ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ କେଶବ ମହାରଣା , ବିଜୁ ଛାତ୍ର ଜନତା ଦଳର ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ବତନ କାଉନସିଲର କିରଣ ପଟ୍ଟନାୟକ, ପ୍ରମୁଖଙ୍କ ସହ ବହୁ କାଉନସିଲର ମଞ୍ଚାସୀନ ଥିଲେ । ଆସନ୍ତା ୩ ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହେବା ନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।