April 12, 2026 4:56 am

ବିଜୁ ବାବୁଙ୍କ ପ୍ରତି ବିବାଦୀୟ ବୟାନ; ନବୀନ କହିଲେ ନିଶିକାନ୍ତଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ନିଶିକାନ୍ତ ଦୁବେ, ଯେଉଁଥି ପାଇଁ ରାଜନୀତି ସରଗରମ ରହିଛି । ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଲେ ନବୀନ । ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ମାନସିକ ଭାବେ ଅସୁସ୍ଥ ଅଛନ୍ତି । ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ମୋତେ ଆଶ୍ଚର୍ଯ୍ୟ ଚକିତ କରିଛି । 

ଗତକାଲି ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଇଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସେ ଇସ୍ତଫା ଦେଇଛନ୍ତି ।  ରାଜ୍ୟସଭା ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ସେହିପରି ବିଜୁ ପଟ୍ଟନାୟକଙ୍କ ପରି ଜଣେ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱଙ୍କୁ କଳଙ୍କିତ କରିବା ପ୍ରୟାସ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ସାଂସଦ ସଂତୃପ୍ତ ମିଶ୍ର । ଏହା କେବଳ ଅଜ୍ଞତା ନୁହେଁ, ବରଂ ଇତିହାସ ଏବଂ ଘଟଣାବଳୀକୁ ବିକୃତ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ବିଜୁ ପଟ୍ଟନାୟକ କେବଳ ଜଣେ ସାଧାରଣ ରାଜନୈତିକ କର୍ମକର୍ତ୍ତା ନଥିଲେ, ଯାହାଙ୍କୁ ଇତିହାସ ବା ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ଜ୍ଞାନ ନଥିବା ସଂକୀର୍ଣ୍ଣ ମନୋଭାବର ବ୍ୟକ୍ତିମାନେ ଆକଳନ କରିପାରିବେ । ​ଯେଉଁମାନେ ଆଜି ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କର ଐତିହାସିକ ଜ୍ଞାନର ଘୋର ଅଭାବ ରହିଛି କିମ୍ବା ସେମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଇତିହାସକୁ ମନଗଢ଼ା ଭାବେ ବ୍ୟାଖ୍ୟା କରି ଅସଲ ପ୍ରଶ୍ନରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି ।

Leave a Comment