June 27, 2025 12:42 am

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିଳ୍ପ ସମ୍ପର୍କ ଓ କାର୍ମିକ୍ ପରିଚାଳନା ବିଭାଗରେ ଜାତୀୟ ପାଠଚକ୍ର ଉଦ୍‌ଯାପିତ 

  • ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିଳ୍ପ ସମ୍ପର୍କ ଓ କାର୍ମିକ୍ ପରିଚାଳନା ବିଭାଗର ଆନୁକୂଲ୍ୟରେ ବିଶ୍ୱର ପରିବର୍ତ୍ତିତ କାର୍ଜ୍ୟଶୈଳୀରେ ମାନବ ସମ୍ବଳ ପରିଚାଳନା ଶୀର୍ଷକ ଉପରେ ଦ୍ୱି-ଦିବସୀୟ ଜାତୀୟ ପାଠଚକ୍ର ଉଦ୍‌ଯାପିତ ହୋଇଯାଇଛି । ପାଠଚକ୍ରର ବିଷୟବସ୍ତୁ ଉଦ୍‌ଘାଟନ ଉତ୍ସବର ପ୍ରଥମ ଦିବସରେ କୁଳପତି ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ବିଶିଷ୍ଟ ଅତିଥି ଭାବେ ଟାଟା ଫେରୋ ଏଲ୍‌ୟସ ଲିମିଟେଡ୍‌ର ମୁଖ୍ୟ ଏ. ରାମବାବୁ ସମ୍ମାନନୀୟ ଅତିଥି ଭାବେ ଯୋଗ ଦାନ କରି ନଜର ମତାମତ ଓ ସଂଦର୍ଭ ଉପସ୍ଥାପନ କରିଥିଲେ ।

 ଉକ୍ତ ପାଠ ଚକ୍ରରେ ଦେଶର ବିଭିନ୍ନ ପ୍ରାନ୍ତ ଓ ବିଶ୍ୱବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍ ଓ କାର୍ମିକ୍ ପ୍ରବନ୍ଧକ ଏବଂ ଶ୍ରମ ବିଭାଗର ବରିଷ୍ଠ ପ୍ରଶାସକ ଓ ବୁଦ୍ଧିଜୀବୀମାନେ ବିଷୟବସ୍ତୁ ପର୍ଯ୍ୟବେସିତ ତିନୋଟି ଅଧିବେଶନରେ ବିଶ୍ୱରେ ପରିବର୍ତ୍ତିତ କାର୍ଯ୍ୟକ୍ଷେତ୍ର ଏବଂ ଏଥିରେ ମାନବ ସମ୍ବଳ ପରିଚାଳନା ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନର ପାଠଚକ୍ର ଉପରାନ୍ତେ, ଦ୍ୱିତୀୟ ଦିନରେ ଆଉ ଏକ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ ପାଟଣା ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ପ୍ରଭାକର ଝା ଏବଂ ସହଯୋଗ କରିଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବିଭୂତି ଭୂଷଣ ମହାପାତ୍ର । ଆଲୋଚନା ଚକ୍ର ସମାପ୍ତ ପରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । 

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦାନ କରି ଉଦ୍‌ଯାପନ ଭାଷଣ ପ୍ରଦାନ କଲେ । ସେ ବିଶ୍ୱର ପରିବର୍ତ୍ତିତ କର୍ମଶୈଳୀରେ ମାନବ ସମ୍ବଳ ପରିଚାଳନା ପାଠଚକ୍ରର ଉଦ୍‌ଯାପନୀ ଉତ୍ସବରେ, ୭ଟି ବିଷୟରେ ନିଜର ଅଭିଭାଷଣ ଉପସ୍ଥାପନ କରି ପ୍ରେକ୍ଷାଳୟରେ ଉପସ୍ଥିତ ଥିବା ସମସ୍ତଙ୍କ ମନ ମୋହିଲେ । ଉକ୍ତ ଉଦ୍‌ଯାପନୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ଯୋଗଦାନ ନିଜ ଆଭିମୁଖ୍ୟ ଉପସ୍ଥାପନ କରି ପାଠଚକ୍ରରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଯାପନି ଉତ୍ସବରେ ସ୍ୱାଗତ ଭାଷଣଦେଇଥିଲେ ଡ଼କ୍ଟର ସତ୍ୟବ୍ରତ ପାତ୍ର ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭାଗର ଅଧ୍ୟାପିକା ଇତିଶ୍ରୀ ଗୀତା କୁମାରୀ । ଉଦ୍‌ଯାପନୀ ଉତ୍ସବରେ ଶେଷରେ ଡ଼. ଭରତ କୁମାର ଲାକ୍ରା ଧନ୍ୟବାଦ ପ୍ରଦାନ କରିଥିଲେ।