June 26, 2025 9:57 pm

ଧୋନୀଙ୍କୁ ସମ୍ମାନ, ୭ ନମ୍ବର ଜର୍ସିକୁ ଅବସର ଦେଲା ବିସିସିଆଇ

ଧୋନୀଙ୍କୁ ସମ୍ମାନ, ୭ ନମ୍ବର ଜର୍ସିକୁ ଅବସର ଦେଲା ବିସିସିଆଇ(ଖେଳ)

ମୁମ୍ବାଇ:  ମହେନ୍ଦ୍ର ସିଂହ ଧୋନି  ଖେଳରୁ ଅବସର ନେଇଯାଇଥିଲେ ମଧ୍ୟ ତାଙ୍କର କ୍ରେଜ ଏବେବି ଅତୁଟ। ଧୋନୀ କେବଳ ଉପନାମ ନାମ  ନୁହେଁ  ବରଂ ତାହା ଏକ  ଭାବନା। ତାଙ୍କର ଗୋଟିଏ ଝଲକ ପାଇଁ ପାଗଳ କ୍ରିକେଟ ପ୍ରେମୀ । ସେ କ୍ରିକେଟ ପ୍ରେମୀ ହୁଅନ୍ତୁ କି ନହୁଅନ୍ତୁ ତାଙ୍କ ବ୍ୟକ୍ତିତ୍ୱକୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି । ତାଙ୍କଠୁ ପ୍ରେରଣା ନିଅନ୍ତି ଆଉ ତାଙ୍କ ଭଳି ହେବାକୁ ଚେଷ୍ଟା କରନ୍ତି । ସେ କ୍ରିକେଟରୁ ଅବସର ନେଇଯାଇଛନ୍ତି ସତ କିନ୍ତୁ ଏବେ ବି ଫିଲ୍ଡରେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିହୁଏ । ତେବେ ଧୋନିଙ୍କ ସହିତ ତାଙ୍କ ୭ ନମ୍ବର ଜର୍ସି ବି ଏବେ ଅବସର ନେଇଛି । ବିସିସିଆଇ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ସମ୍ମାନ  ଦେଇ ୭ ନମ୍ବର ଜର୍ସିକୁ ଅବସର ଦେବାକୁ ନିଷ୍ପତ୍ତି ନେଇଛି ।

ବିସିସିଆଇ କହିଛି ଧୋନି ହେଉଛନ୍ତି ଭାରତର ସବୁଠାରୁ ସଫଳ ଅଧିନାୟକ । ଏବଂ ୭ ନମ୍ବର ହେଉଛି ତାଙ୍କ ପରିଚୟ । ସେଥିପାଇଁ ଆଉ କୌଣସି ବି ଖେଳାଳି ସେହି ନମ୍ବରକୁ ବ୍ୟବହାର କରିପାରିବେ ନାହିଁ। ଯୁବ ଖେଳାଳି ତଥା ବର୍ତ୍ତମାନର ଭାରତୀୟ ଦଳର ଖେଳାଳିଙ୍କୁ ଏମ ଏସ୍ ଧୋନିଙ୍କ ୭ ନମ୍ବର ଜର୍ସି ନ ନେବାକୁ କୁହାଯାଇଛି ।

କ୍ରିକେଟ ପ୍ରତି ଧୋନିଙ୍କ ଅବଦାନ ଚିରସ୍ମରଣୀୟ । ତେଣୁ ତାଙ୍କ ସହିତ ତାଙ୍କ ଟି-ସାର୍ଟକୁ ଅବସର ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ସାର୍ଟକୁ ମଧ୍ୟ ଭାରତୀୟ ବୋର୍ଡ ଦ୍ୱାରା ଅବସର ଦିଆଯାଇଥିବାବେଳେ ଧୋନିଙ୍କ ୭ ନମ୍ବର ସାର୍ଟକୁ ଏହି ତାଲିକାରେ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି । ବିସିସିଆଇ କହିଛି ଜଣେ ଖେଳାଳି ପ୍ରାୟ ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦଳ ବାହାରେ ଥିଲେ ମଧ୍ୟ ତାଙ୍କ ସଂଖ୍ୟାକୁ କୌଣସି ନୂଆ ଖେଳାଳିଙ୍କୁ ଦିଆଯାଏନାହିଁ । ଅର୍ଥାତ ଆଗାମୀ ଦିନରେ ୭ ନମ୍ବର ଲେଖାଥିବା ଜର୍ସି କୌଣସି ଖେଳାଳି ପିନ୍ଧିପାରିବେ ନାହିଁ । ହେଲେ ଏହି ଜର୍ସି ସମସ୍ତଙ୍କ ମନରେ ଚିରସ୍ମରଣୀୟ ହୋଇ ରହିଯିବ ।