ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଭକ୍ତ ନିବାସ ପାର୍କିଂ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ସେ କହିଛନ୍ତି ଭକ୍ତ ନିବାସରେ ରୁମ୍ ଭଡ଼ା ବୃଦ୍ଧି କରାଯିବ ନାହିଁ । ଯେଉଁମାନେ ଭକ୍ତ ନିବାସରେ ରହିବା ପାଇଁ ଚାରିଚକିଆ ଆଣି ଆସୁଛନ୍ତି ସେମାନେ ଏହି ପାର୍କିଂ ଫି ଦିନକୁ ୫ଶହ ଟଙ୍କା ଦେବେ । ଅନ୍ୟ ବାହାର … Read more

ଆସନ୍ତା କାଲି ବୁର୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ତାରିଖ ଅର୍ଥାତ ଶନିବାର ମଧ୍ୟାହ୍ନ ୩ଟାରେ ବୁର୍ଲା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ଅଶୋକ ନିବାସ ଯାଇ ସେଠାରେ ରାତ୍ରୀ ଯାପନ କରିବେ ବୋଲି ପୋଲିସ ନିକଟରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋର୍ଦାର୍ ପ୍ରସ୍ତୁତି … Read more

ଓଡ଼ିଶାରେ ୭ ନୂଆ ପ୍ରକଳ୍ପକୁ ମଞ୍ଜୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୭ଟି ପ୍ରକଳ୍ପକୁ ୫୫ହଜାର ୭୮୩ କୋଟି ଟଙ୍କାର ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୩ତମ ଉଚ୍ଚସ୍ତରୀୟ କ୍ଲିୟରାନସ ଅଥରିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ୭ ଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୧୪ହଜାର ୫୦୭ଜଣ ଯୁବକଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଢେଙ୍କାନାଳରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । JSW ଗ୍ରୁପ୍ ପକ୍ଷରୁ ୩୫ହଜାର କୋଟି ଟଙ୍କା ବ୍ୟୟରେ ଏକ … Read more

ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ

ଭୁବନେଶ୍ୱର: ଲୋକଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ଏପ୍ରିଲ ପହିଲା ଯାଏଁ ବଢିଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ। ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ‎ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ‎ନ ଥିଲେ ଜରିମାନା ନ ଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । … Read more

ବୋମା ଧମକର ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ

କଟକ: ହାଇକୋର୍ଟ ବାର ଆସୋସିଏସନ ବୋମା ଧମକର ତଦନ୍ତ କରିବାକୁ ଦାବି କରିଛନ୍ତି । ଯେଉଁମାନେ ଏପରି ହୀନ କାର୍ଯ୍ୟରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ ଆସୋସିଏସନ ତରଫରୁ ଦାବି ହୋଇଛି । ଜଜ, ଓକିଲ ଏବଂ ମହକିଲଙ୍କ ସୁରକ୍ଷାକୁ ନଜରରେ ରଖି କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ଅଭିଜିତ ପଟ୍ଟନାୟକ ଦାବି କରିଛନ୍ତି । ସୂଚନା ଅନୁଯାଇ ରାଜ୍ୟର ୩ଟି କୋର୍ଟ ପରିସରରେ ବୋମା … Read more

ପର୍ଯ୍ୟଟକଙ୍କ ପାଇଁ ଜାନୁଆରି ୧୦ରୁ ଖୋଲିବ ଲୋକଭବନ ଉଦ୍ୟାନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୧୦ରୁ ୨୦ ପର୍ଯ୍ୟନ୍ତ ଖୋଲିବ ଲୋକଭବନ ଉଦ୍ୟାନ। ଲୋକଭବନ ଉଦ୍ୟାନ ଏବଂ ଅଟଳ ବନ ଖୋଲିବା ଦ୍ୱାରା ବହୁ ଜନସମାଗମ ହେବ ବୋଲି ଆଶା କରାଯାଉଛି। ତେବେ ସାଧାରଣ ଜନତାଙ୍କ ପାଇଁ ପରିଦର୍ଶନ ସମୟ ପ୍ରତିଦିନ ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୬.୧୫ ପର୍ଯ୍ୟନ୍ତ ଖୋଲା ରହିବ। ପର୍ଯ୍ୟଟକ ମାଗଣାରେ ପ୍ରବେଶ କରିପାରିବେ। କିନ୍ତୁ Google Play Store ରେ ଉପଲବ୍ଧ ଲୋକଭବନ ଉଦ୍ୟାନ ଭିଜିଟ୍ ମୋବାଇଲ୍ ଆପ୍ ମାଧ୍ୟମରେ ପୂର୍ବ ପଞ୍ଜୀକରଣର … Read more

ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ

ଭୁବନେଶ୍ୱର: ଇ-ମେଲ୍ ମାଧ୍ୟମରେ ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ମିଳିଛି ଧମକ। ଏହି ଧମକ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୋର୍ଟ ପରିସରକୁ ଖାଲି କରାଯାଇ ବମ୍‌ ସ୍କ୍ୱାର୍ଡ ଓ ଡଗ୍‌ ସ୍କ୍ୱାର୍ଡ ତନତନ କରି ଯାଞ୍ଚ କରୁଛନ୍ତି। ଅପରାହ୍ଣ ୨ଟା ୪୫ ସୁଦ୍ଧା କୋର୍ଟ ପରିସର ଖାଲି … Read more

ଆଜି ମଧ୍ୟ ୨ ଘଣ୍ଟିଆ ଓପିଡି ବନ୍ଦ, ହଇରାଣରେ ରୋଗୀ

ଭୁବନେଶ୍ୱର: ନିଜ ଜିଦ୍‌ରେ ଅଟଳ ରହି ଆଜି ବି ଦୁଇ ଘଣ୍ଟା ଧରି ଓପିଡି ସେବା ବନ୍ଦ କରିଛି ଡାକ୍ତର ସଂଘ। ସରକାରଙ୍କ ଏସମାକୁ ଶୁଣୁନି ଓମସା । ଚଳିତ ମାସ ୫ ତାରିଖରୁ ଏପରି ସ୍ଥିତି ଜାରି ରହିଛି । ସରକାର-ଡାକ୍ତରଙ୍କ କଳି ଭିତରେ ହଇରାଣ ହେଇ ପଡୁଛନ୍ତି ରୋଗୀମାନେ। ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ଡାକ୍ତରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଏସ୍‌ମା … Read more

ଛାତରୁ ସିଲିଂ ଖସିବାରୁ ଏସସିବି ମେଡିକାଲ ରେ ରୋଗୀ ଗୁରୁତର

କଟକ : ବୁଧବାର ଏସସିବି ମେଡିକାଲରେ ଏକ ଅଘଟଣ ଘଟିଛି । ମେଡିକାଲ ଛାତରୁ ସିଲିଂ ଖସିପଡ଼ିଯିବାରୁ ଜଣେ ରୋଗୀ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାଇ ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରୁ ସିଲିଂ ଖସି ଜଣେ ରୋଗୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଅଘଟଣ ଘଟିବା ପରେ ତୁରନ୍ତ ରୋଗୀ ଜଣଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ସରକାରୀ ହସ୍ପିଟାଲରେ ବାରମ୍ବାର ଏଭଳି ଘଟଣା ଘଟିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ … Read more

ଆୟୁଷ ଡାକ୍ତରମାନେ କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାରା ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ କରିବାପାଇଁ, ଆୟୁଷ ଡାକ୍ତରମାନେ କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ ଏବଂ କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ ନ କରିବାକୁ ସେ କହିଛନ୍ତି l ଓଡ଼ିଶାରେ ଆୟୁଷ ଡାକ୍ତରମାନଙ୍କର ସେବାକୁ ଅଗ୍ରାଧିକାର ଦେବା ନିମନ୍ତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ … Read more