ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬ ବିଜେତା

ଭୁବନେଶ୍ବର: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬’ର ବିଜେତା ହୋଇଛନ୍ତି ଓଡ଼ିଶାର ୨୪ ବର୍ଷୀୟା ଗାୟିକା ଜ୍ୟୋତିର୍ମୟୀ ନାୟକ। ଏହି ପ୍ରସିଦ୍ଧ ଟାଇଟଲ୍ ଜିତିବାରେ ସେ ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି। ବିଜେତା ଭାବେ ଜ୍ୟୋତିର୍ମୟୀଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ମଧ୍ୟପ୍ରଦେଶ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି। ମାସ ମାସର ସାଙ୍ଗୀତିକ ଯାତ୍ରା … Read more

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ l ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ସେ ଦୀର୍ଘଦିନ ହେବ ଗୁରୁତର ଅସୁସ୍ଥତାରେ ଥିଲେ l ଆପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା l ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା … Read more

ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧର ପଣା ନୀତି

ପୁରୀ: ମହାପ୍ରଭୁଙ୍କ ସୁନାବେଶ ସରିବା ପରେ ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି । ସନ୍ଧ୍ୟାରେ ରଥ ଉପରେ ଶ୍ରୀଜିଉଙ୍କ ପାଖରେ ଅଧରପଣା ଲାଗି ହେବ । ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ ।ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ଏହି ୯ଟି ମାଟି ହାଣ୍ଡି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟସ୍ଥ କୂଅରୁ ପାଟରା ଓ ପାନୀୟ ଆପଟ ସେବକମାନେ ପବିତ୍ର ଜଳ … Read more

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ

ପୁରୀ: ଶନିବାର ମହାପ୍ରଭୁଙ୍କର ଦିବ୍ୟ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l ରଥ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା । ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାରୃଢ଼ ସୁନାବେଶ ଦେଖି ଭାବବିହ୍ବଳ ହୋଇ ଯାଇଥିଲେ ଭକ୍ତ । ଏହି ଦିବ୍ୟ ଦୁର୍ଲଭ ଦର୍ଶନ ସମୟରେ ୧୦ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କର ସମାଗମ ହୋଇଥିବା ନେଇ ଆକଳନ କରାଯାଇଛି l ମୁଖ୍ୟମନ୍ତ୍ରୀ ମୋହନ … Read more

କ୍ୟାପିଟାଲ ଥାନାରେ ହାଜର ବଦଳରେ VC ବୟାନ ପାଇଁ ପାଣ୍ଡିଆନଙ୍କ ଅନୁରୋଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ଫାଇଲ୍ ହଜିଯିବା ମାମଲାରେ ଆଜି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୂର୍ବତନ ବିଜେଡି ନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହାଜର ହେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସେ ବିଦେଶରେ ଥିବାରୁ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି। ଏନେଇ ଭିକେ ପାଣ୍ଡିଆନ୍ ଇମେଲ୍ ମାଧ୍ୟମରେ ପୋଲିସକୁ ନିଜର ପକ୍ଷ ରଖିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ବୟାନ ରେକର୍ଡ କରିବାକୁ ସେ ପୋଲିସକୁ ଅନୁରୋଧ … Read more

ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ତିଖିରି ଗ୍ରାମପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ୨୧ ଜଣ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆସନ୍ତା ଜୁଲାଇ ୨୭ ତାରିଖରେ ଏହି ପ୍ରସ୍ତାବ ଉପରେ ଭୋଟିଂ କରାଯିବ। ଆସନ୍ତା ଜୁଲାଇ ୨୭ ତାରିଖରେ ହେବାକୁ ଥିବା ଭୋଟିଂ ଫଳାଫଳ ଉପରେ ନିର୍ଭର କରିବ ଯେ ଚାମେଲି ଓଝା ସରପଞ୍ଚ ପଦବୀରେ ରହିବେ ନା ତାଙ୍କୁ … Read more

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି (ଖୋଲା ହେବ) ହେବ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଉଛି। … Read more

ସମ୍ ନର୍ସିଂ କଲେଜରେ ନଅ ଦିନିଆ ମାନସିକ ସ୍ୱାସ୍ଥ୍ୟ କର୍ମଶାଳାର ସଫଳ ସମାପନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ନଅ ଦିନିଆ କର୍ମଶାଳା ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି । ‘ଯୁବ ମାନସିକତା, ଦୃଢ଼ମନା ଯୁବପିଢ଼ି, ଉଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗକୁ ନେଇ ଆୟୋଜିତ କର୍ମଶାଳାର ଶୀର୍ଷକ ରହିଥିଲା “ଯୁବ ସମାଜକୁ ଦୃଢ଼ିଭୂତ କରିବା: ସାମଗ୍ରିକ ସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା” । ଏହି କର୍ମଶାଳାରେ ଅନୁଭୂତି ଭିତିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । … Read more

ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ପୋଲିସର ଏନ୍‌କାଉଣ୍ଟର

ବ୍ରହ୍ମପୁର: ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମ ବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁମୁହିଁ ହୋଇଥିଲା କାଳିଆ। ମିଳିଥିବା ସୂଚନା ଅନୁଯାୟୀ ନାଇତାଡ଼ା ସାହିର ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଧରିବା ପାଇଁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଭିଯାନ ଆରମ୍ଭ କରିଥିଲା । କୋଦଳା-ସିଂହାସିନୀ ଜଙ୍ଗଲ ରାସ୍ତାରେ ବାଇକରେ … Read more

ବାହୁଡା଼ ଯାତ୍ରା ପାଇଁ ଭକ୍ତମୟ ଶ୍ରୀକ୍ଷେତ୍ର:ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ

ପୁରୀ: ଆଜି ହେଉଛି ଆଷାଢ଼ ଶୁକ୍ଳପକ୍ଷ ଦଶମୀ(ବାହୁଡ଼ା ଦଶମୀ)। ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ l ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ଆଜି ସକାଳ ୪ଟାରେ ମଙ୍ଗଳ ଆଳତୀ, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ ରୋଷ ହୋମ ଶେଷ ହୋଇଛି । ଏହା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ୬ଟା ୪୫ ମଧ୍ୟରେ ଖେଚୁଡ଼ି ଭୋଗ ଲାଗି … Read more