ୟୁଜିସି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ତତ୍ତ୍ଵାବଧାନରେ ଶିକ୍ଷା ବର୍ଷ ୨୦୨୫-୨୬ରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସରେ ନିୟୋଜିତ କରାଯାଇଛି । ଏହି ଇଣ୍ଟର୍ନସିପ୍‌ର ସମୟସୀମା ୬ ସପ୍ତାହ ରହିଛି । ଇଣ୍ଟର୍ନସିପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି, ପଞ୍ଚାୟତସମିତି କାର୍ଯ୍ୟାଳୟ, ସ୍ଵାସ୍ଥ୍ୟ କେନ୍ଦ୍ର, ବିତ୍ତୀୟ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ … Read more

ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକ: ସମୟସୀମା ମଧ୍ୟରେ କାର୍ଯ୍ୟ ସାର

ଭୁବନେଶ୍ୱର: ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ ପରିସରରେ ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିର୍ମାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପୁରୀ ଐତିହ୍ୟ ପ୍ରକଳ୍ପ ଠାରୁ ଆରମ୍ଭ କରି SCBର କ୍ଲିନିକାଲ୍‌ ଓ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ, ମହିମା ଗାଦି ମନ୍ଦିର ପ୍ରକଳ୍ପ, ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀରେ ହାଇଲେବୁଲ୍‌ ସେତୁ ନିର୍ମାଣ ଆଦି ପ୍ରକଳ୍ପ ରାଜ୍ୟ ବିକାଶର ଗୋଟିଏ ଗୋଟିଏ ବୃହତ୍‌ ଅଙ୍ଗ ସଦୃଶ … Read more

ବସ୍-ଅଟୋ ମୁହାଁମୁହିଁ ଧକ୍କା, ୨ ଶିଶୁଙ୍କ ସମେତ ୬ ମୃତ

ଗଞ୍ଜାମ: ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକରେ ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ ନାବାଳିକା ରହିଥିବା ଖବର ମିଳିଛି । ୪ ଜଣ ଆହତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ … Read more

ପେଟ୍ରୋଲ ଓ ଡିଜେଲ ସଙ୍କଟ:ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୮-ସୂତ୍ରୀ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସେ ଏକ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ତି । ୧- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍ରେ କରାଯିବ । ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, … Read more

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ଘରେ ଚଢାଉ ହୋଇଛି। ବ୍ରହ୍ମପୁରର ୬ଟି ସ୍ଥାନରେ ଏବଂ ରାୟଗଡ଼ା ରୋହିତ କଲୋନୀରେ ଏକକାଳୀନ ଚଢାଉ ହୋଇଛି । ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୫ ଜଣ DSP, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ଅଛନ୍ତି। ବେରହମପୁରର ଲୋଚାପଡା, ସାଉଣ୍ଡରିଆ ନାଗରଠାରେ ଥିବା ଆବାସିକ ତ୍ରିଗୁଣ ମହଲା କୋଠା, ଗଞ୍ଜାମର ଜଗନ୍ନାଥପ୍ରସାଦ, ଥୋଲାଣ୍ଡା ବାଡା … Read more

ବ୍ରହ୍ମପୁରରେ ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗିରି ରୋଡ ଅଞ୍ଚଳର ଜନଗହଳିପୂର୍ଣ୍ଣ ରାସ୍ତାରେ ଯୁବକ ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ କରିବା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁ ଓରଫ୍‌ ମୁକ୍ତେଶକୁ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ମୁକେଶକୁ MKCG ମାଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ଗତ ସୋମବାର (୧୮ ମେ’) ରାତି ପ୍ରାୟ ୮.୩୦ ସମୟରେ ଗିରି ରୋଡ୍ ନିକଟରେ ଉମେଶ ରଥ ଏବଂ ତାଙ୍କ … Read more

୧୦ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ: ୩୫୮ଟି ପୁରୁଣା ଆଇନର ହେବ ଉଚ୍ଛେଦ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ଆଜି ୭ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ରାଜ୍ୟରେ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ସ୍ଥାପନ ସହ ୩୫୮ଟି ପୁରୁଣା ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଅନୁମୋଦନ ମିଳିଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଆ … Read more

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ଯୁକ୍ତ ୨ ପରୀକ୍ଷା ଫଳ ଘୋଷଣା ହୋଇଛି। CHSE ଅଫିସରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା କରିଛନ୍ତି। ଏକାସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ସହ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ବାହାରିଛି। କଳାରେ ପାସ ହାର ୮୪.୫୦% ଥିବାବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରଙ୍କ ପାସ ହାର ୭୭.୯୭%, ଛାତ୍ରୀଙ୍କ ପାସ ହାର ୮୯.୪୫% ରହିଛି। ବାଣିଜ୍ୟରେ ପାସ … Read more

ସୋମ୍ୟ ରଞ୍ଜନ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାର ସୋମ୍ୟ ରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରଣା । ଏହି ଦୁଇ ଅଭିଯୁକ୍ତଙ୍କୁ ନୟାଗଡ଼ର ରଣପୁର ଜଙ୍ଗଲରୁ କ୍ରାଇମ୍‌ବ୍ରାଞ୍ଚ ଧରିବାରେ ସଫଳ ହୋଇଛି । ଉଭୟ ଏହି ଜଙ୍ଗଲରେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ସେମାନଙ୍କୁ ଧରିବାକୁ ସମସ୍ତ ପ୍ରକାର … Read more

ଆଜି ପ୍ରକାଶ ପାଇବ CHSE ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି CHSE ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍‌ରେ ନିଜର ରେଜଲ୍ଟ ଦେଖିପାରିବେ। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨:୩୦ ରେ ପରୀକ୍ଷା ଫଳ ଘୋଷଣା କରାଯିବ। ରେଜଲ୍ଟ ପ୍ରକାଶ ପାଇବା ପରେ, ଛାତ୍ରଛାତ୍ରୀମାନେ CHSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ chseodisha.nic.in ରେ ଏହାକୁ ଚେକ୍ କରିପାରିବେ। ଏହା ବ୍ୟତୀତ ସେମାନେ ଓଡ଼ିଶା ସରକାରଙ୍କ ଅଫିସିଆଲ୍ ରେଜଲ୍ଟ ପୋର୍ଟାଲ୍ results.odisha.gov.in କୁ ଯାଇ ମଧ୍ୟ ନିଜର … Read more