ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ )ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ-୨୦୨୫ (28th ITTF-ATTU Asian Table Tennis Team Championships 2025) ର ଆୟୋଜନ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍‌ … Read more

ଲଘୁଚାପ ପ୍ରଭାବରୁ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଭାରତ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ୨୭ ତାରିଖ ସକାଳେ ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା … Read more

ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ । ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ ସେ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆହୁରି ତତ୍ପର ହୋଇ କାମ କରିବାର ଆବଶ୍ୟକତା କହିଛନ୍ତି। ବିଏମ୍‌ସି ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍‌ ଅଳିଆ ବାହାରୁଛି। ୪ ସହ ଟନ୍ ଓଦା … Read more

ରାଷ୍ଟ୍ରପତିଙ୍କଠୁ ଜାତୀୟ ପୁରସ୍କାର ଗ୍ରହଣ କଲେ ଚିତ୍ରଶିଳ୍ପୀ ମାନସ ଦାସ

ନୂଆଦିଲ୍ଲୀ: ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ ‘ଏ କଲ ଫର ପ୍ରୋଗ୍ରେସ’ ପାଇଁ ମାନସ ଗ୍ରହଣ କରିଛନ୍ତି ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ କରିଛନ୍ତି ମାନସ । ଚଳିତବର୍ଷ ଏହି ପୁରସ୍କାର ପାଇବାକୁ ମନୋନୀତ ତାଲିକାରେ ମାନସ ଓଡ଼ିଶାରୁ ଏକମାତ୍ର ଶିଳ୍ପୀ । ରାଷ୍ଟ୍ରୀୟ ଲଳିତ ଏକାଡେମୀ ପକ୍ଷରୁ ଆୟୋଜିତ ୬୪ ତମ ଜାତୀୟ ଚିତ୍ରକଳା ପ୍ରଦର୍ଶନୀର ପୁରସ୍କାର ବିତାରଣୀ ଉତ୍ସବରେ ଓଡ଼ିଶାର ମାନସ … Read more

୭୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ: ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୭୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟତ୍ସୋତରେ ସାମିଲ ହେବା ଲାଗି ଏସପିଙ୍କ ନିକଟରେ ସେମାନେ ଆତ୍ମସର୍ମପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୫୦ ଜଣ ପୁରୁଷ ମାଓବାଦୀ ରହିଥିବା ବେଳେ ୨୧ ଜଣ ମହିଳା ମାଓବାଦୀ ରହିଛନ୍ତି। ଏହି ସମସ୍ତ ମାଓବାଦୀ ବିଜାପୁର ଓ ନାରାୟଣପୁର ସୀମାବର୍ତ୍ତୀ ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରେ ୩୦ କ୍ୟାଡର ଅଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ … Read more

ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା। ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା। କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ । ୬ଟି କାର୍ଯ୍ୟଦିବସ ପରେ ଏହାକୁ ମୁଲତବୀ ଘୋଷଣା କରାଯାଇଛି … Read more

ଦୁର୍ଗାପୂଜା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଆଗୁଆ ଦରମା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ମିଳିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ … Read more

ଏମ୍‌କେସିଜିରେ ଶାନ୍ତି ମହାରଣାଙ୍କ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର: ଏମ୍‌କେସିଜି ବଡ଼ଡାକ୍ତରଖାନାର ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଏକ ବିରଳ ଅସ୍ତ୍ରୋପଚାର ଦ୍ବାରା ମସ୍ତିଷ୍କରୁ ବାହାର କରାଯାଇଛି ୨୦୦ଗ୍ରାମ ଓଜନର ଏକ ଟ୍ୟୁମର୍‌। ସୂଚନା ମିଳେ ଯେ, ଶାନ୍ତି ମହାରଣାଙ୍କ ଶରୀରରେ ରହିଥିବା ଏହି ଟ୍ୟୁମର କାରଣରୁ ସେ ଅନ୍ୟମାନଙ୍କୁ ଠିକ୍‌ ରୂପେ ଚିହ୍ନି ପାରୁନଥିଲେ। ଅନେକ ସମୟରେ ଶୁଣିବାରେ ସମସ୍ୟା ହେଉଥିଲା। ବିକୃତ ମସ୍ତିଷ୍କରେ ଆକ୍ରାନ୍ତ ରୋଗୀଙ୍କ ପରି ଶାନ୍ତି ବ୍ୟବହାର କରୁଥିଲେ। ମସ୍ତିଷ୍କରେ ମାଂସ ବଢ଼ିବା … Read more

BJDରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରାଯାଇଛି। ମହିଳା ବ୍ୟାପାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ l ସୋସିଆଲ ମିଡିଆରେ ଧୃତରାଷ୍ଟ୍ର ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ନିଲମ୍ବିତ ପରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ କରିନାହିଁ … Read more

ଅବସରପ୍ରାପ୍ତଙ୍କୁ ନିଯୁକ୍ତି ନିଷ୍ପତ୍ତି,ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ଅବସରପ୍ରାପ୍ତଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନିୟମିତ ନିଯୁକ୍ତି ପ୍ରକ୍ରିୟା ନ କରି ତଥା ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ବେକାର ଯୁବ ବର୍ଗଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଖାଲି ପଦବି ପାଇଁ ନିୟମିତ ବ୍ୟବଧାନରେ କାହିଁକି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ … Read more