ବାରବାଟୀରେ ଭାରତର ଆକର୍ଷଣୀୟ ବିଜୟ

କଟକ: ବାରବାଟୀରେ ଭାରତର ବିରାଟ ବିଜୟ ।ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର ବୃହତ ବ୍ୟବଧାନରେ ପରାସ୍ତ କରି କଟକ ଠାରେ ଥିବା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨୮ ବଲରେ ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ୧୭୫ ରନରେ ପହଞ୍ଚାଇଥିଲେ l ଭାରତ ଦେଇଥିବା ୧୭୬ ରନର ଲକ୍ଷ୍ୟର … Read more

ଓଡିଶା ରେ ୪୪,୭୭୧ କୋଟି ଟଙ୍କାର ସଡ଼କ ପ୍ରକଳ୍ପକୁ କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର:ନୂଆଦିଲ୍ଲୀ ଗସ୍ତରେ ଥିବା ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ଦିନ କେନ୍ଦ୍ର ମନ୍ତ୍ରୀ, ସଡ଼କ ପରିବହନ ଓ ରାଜମାର୍ଗ ଶ୍ରୀ ନିତିନ ଗଡ଼କରିଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି Iଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ … Read more

ପେଟ ପାଇଁ ୭୦ ହଜାରରୁ ଉର୍ଦ୍ଧ୍ୱ ଓଡ଼ିଆ ଦାଦନ ଖଟିବାକୁ ଯାଉଛନ୍ତି

ଭୁବନେଶ୍ୱର: ପ୍ରତି ବର୍ଷ ହଜାର ହଜାର ଓଡ଼ିଆ ଶ୍ରମିକ ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଅଧିକ ଶ୍ରମିକ ଯାଉଥିବା ସୂଚନା ମିଳିଛି । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପଚାରିଥିବା ପ୍ରଶ୍ନରେ ଶ୍ରମ ମନ୍ତ୍ରୀ କହିଥିଲେ ଯେ, ପ୍ରତିବର୍ଷ ୭୦ ହଜାରରୁ ଅଧିକ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ୨୦୨୩ରେ ୮୧୨୩୨ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ … Read more

ବିଧାନସଭା ଶୀତ ଅଧିବେଶନ ସମୟ ପୂର୍ବରୁ ସରିଲା; ୧୧ ଦିନ ଚାଲିଲା ଗୃହ

ଭୁବନେଶ୍ୱର: ସମୟ ପୂର୍ବରୁ ବିଧାନସଭା ଶୀତ ଅଧିବେଶନ ଶେଷ । ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିଲା ବିଧାନସଭା ଶୀତ ଅଧିବେଶନ । ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍‌ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ … Read more

ଅଭିଳାଷ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି ଓ ଐଶ୍ୱର୍ଯ୍ୟା ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ

ଭୁବନେଶ୍ୱର: ବିଜେପି ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ପଦପଦବୀ ପାଇଁ ନାଁ ଘୋଷଣା କଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ତାଲିକା ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାର ଅଭିଳାଷ ପଣ୍ଡା ପୁଣି ଥରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ହୋଇଛନ୍ତି । ସେହିପରି ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚାର ସଭାନେତ୍ରୀ ହୋଇଛନ୍ତି । ସେହିପରି ଶୁଭ୍ରାଂଶୁ ମୋହନ ପାଢ଼ୀ କୃଷକ ମୋର୍ଚ୍ଚା ସଭାପତି, … Read more

ବାଲି ଚୋରି ଉଦ୍ୟମ ବେଳେ ଏରସମା ପୁଲିସର ଚଢ଼ାଉ

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତସ୍ଥିତ ଜଗତପଡା ଜଙ୍ଗଲ ଜମିରୁ ବେଆଇନ ବାଲି ଚାଲାଣ ବେଳେ ଗୋଟିଏ ଜେସିବି ଓ ୪ ଟ୍ରାକ୍ଟର ଜବତ କରାଯାଇ ଏରସମା ଥାନାରେ ରଖାଯାଇଛି। ଏହି ମାମଲାରେ ୫ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ମିଳିଥିବା ଖବର ଅନୁଯାୟୀ ଏରସମା ଥାନା ତରଫରୁ ପାଟ୍ରୋଲିଂ କରାଯାଉଥିବା ସମୟରେ ହଠାତ ଟିମ୍ ଦେଖିଲା ଯେ କିଛି ଲୋକ ଗୋଟିଏ ଜେସିବି ବାଲି ଖୋଳି ତାକୁ ୪ଟି ଟ୍ରାକ୍ଟର ସାହାଯ୍ୟରେ କିଛି ଲୋକ ଉଠାଉଥିଲେ। … Read more

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ୫୦ ଲକ୍ଷ; ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା। ଏନେଇ ବିଧାନସଭାରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ,ରାଜ୍ୟରେ ନୂଆ ସରକାର ଆସିବା ପରେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା କ୍ୱାର୍ଟର୍ସଗୁଡ଼ିକର ମରାମତି ଏବଂ ନବୀକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଇଛି ଏବଂ ସମସ୍ତ ମନ୍ତ୍ରୀମାନଙ୍କର … Read more

ମା’ ପୁଅଙ୍କ ନିକଟରୁ ବ୍ରାଉନ ସୁଗାର ଓ ସେପଟେ କ୍ରିକେଟ ବ୍ୟାଟରୁ ଗଞ୍ଜେଇ ଜବତ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାରୁ ବ୍ରାଉନସୁଗର କାରବାର ଚଳାଉଥିବା ମାଆ ଓ ପୁଅଙ୍କୁ କାମାକ୍ଷାନଗର ଅବକାରୀ ବିଭାଗ ଗିରଫ କରିଛି । ସେମାନଙ୍କୁ ନିକଟରୁ ୬୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଦୀର୍ଘ ଦିନ ଧରି ବ୍ରାଉନସୁଗର ଭଳି ସାଂଘାତିକ ନିଶା କାରବାର ଚଳାଇ ଆସୁଥିଲେ ଏହି ମାଆ ପୁଅ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି … Read more

ଏମ.ଭି ୨୬ ଗାଁରେ ୧୬୩ ଧାରା ଲାଗୁ, ୪ ଦିନ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲାର ଏମଭି-୨୬ ଏବଂ ରାଖାଲଗୁଡ଼ା ଗ୍ରାମ ମଧ୍ୟରେ ଗୋଷ୍ଠୀ ବିବାଦ ଦେଖାଦେଇଛି । ଫଳରେ ଦୁଇ ଗ୍ରାମର ୧୦ କିଲୋମିଟର୍ ପରିଧି ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଲାଗୁ କରାଯାଇଛି । କୋରାପୁଟରୁ ଆଇଆରବି, ଡିଭିଏଫ୍ ଏବଂ ସିଆରପିଏଫ୍ ଯବାନଙ୍କୁ ଆଣି ଦୁଇ ଗ୍ରାମରେ ମୃତୟନ କରାଯାଇଛି । ପୋଲିସ ଟିମ୍ କ୍ୟାମ୍ପ ପକାଇ ଜଗି ରହିଛନ୍ତି । ଅନେକ ଘରର ଲୋକ ଗାଁ ଛାଡ଼ି … Read more

ଡିସେମ୍ବର ୮ ଏବଂ ୯ ରେ ବାରବାଟୀରେ ଟି-20 ମ୍ୟାଚ୍ ପାଇଁ ଟ୍ରାଫିକ୍ କଟକଣା ଲାଗୁ

ଭୁବନେଶ୍ବର: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୦୯.୧୨.୨୦୨୫ ରେ କଟକର ବାରବାଟୀ ଷ୍ଟାଡିୟମରେ ଟି-୨୦ କ୍ରିକେଟ ମ୍ୟାଚ୍ ଏବଂ ୦୮.୧୨.୨୦୨୫ ରେ ଖେଳାଳିମାନଙ୍କ ଅଭ୍ୟାସ ଅଧିବେଶନ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଦଳଗତ ଗତିବିଧି ଏବଂ ମ୍ୟାଚ୍ ସମ୍ବନ୍ଧୀୟ କାର୍ଯ୍ୟକଳାପ ଯୋଗୁଁ ଷ୍ଟାଡିୟମକୁ ଯାଉଥିବା ସମସ୍ତ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ଯାତ୍ରା ଯୋଜନା କରନ୍ତୁ ଏବଂ ଟ୍ରାଫିକ୍ କର୍ମଚାରୀଙ୍କ … Read more