June 26, 2025 9:01 pm

ଗଞ୍ଜାମ ବିଜେପିରେ ପ୍ରଦୀପ ଇନ୍‌ର ଇଫେକ୍ଟ 

ଶାନ୍ତନୁ ରଣା ବ୍ରହ୍ମପୁର: ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଆରମ୍ଭରୁ ବିଜେପିରେ ବିଦ୍ରୋହ ଦେଖାଦେଲାଣି । ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ବିଜେଡ଼ିରୁ ବିତାଡ଼ିତ ଗୋପାଳପୁର ବିଧାୟକ ଡ଼. ପାଣିଗ୍ରାହୀ ପ୍ରଥମେ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗଦାନ କରିଥିବା ବେଳେ ବ୍ରହ୍ମପୁରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଆଗମନ ବେଳେ ଅତି ନିକଟତର ହୋଇଥିବା ଦେଖିବାକୁ ମିଳିଥିଲା ।  ତେବେ ଡ଼. … Read more

ଅବ୍ୟବସ୍ଥା ଘେରରେ ପଶୁ ସମ୍ପଦ: ଇନ୍ଧନ ଅଭାବରେ ଆମ୍ବୁଲାନ୍ସ ଗଡୁନି

ବ୍ରହ୍ମପୁର: ପଶୁ ଆମ୍ବୁଲାନ୍ସ ସହାୟକ ନଂ ୧୯୬୨କୁ ସରକାର ପଶୁ ଧନ ସେବାରେ ଉତ୍ସର୍ଗ କଲେ, ହେଲେ ଉକ୍ତ ନମ୍ବରକୁ ଫୋନ୍ କଲେ କେହି ଉଠାଉ ନାହାନ୍ତି ଏବଂ ତାକୁ କର୍ମଚାରୀଙ୍କ ଖାତିର ନାହିଁ ଏପରିକି ବ୍ରହ୍ମପୁର ପ୍ରାଣୀ ଧନ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଥିବା ନୋଡାଲ ଅଫିସରଙ୍କ ଦାୟିତ୍ବହୀନତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣାରେ ଆହତ ପଶୁ, ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି ।   ସୂଚନା ଥାଉ କି, ଗତ ଦୁଇଦିନ ତଳେ ବ୍ରହ୍ମା ନଗର … Read more

ରଙ୍ଗେଇଲୁଣ୍ଡା ରେ ଆମ ଓଡ଼ିଶା ନବୀନ ଓଡ଼ିଶା

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର ସଦସ୍ୟ ପରି ଏଣୁ ଏ ଅଞ୍ଚଳର ବାସୀ ଙ୍କ ସେବା କରିବା ମୋ ସୌଭାଗ୍ୟ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଗୋପାଳପୁରର ସୁଖଦୁଃଖ ବୁଝିବାକୁ ଦାୟୀତ୍ଵ ଦେଇଥିବାରୁ ସେ ଏହାକୁ ସୁଚାରୁ ରୂପେ ସମ୍ପାଦନା କରିବେ ବୋଲି କହିଛନ୍ତି । ସରପଞ୍ଚ ନମିତା ମହାଙ୍କୁଡ଼ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଭାଇସ ଚେୟାରମ୍ୟାନ ରାଜେଶ୍ୱରୀ ଦୋରା,ରଙ୍ଗେଇଲୁଣ୍ଡା ବ୍ଲକ ଭାଇସ ଚେୟାରମ୍ୟାନ ଅନିତା ମହାଙ୍କୁଡ଼,୫୫ ନମ୍ବର ଯୋନ ର ଜିଲ୍ଲା ପରିଷଦ ସଦସ୍ୟା ତଅପୋଇ ଦାସ,,ବ୍ରହ୍ମପୁର ସାଂସଦ ପ୍ରତିନିଧି ଅଜିତ ଦାସ,ବହୁ ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ଥିଲେ। ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଖାଡଙ୍ଗା ସମସ୍ତ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିବା ବେଳେ ସମିତିସଭ୍ୟ କୃଷ୍ଣଚନ୍ଦ୍ର ମହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।ନାଏବ ସରପଞ୍ଚ ରାମ ଚନ୍ଦ୍ର ଦାସ,ଶରତ ଚନ୍ଦ୍ର ମହାଙ୍କୁଡ ,ରାମ ହରି ଦାସ,ଏସ. ରାମାରାଓ,ଦମ୍ବୁରୁ ଗଉଡ଼,ଏସ. ରାଜେୟା, ଟି ସୀମାଦ୍ରୀ, ସୁରେନ୍ଦ୍ର ଦାସ, ବିପ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ଶାନ୍ତନୁ କୁମାର ରଣା କରିଥିଲେ। ଇତିବ୍ୟସରରେ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

(ଶାନ୍ତନୁ କୁମାର ରଣା) ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର ସଦସ୍ୟ ପରି ଏଣୁ ଏ ଅଞ୍ଚଳର ବାସୀ ଙ୍କ ସେବା କରିବା ମୋ ସୌଭାଗ୍ୟ।  ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମ ପଂଚାୟତ ରେ  ଆମ ଓଡ଼ିଶା ନବୀନ ଓଡ଼ିଶା  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ … Read more

କୁନି ପ୍ରତିଭା ନ୍ୟାସାଙ୍କୁ ଉତ୍କଳ ଗୌରବ ପୁରସ୍କାର

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ଆଧୁନିକ ଓ ସମ୍ବଲପୁରୀ ନୃତ୍ୟରେ ନିପୁଣ ନ୍ୟାସା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି । ସମ୍ପ୍ରତି ଭୁବନେଶ୍ୱର ଠାରେ କଳିଙ୍ଗ କଳାକେନ୍ଦ୍ର ପକ୍ଷରୁ ଏହାର ପ୍ରତିଷ୍ଠାତା ମାନଗୋବିନ୍ଦ ନାୟକଙ୍କ ତତ୍ତ୍ୱାବଧାଳନରେ ଅଞ୍ଜଳି ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ନ୍ୟାସା କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଉଚ୍ଚକୋଟୀର ନୃତ୍ୟ କଳା ପ୍ରଦର୍ଶନ ପାଇଁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ଉତ୍କଳ … Read more

୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ‘କ୍ରାନ୍ତି’  ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୪’ ମହାସମାରୋହରେ ପାଳିତ 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: :ସ୍ଥାନୀୟ ବ୍ରହ୍ମା ନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ -୨୦୨୪’ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସମସ୍ତ ଅତିଥି ମାନେ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯୟନିର୍ବାହୀ ନିର୍ଦ୍ଦେଶକ … Read more

ଗଉଞ୍ଜୁ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପକ୍ଷରୁ ସଚେତନତା ଶିବିର

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମ ପଂଚାୟତ ରେ  ଆମ ଓଡ଼ିଶା ନବୀନ ଓଡ଼ିଶା  ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହିଇଯାଇଛି ।ମୁଖ୍ୟଅତିଥି ଭାବେ  ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ  କରିଥିବା ବେଳେ  ।ବିଭିର୍ଣ ବିଭାଗ ର ପଦାଧିକାରୀ ମାନେ ସରକାର ଙ୍କର ବିଭିର୍ଣ ଯୋଜନା ସମର୍କ ରେ ଉପସ୍ଥିତ ଜନତା ଙ୍କୁ ବୁଝେଇଥିଲେ।ସରପଞ୍ଚ ନିରଞ୍ଜନ … Read more

୨୭ନଂ ୱାର୍ଡରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୂମଧାମରେ ପାଳିତ

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ଦୀର୍ଘ ଶତଶତ ବର୍ଷର ସଂଗ୍ରାମ ପରେ ସରଜୁ ନଦୀର କୂଳରେ ଅଯୋଧ୍ଯା ଠାରେ ରଘୁବଂଶୀ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଶିଶିର ଋତୁ ପୌଷମାସ  ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ଅବସରରେ ବ୍ରହ୍ମପୁର ମହାନଗର ନିଗମ ୨୭ନଂ ୱାର୍ଡ  ଆନୁକୂଲ୍ଯରେ ୱାର୍ଡରେ ଥିବା  ରଘୁନାଥ ମନ୍ଦିର ଓ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସକାଳ ୬.୦୦ଘଟିକା: ମଙ୍ଗଳ ଆଳତି, ଘ୯.୦୦:ରେ ହୋମ, ଅପରାହ୍ନ ୦୩.୦୦ :ରାମଚରିତ ମାନସ ପାଠ, ସଂଧ୍ଯା ୬.୩୦: ଦୀପାବଳି/ଦୀପଦାନ … Read more

ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ  ଅନୁଷ୍ଠିତ 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ବ୍ରହ୍ମପୁର  ମହାନଗର ଅନ୍ତର୍ଗତ ଗୋଷାଇଁନୂଆଗାଁ ଗକୁଳଧାମ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ବୈଠକ ସଭାପତି ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିଲା।ମହାସଭାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ଚୌଧୁରୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ହେବାକୁଥିବା ଆଗାମୀ 28 ତାରିଖ ରବିବାର ଦିନ  ଗୁରୁଣ୍ଠି ସ୍ଥିତ ନିଜସ୍ବ କାର୍ଯ୍ଯାଳୟ ଠାରେ ମହାସଭାର ସାଧାରଣ ବୌଠକ ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ସମ୍ପର୍କରେ ଆଲୋଚନା ସହ ବିଭିନ୍ନ କମିଟି ଗଠନ କରାଯାଇଥିଲା। … Read more

ବିଏମସି ୨୩ ନମ୍ବର ୱାର୍ଡ ରେ ବୁଲିଲା ଅର୍ପଣ ରଥ

ଶାନ୍ତନୁ କୁମାର ରଣା ବ୍ରହ୍ମପୁର:  ରାଜ୍ୟ ସରକାରଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆସନ୍ତା ୧୭ ତାରିଖରେ ଲୋକାର୍ପିତ କରିବାକୁ ଯାଉଛନ୍ତି ।ଏହି ଅବସର ସମଗ୍ର ରାଜ୍ୟ ରେ ଅର୍ପଣ ରଥ ବୁଲି ବୁଲି ଗୁଆ ଚାଉଳ ସଂଗ୍ରହ କରୁଛି।  ଏହି ଅବସର ରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ  ବିଏମସି ୨୩ ନମ୍ବର ୱାର୍ଡ ରେ ଅର୍ପଣ ରଥ ବୁଲି ଗୁଆ ଚାଉଳ ସଂଗ୍ରହ କରିଥିଲା।କର୍ପୋରେଟର ଆରତୀ ତନ୍ତୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର … Read more

ଗଉଞ୍ଜୁ ରେ ଅର୍ପଣ ରଥ, ସଂଗ୍ରହ ହେଲା ଗୁଆ ଚାଉଳ

ଶାନ୍ତନୁ କୁମାର ରଣା ବ୍ରହ୍ମପୁର:  ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଅର୍ପଣ ରଥ ଘର କୁ ଘର ବୁଲି ଗୁଆ ଚାଉଳ ସଂଗ୍ରହ କରୁଥିବା ବେଳେ ସ୍ଥାନୀୟ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମ ରେ ରଥ କୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁମିଳିଛି ।  ଜଗନ୍ନାଥ ଚିନ୍ତା ଓ ଚେତନା ସମଗ୍ର ବିଶ୍ୱକୁ ଅଭିଭୂତ କରିଥିବା ବେଳେ ସରକାର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆସନ୍ତା ୧୭ ତାରିଖରେ ଲୋକାର୍ପିତ କରିବାକୁ ଯାଉଛନ୍ତି ।    … Read more