ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା କଲେ ପ୍ରତ୍ୟାହାର

ମୁମ୍ବାଇ:ଚଳିତ ବର୍ଷ ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏହା ଶେୟାର ବଜାର ଇତିହାସରେ ସବୁଠାରୁ ବଡ଼ ପୁଞ୍ଜି ପ୍ରତ୍ୟାହାର । ବିଶ୍ୱ ବଜାର ସ୍ଥିତି ଏବଂ ଭାରତୀୟ ବଜାରର ଉଚ୍ଚ ଭାଲ୍ୟୁଏଶନ କାରଣରୁ ନିବେଶକ ସେମାନଙ୍କ ନିବେଶ ଅର୍ଥ ପ୍ରତ୍ୟାହାର କରୁଥିବା ବିଶେଷଜ୍ଞ କହିଛନ୍ତି । ତେବେ ୨୦୨୬ରେ ବଜାର ସ୍ଥିତି ଉନ୍ନତ ରହିବ ବୋଲି ଆଶା କରାଯାଉଛି ।ଏବର୍ଷ ମୋଟ … Read more

ଉନ୍ନାଓ ଦୁଷ୍କର୍ମ ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଜାମିନ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ଜାମିନ୍ ଆବେଦନ ଉପରେ ରୋକ ଲାଗିଛି । ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାର ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ … Read more

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପୀଠ

ଭୁବନେଶ୍ୱର:ଗତ ୫ ଦିନ ହେବ ଭରତପୁର ଜଙ୍ଗଲରୁ ୭ଟିକିଆ ହାତୀ ପଲ ଶିଖରଚଣ୍ଡୀ ମୁଣ୍ଡିଆକୁ ପଳାଇ ଆସିଥିଲେ । ସେମାନଙ୍କ ମଧ୍ୟରୁ ୨ଟି ହାତୀ ମୁଣ୍ଡିଆ ଉପରେ ରହି ଯାଇଥିଲେ। ବନ ବିଭାଗର ଉଦ୍ୟମ ସତ୍ତ୍ଵେ ସେମାନେ ଫେରୁ ନଥିଲେ। ଫଳରେ ବନ ବିଭାଗର ଚନ୍ଦକା ଓ ଭୁବନେଶ୍ୱର ଟିମ୍‌ ଡ୍ରୋନ୍‌ ସାହଯ୍ୟରେ ହାତୀକୁ ଟ୍ରାକିଂ କରିଥିଲେ। ସ୍ପେଶାଲ ଗ୍ରୁପ୍‌ ହୋଇ ହାତୀକୁ ଖୋଜା ଖୋଜି କରିଥିଲେ । ତଥାପି ଦନ୍ତା ୨ଟି ବୋଲ ମାନି ନଥିଲେ … Read more

ରଘୁରାଜପୁର ଶିଳ୍ପୀମାନଙ୍କର କଳାକୃତି କୁ ପ୍ରଶଂସା କଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରବିବାର ଦିନ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରି ସେଠାକାର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ନିଖୁଣ ପଟ୍ଟଚିତ୍ର, ଟସର ଓ କାଠ ଶିଳ୍ପ ଆଦି କଳାକୃତିର ପ୍ରତ୍ୟକ୍ଷ ଅନୁଭୂତି ନେବା ସହିତ କାରିଗରମାନଙ୍କ ସହ ଆଲୋଚନା କରିଥିଲେ lରଘୁରାଜପୁରର ଶିଳ୍ପୀମାନେ ଶହଶହ ବର୍ଷର ଭାରତୀୟ ସଂସ୍କୃତି,ପରମ୍ପରା ଓ ଲୋକ କଥାକୁ ପଟ୍ଟଚିତ୍ର ଓ ଅନ୍ୟାନ୍ୟ କଳାକୃତି ମାଧ୍ୟମରେ ଉଜ୍ଜୀବିତ କରି ରଖିଛନ୍ତି ଯାହାର ଯେତେ … Read more

ନୂଆବର୍ଷ ପାଇଁ ମଧ୍ୟରାତ୍ରରେ ଶ୍ରୀମନ୍ଦିର ନଖୋଲିବାକୁ ଅପିଲ୍ କଲେ SJTA ସଦସ୍ୟ, ଗଜପତିଙ୍କୁ ଲେଖିଲେ ଚିଠି

ପୁରୀ: ଇଂରାଜୀ ନବ ବର୍ଷ ପାଇଁ ଡିସେମ୍ବର ୩୧ତାରିଖ ମଧ୍ୟରାତ୍ରରେ ଶ୍ରୀ ମନ୍ଦିର ଖୋଲାଯିବାକୁ ନେଇ ଆପତ୍ତି ଉଠାଇଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି (SJTA) ସଦସ୍ୟ ମହେଶ କୁମାର ସାହୁ । ଏହି ନିଷ୍ପତ୍ତିକୁ ବନ୍ଦ ରଖିବା ପାଇଁ ସେ ଆଇନମନ୍ତ୍ରୀ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୀତିନୀତି, ବିଧି ଓ ପରମ୍ପରା ପ୍ରାଥମିକତା ହେଉ । ତାପରେ ଭକ୍ତଙ୍କ … Read more

ଦେଶରେ ପ୍ରେରଣାର ଉତ୍ସ ପାଲଟିଲେ ପାର୍ବତୀ ଗିରି

ଭୁବନେଶ୍ୱର: ଓଡିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କରି ପ୍ରେରଣା ବୋଲି କହିଛନ୍ତି ମୋଦି । ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ୧୬ ବର୍ଷରେ ପାର୍ବତୀ ଗିରି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୨୦୨୬ରେ ପାର୍ବତୀ ଗିରିଙ୍କ ଜନ୍ମ ଶତାବ୍ଦୀ ପାଳନ କରାଯିବ । ସମାଜସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ । ପାର୍ବତୀ ଗିରି ବହୁତ ଅନାଥ ଆଶ୍ରମ ତିଆରି କରିଥିଲେ । ତାଙ୍କ … Read more

‘ମିସ୍ ଟିନ୍ ଫରେଭର୍ ୟୁନିଭର୍ସ’ ଓଡ଼ିଶା- ୨୦୨୫ର ମୁକୁଟ ପିନ୍ଧିଲେ ମାଲକାନଗିରି ଝିଅ

ମାଲକାନଗିରି : ‘ମିସ୍ ଟିନ୍ ଫରେଭର୍ ୟୁନିଭର୍ସ’ ଓଡ଼ିଶା- ୨୦୨୫ର ବିଜୟୀ ମୁକୁଟ ପିନ୍ଧି ଜନ୍ମମାଟି ମାଲକାନଗିରିକୁ ଫେରିଛନ୍ତି ମମତା ଭୂମିୟା। ରାଜସ୍ଥାନରେ ଆୟୋଜିତ ଜାତୀୟସ୍ତରୀୟ ମିସ୍ ଟିନ୍ ଫରେଭର୍ ୟୁନିଭର୍ସ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡିଶାରୁ ତିନିଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୭ ବର୍ଷୀୟ ମମତା ଭୂମିୟା ମିସ୍ ଟିନ୍ ଫରେଭର୍ ୟୁନିଭର୍ସ (ବିଜେତା) ଓଡ଼ିଶା ୨୦୨୫ର ମୁକୁଟ ପିନ୍ଧି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ … Read more

କଂଗ୍ରେସ ଭବନରେ ପାଳନ ହେଲା ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କଂଗ୍ରେସ ଭବନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ପତକା ଉତ୍ତୋଳନ କରିବା ସହ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ଲଢେଇ ଜୋରଦାର କରିବାକୁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।ପ୍ରତିଷ୍ଠା ଦିବସରେ ଓଡ଼ିଶାର ବିଜେପି ସରକାର ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ଅବସ୍ଥା ଆହୁରି … Read more

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତାଙ୍କ ମତରେ, ଏହା ଏକ ଘୃଣ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟ। ଏଭଳି ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଘଟଣାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ସ୍ଥାନୀୟ ଥାନାରେ ତୁରନ୍ତ ଏତଲା ଦେବା … Read more

୫ ଜାନୁୟାରୀରୁ କଂଗ୍ରେସ କରିବ “ମନରେଗା ବଞ୍ଚାଅ ଅଭିଯାନ”

ନୂଆଦିଲ୍ଲୀ: ମନରେଗା ଯୋଜନା ବଦଳରେ କେନ୍ଦ୍ର ସରକାର ଆଣିଥିବା ଭିବି ଜି-ରାମ-ଜି ଯୋଜନାକୁ ନେଇ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା । ବୈଠକ ପରେ ମଲ୍ଲିକାର୍ଜୁନ କହିଛନ୍ତି ଯେ ମନରେଗାକୁ ହଟାଇ ଭିବି ଜି-ରାମ-ଜି ଯୋଜନା ଆଣିବା ନିଷ୍ପତ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ । ଏହି ବୈଠକରେ ଶପଥ ନିଆଯାଇଛି ଯେ ଦଳ ଦେଶବ୍ୟାପୀ ଆନ୍ଦୋଳନ କରିବ । ମନରେଗା ଯୋଜନାକୁ ପ୍ରମୁଖ ମୁଦ୍ଦା କରି ସାରା ଦେଶରେ ବଡ଼ ଆନ୍ଦୋଳନ କରାଯିବ … Read more