ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ୭୦ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୭୦ ତମ ସମ୍ମାନସୂଚକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି … Read more

ହିତାଧିକାରୀ ମାନଙ୍କ ଇ-କେୱାଇସି ଅବଧି ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର:ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀ ମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟାର ଅବଧି ବୃଦ୍ଧି କରାଯାଇଛି । ଏହି ଅବଧିକୁ ରାଜ୍ୟ ସରକାର ଆସନ୍ତା ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ହିତାଧିକାରୀମାନେ ସେମାନଙ୍କ ଆଧାର ସଂଯୁକ୍ତ ଇ-କେୱାଇସି ରାଜ୍ୟର ସାଧରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଅନ୍ତର୍ଗତ ସମସ୍ତ ୧୧, ୭୨୫ ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ … Read more

KKR ରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର

ମୁମ୍ବାଇ :ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ ମୁସ୍ତାଫିଜୁର ରେହମାନ । ବିସିସିଆଇର ସଚିବ ଦେବଜିତ ସାଇକିଆ ଏନେଇ ସ୍ପଷ୍ଟ କରିଛନ୍ତି ।ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣା ପରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛି । ବିସିସିଆଇ ନିଷ୍ପତ୍ତି ଅନୁଯାୟୀ, ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାଦ ଦିଆଯାଇଛି । ବୋର୍ଡ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶୀ ଦ୍ରୁତ ବୋଲରଙ୍କୁ ଦଳରୁ … Read more

ଆଜି ହେଉଛି ଶ୍ରୀ ଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ଯାତ୍ରା

ଭୁବନେଶ୍ୱର:ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ପୌଷ ପୂର୍ଣ୍ଣିମାରେ ଅନୁଷ୍ଟିତ ଅଭିଷେକ ଉତ୍ସବ ଏକ ସ୍ଵତନ୍ତ୍ର ଉତ୍ସବ ଅଟେ। ମହାପ୍ରଭୁଙ୍କ ସମ୍ବୋଧନ ଅନୁସାରେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ନାୟକ, ତ୍ରିଭୁବନର ଅଧୀଶ୍ୱର, ଅଖିଳ ବ୍ରହ୍ମାଣ୍ଡର ନାୟକ, କଳିଙ୍ଗ ରାଜ୍ୟର ଇଶ୍ବର, ଏକାମ୍ର ଅଧୀଶ୍ବର ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଅଟନ୍ତି। ତାଙ୍କରି ସେହି ରାଜକୀୟ ସ୍ଵରୁପର ଅଭିଷେକ ନିମନ୍ତେ ଏହି ପୁଷ୍ୟାଭିଷେକ ଯାତ୍ରା। ପୌଷ ପୂର୍ଣ୍ଣିମା ଅବସରରେ ଭୋଗମଣ୍ଡପ ଶେଷହେବା ଅନ୍ତେ ବଡୁ ସେବାୟତମାନେ ବିନ୍ଦୁସାଗରକୁ ତୀର୍ଥଜଳ ଆଣିବା ନିମନ୍ତେ … Read more

ଅଟୋକୁ ଧକ୍କା ଦେଲା ଆମ ବସ୍: ଚାଳକଙ୍କ ମୃତ୍ୟୁ

ଭୁବନେଶ୍ବର: ଆଜି ରୁପାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ କୁ ପଛପଟୁ ଆସି ଧକ୍କା ଦେଇଥିଲା ଆମ ବସ lଅଟୋରେ ମୋଟ ୩ ଜଣ ଥିଲେ । ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଡିସିପି ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣା ଘଟାଇଥିବା ବସଟି ରୁଟ୍ ନମ୍ବର … Read more

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ ଆକ୍ସନ

ଭୁବନେଶ୍ୱର:ବିଗତ କିଛିଦିନ ହେବ ଲୋକସେବା ଭବନରେ ମାଳମାଳ ରିଲ୍ସ ଭାଇରାଲ ହେବାକୁ ଲାଗିଛି । କାର୍ଯ୍ୟାଳୟ ଭିତରେ ଓ କାର୍ଯ୍ୟାଳୟ ବାହାରରେ ରିଲ୍ସ ବନେଇ ଭାଇରାଲ କରାଯାଉଛି । ରିଲ୍ସ ଭିଡିଓରେ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଏବଂ କର୍ମଚାରୀ ଓ ଅଭିଯୋଗ ନେଇ ପାୱାର କରିଡର ଯାଉଥିବା ସାଧାରଣ ନାଗରିକ ମଧ୍ୟ ରହିଛନ୍ତି । ବିଶେଷ କରି ବିଭିନ୍ନ ପାର୍ବଣ ଓ ନୂଆବର୍ଷରେ ଏହି ସବୁ ଭିଡିଓ ବନା ଯାଇଛି । ଏହାକୁ … Read more

ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ

ଭୁବନେଶ୍ୱର:ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି । ଯାହା ଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ । ଏଥି … Read more

ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂ

ଭୁବନେଶ୍ୱର:ନୂତନ ଉନ୍ନୟନ କମିସନର ଭାବେ ଦାୟିତ୍ବ ଗ୍ରହଣ କଲେ ଦେଓରଞ୍ଜନ କୁମାର ସିଂହ। ପୂର୍ବରୁ ଅନୁ ଗର୍ଗ ଉନ୍ନୟନ କମିସନର ଭାବେ କାର୍ଯ୍ୟ କରୁଥିଲେ। ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପରେ ସେହି ପଦବୀ ଖାଲିପଡ଼ିଥିଲା। ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଯୋଜନା ଓ ସଂଯୋଜନ ବିଭାଗ ସହ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ … Read more

ବଡଦାଣ୍ଡରେ ଦୁର୍ଘଟଣା ନାବାଳକ ମୃତ

ପୁରୀ:ଆଜି ସକାଳୁ ସକାଳୁ ପୁରୀ ବଡ଼ ଦାଣ୍ଡରେ ଜଣେ ବ୍ୟକ୍ତି ତାଙ୍କର ଦୁଇ ନାତିଙ୍କୁ ଏକ ସ୍କୁଟିରେ ଧରି ଜଳଖିଆ କିଣିବାକୁ ଆସୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡ଼ି (ଓଡି୨୨ଏସି୩୦୪୮) ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ସ୍କୁଟି ଆରୋହୀ ତଳେ ପଡ଼ି ଗୁରୁତର ହୋଇଯାଇଥିଲେ । ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ … Read more

ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର:ପ୍ରଦୂଷଣ ସାର୍ଟିଫିକେଟ ଆଉ ଗ୍ରୀନ୍ ଷ୍ଟିକର କୁ ନେଇ ଗାଡ଼ିଚାଳକମାନେ ଚିନ୍ତାରେ ଥିବାବେଳେ ପରିବହନ ବିଭାଗ କରିଛି ବଡ଼ ଘୋଷଣା ।ଓଡ଼ିଶା ପରିବହନ ବିଭାଗ ଘୋଷଣା କରିଛି ଯେ, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ଥିବା ଯାନବାହାନଗୁଡ଼ିକ ପାଇଁ ୧୦ ଜାନୁଆରି ୨୦୨୬ ଠାରୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍ ଉପଲବ୍ଧ ହେବ।ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଛନ୍ତି, ସେମାନେ ନିଜ ନିକଟସ୍ଥ … Read more