ସରପଞ୍ଚଙ୍କ ପାଇଁ ଓଡ଼ିଆ ପଢ଼ିବା ଓ ଲେଖିବା ଜରୁରୀ: ହାଇକୋର୍ଟଙ୍କ ରାୟ

କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । ତେଣୁ ସରପଞ୍ଚ ନିଶ୍ଚିତ ଓଡ଼ିଆ ଭାଷା ପଢ଼ିବା ଏବଂ ଲେଖି ଜାଣିବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ସୁହାଗପୁର ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦିଆଯାଇଥିବା … Read more

ଅଯୋଧ୍ୟା ରାମ ମନ୍ଦିରରେ ନମାଜ ପାଠ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଅଟକ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ପରିସର ଭିତରେ ନମାଜ ପାଠ କରୁଥିବା ଜଣେ କାଶ୍ମୀରୀ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ସେହି ବ୍ୟକ୍ତି ରାମ ମନ୍ଦିରର ପ୍ରସ୍ଥାନ ଦ୍ୱାର ନିକଟରେ ନମାଜ ପାଠ କରୁଥିଲେ। ଏହା ପରେ ଲୋକମାନେ ବିରୋଧ କରିଥିଲେ ଏବଂ ସୁରକ୍ଷା କର୍ମୀଙ୍କୁ ସୂଚନା ଦେଇଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଅଟକ ରହିଥିବା ବ୍ୟକ୍ତି ଶୋପିୟାଁର ବାସିନ୍ଦା ଏବଂ ତାଙ୍କ ନାମ ଆବୁ ଅହମ୍ମଦ ଶେଖ। ପୋଲିସ ଭାରତୀୟ ଦଣ୍ଡ ସଂହିତାର … Read more

ଚାର୍ଟର୍ ବିମାନ ଦୁର୍ଘଟଣାର ହେବ ତଦନ୍ତ

ଭୁବନେଶ୍ୱର: ଚାର୍ଟର୍ ବିମାନ ଦୁର୍ଘଟଣାକୁ ନେଇ ‘ମେ ଡେ’ କଲ୍ କରିଥିଲେ ବୋଲି କହିଛନ୍ତି ନିର୍ଦ୍ଦେଶକ । ନିର୍ଦ୍ଦେଶକଙ୍କ ସୂଚନା ଅନୁଯାଇ ଚାର୍ଟର୍ ବିମାନ (VT-KSS) ଅପରାହ୍ନ ୧୨:୨୭ ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯେଉଁଥିରେ ୪ ଜଣ ଯାତ୍ରୀଙ୍କ ସମେତ ୬ ଜଣ ଥିଲେ । ଠିକ୍ ୧୨:୫୮ରେ ରାଉରକେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗରେ ଆସିଥିଲା । ଏହା ପରେ … Read more

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ବାସୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ଆଜି ୨୫ଟି ନୂଆ ଇ-ବସ୍‌ର ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ। ଏହି ବସ ଗୁଡିକର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଇଁଠାପାଲି ଠାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ବା CRUT ର ଅତ୍ୟାଧୁନିକ ବସ୍ … Read more

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା: ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ। ଜରୁରୀ ଅବତରଣ ବେଳେ କଂସର ଅଞ୍ଚଳରେ ବିମାନ କ୍ରାସ୍। ପାଇଲଟଙ୍କ ସହ ୬ ଗୁରୁତର। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଦକ୍ଷିଣ ରାଉରକେଲାର କଂସର ଅଞ୍ଚଳରେ ଆଜି ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି। ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇଯାଇଛି। ଫଳରେ ବିମାନଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ଜଣ ଗୁରୁତର ହୋଇଥିବା ସୂଚନା … Read more

ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ଲୁଚାଇ ପିଡିଏସ ସାମଗ୍ରୀ ଉଠାଇଲେ ଦେଢଗୁଣା ଅର୍ଥ ଆଦାୟ କରାଯିବ। ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ତାରିଖ ପରଠାରୁ ନେଇଥିବା ପିଡିଏସ ସାମଗ୍ରୀର ମୂଲ୍ୟର ଦେଢ଼ଗୁଣ ଅର୍ଥ ପରିବାର ଲୋକଙ୍କ ଠାରୁ ଆଦାୟ କରାଯିବ। ଏଥିପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦାୟ ୨୦୧୬କ ଧାରା ୨୭(୧)ରେ ସଂଶୋଧନ କରାଯାଛି। ଏହାକୁ ରାଜ୍ୟ କ୍ୟାବିନେଟର … Read more

ବିଜେପି ପାଳୁଛି ‘ସୋମନାଥ ସ୍ୱାଭିମାନ ପର୍ବ’: ଶ୍ରୀଲିଙ୍ଗରାଜଙ୍କ ପାଖରେ ଜଳିଲା ୧୦୦୦ ଦୀପ

ଭୁବନେଶ୍ୱର: ୧୦୨୬ ମସିହାରେ ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଅନୁଷ୍ଠିତ ହୋଇଛି । ସୋମନାଥ ସ୍ୱାଭିମାନ ପର୍ବ ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତ କରିବା ସହ ‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ କରିବେ। ସୋମନାଥ ମନ୍ଦିରରେ ଓଁକାର ମନ୍ତ୍ର ଜପ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ … Read more

ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ : କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ପରିବହନ ମନ୍ତ୍ରୀମାନଙ୍କର ଏକ ଜାତୀୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୭ଟି ରାଜ୍ୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଦୁଇଟି ନିଷ୍ପତ୍ତି ନିଆଯାଇଥିଲା: ଗୁଡ ସାମରିଟାନ ପୁରସ୍କାର ଏବଂ ଚିକିତ୍ସା ଜରୁରୀକାଳୀନ ସହାୟତା। ଗୁଡ ସାମରିଟାନ ପୁରସ୍କାର ଅଧୀନରେ, ଯିଏ ପ୍ରଥମେ ଦୁର୍ଘଟଣା ପୀଡିତଙ୍କୁ ହସ୍ପିଟାଲକୁ ଆଣେ ତାଙ୍କୁ ୨୫,୦୦୦ ଟଙ୍କା ଦିଆଯିବ। ଏହା ସହିତ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁର୍ଘଟଣା … Read more

ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଭକ୍ତ ନିବାସ ପାର୍କିଂ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ସେ କହିଛନ୍ତି ଭକ୍ତ ନିବାସରେ ରୁମ୍ ଭଡ଼ା ବୃଦ୍ଧି କରାଯିବ ନାହିଁ । ଯେଉଁମାନେ ଭକ୍ତ ନିବାସରେ ରହିବା ପାଇଁ ଚାରିଚକିଆ ଆଣି ଆସୁଛନ୍ତି ସେମାନେ ଏହି ପାର୍କିଂ ଫି ଦିନକୁ ୫ଶହ ଟଙ୍କା ଦେବେ । ଅନ୍ୟ ବାହାର … Read more

ଆସନ୍ତା କାଲି ବୁର୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ତାରିଖ ଅର୍ଥାତ ଶନିବାର ମଧ୍ୟାହ୍ନ ୩ଟାରେ ବୁର୍ଲା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ଅଶୋକ ନିବାସ ଯାଇ ସେଠାରେ ରାତ୍ରୀ ଯାପନ କରିବେ ବୋଲି ପୋଲିସ ନିକଟରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋର୍ଦାର୍ ପ୍ରସ୍ତୁତି … Read more