ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ

ବିହାର: ସବୁ କଳ୍ପନା ଜଳ୍ପନା ପରେ ସମ୍ରାଟ ଚୌଧୁରୀଙ୍କ ନାରେ ମୋହର ବାଜିଛି । ସେ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ନେଇ ଚୂଡାନ୍ତ ହୋଇ ସାରିଛି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୫ରେ ପୂର୍ବାହ୍ନ ୧୧ଟାରେ ଲୋକଭବନରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ । ଉପମୁଖ୍ୟମନ୍ତ୍ରୀ ଭାବେ ନିଶାନ୍ତ କୁମାର ଓ … Read more

ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ ଗ୍ରୀଷ୍ମଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ।ବିଲ୍ ପୈଠ ନକରିବା କାରଣରୁ କୌଣସି ବି ଡ଼ିସକମ୍ (ଡିସ୍‌କମ୍‌) ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ ବିଦ୍ୟୁତ୍ କାଟ୍ କରିପାରିବେ ନାହିଁ। କେବଳ ଅତ୍ୟାବଶ୍ୟକ ମରାମତି … Read more

ହର୍ମୁଜରେ ନାକାବନ୍ଦୀ କଲା ଆମେରିକା ସୈନ୍ୟ

ୱାସିଂଟନ: ଇରାନର ସମସ୍ତ ବନ୍ଦର ଓ ତଟବର୍ତ୍ତୀ କ୍ଷେତ୍ରରେ ନାକାବନ୍ଦୀ ଲାଗୁ କରିଛି ଆମେରିକା ସୈନ୍ୟ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସେନା ଏହି ପଦକ୍ଷେପ ନେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ନାକାବନ୍ଦୀ ଇରାନ ବନ୍ଦରଗୁଡିକରୁ ଆସୁଥିବା ସବୁ ଦେଶର ଜାହାଜ ଉପରେ ସମାନ ଭାବେ ଲାଗୁ ହେବ। ହେଲେ ଅଣ ଇରାନ ବନ୍ଦରରୁ ଆସୁ୍ଥିବା ଜାହାଜଗୁଡ଼ିକୁ ହର୍ମୁଲରେ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଆମେରିକା ଓ ଇରାନ ମଧ୍ୟରେ … Read more

ପଞ୍ଚାୟତ ନିର୍ବାଚନରେ ଏକାଠି ହୋଇପାରନ୍ତି ବିଜେଡ଼ି-କଂଗ୍ରେସ: ଭକ୍ତ ଦାସ

ଭୁବନେଶ୍ୱର: ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ପୁଣି ବିଜେଡ଼ି ଓ କଂଗ୍ରେସ ଏକାଠି ହେବେ । ଯଦି ବିଜେଡ଼ି ମୁଖ୍ୟ ଏବଂ ହାଇକମାଣ୍ଡ ଚାହିଁବେ ତେବେ ମେଣ୍ଟ ହେବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଏଭଳି ମନ୍ତବ୍ୟ ପରେ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଭକ୍ତ ଦାସ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଦଳ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍‌ଗେ … Read more

୨ ଲକ୍ଷ ୩୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଗୁଡ଼ାରି ରେଞ୍ଜର

ରାୟଗଡା: ରାୟଗଡ଼ା ଜିଲ୍ଲା ଗୁଡ଼ାରି ରେଞ୍ଜର ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଡୁଖୁଙ୍କୁ ରବିବାର ଦୁର୍ନୀତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଠିକାଦାରଙ୍କୁ ବିଭିନ୍ନ ଜଙ୍ଗଲ ବିଭାଗ ଯୋଜନାର କାମ ପାଇଁ ‘ପିସି’ ନାମରେ ଅବୈଧ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଥିଲା। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ରେଞ୍ଜରଙ୍କ ଉପରେ ନଜର ରଖାଯାଇଥିଲା। ସେ ଗୁଡ଼ାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ଘରକୁ ଯାଉଥିବା ବେଳେ ଇନ୍ଦ୍ରାବତୀ ସେତୁ ନିକଟରେ ତାଙ୍କୁ ଭିଜିଲାନ୍ସ … Read more

ମାନସ ମଙ୍ଗରାଜଙ୍କୁ ସଂସଦୀୟ ଦଳର ନେତା ଓ ସୁଲତା ଦେଓ ହେଲେ ଉପନେତା

ଭୁବନେଶ୍ୱର: ଦଳର ସଂସଦୀୟ ରଣନୀତିକୁ ଆହୁରି ମଜବୁତ କରିବାକୁ ବିଜେଡ଼ି ଏକ ନୂଆ ନିଷ୍ପତି ନେଇଛି । ରାଜ୍ୟସଭାରେ ବିଜେଡ଼ିର ସଂସଦୀୟ ଦଳ ନେତା ଭାବେ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ଉପନେତା ଭାବେ ସୁଲତା ଦେଓଙ୍କୁ ଦାୟିତ୍ୱ ଦେଇ ଦଳ ଏକ ସନ୍ତୁଳିତ ନେତୃତ୍ୱ ଗଠନ କରିଛି। ଗତ କିଛି ଦିନ ଧରି ସଂସଦୀୟ ଦଳ ନେତା ପଦକୁ ନେଇ ଦଳ ମଧ୍ୟରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଥିଲା। ସସ୍ମିତ ପାତ୍ରଙ୍କ ଇସ୍ତଫା … Read more

ଫେମିନା ମିସ୍ ଇଣ୍ଡିଆ ୨୦୨୬ ପ୍ରତିଯୋଗୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କଲେ କିଟ୍‍ ଓ କିସ୍‍

ଭୁବନେଶ୍ୱର: ଏପ୍ରିଲ ୧୮ତାରିଖରେ କିଟ୍‍ ରେ ଅନୁଷ୍ଠିତ ହେବାକୁ ଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦେଶବ୍ୟାପୀ ୩୦ ଜଣ ରାଜ୍ୟ ବିଜେତା ଆଜି କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ନିକିତା ପରୱାଲ୍‍, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିଟ୍‍ … Read more

ଆଜି ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ରାଜଧାନୀ ପାଳୁଛି ୭୮ ତମ ପ୍ରତିଷ୍ଠା ଦିବସ। ସ୍ମାର୍ଟ ସିଟିର ପ୍ରମୁଖ ସରକାରୀ କୋଠା ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ ପର୍ଯ୍ୟନ୍ତ ସବୁଠୀ ଦେଖିବାକୁ ମିଳିଛି ଆଲୋକ ମାଳାର ସାଜସଜ୍ଜା । ବେଶ ଆଡମ୍ବରରେ ପାଳନ ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏହି ଅବସରରେ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ୟ୍ୟକ୍ରମ ରହିଛି। ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। … Read more

୧୧ କେଭି ତାର ଲାଗି ଚାଲିଗଲା ୩ ଦଣ୍ଡୁଆଙ୍କ ଜୀବନ, ୨ ଗୁରୁତର

ଢେଙ୍କାନାଳ: ଦଣ୍ଡଯାତ୍ରା ପାଇଁ ଟେଣ୍ଟ ପ୍ରସ୍ତୁତି କରୁଥିବା ବେଳେ ବିଦ୍ୟୁତ ଆଘାତରେ ୩ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ l ସୂଚନା ଅନୁଯାୟୀ ଦଣ୍ଡୁଆମାନେ ଗ୍ରାମରେ ମାଆ କାଳୀଙ୍କ ଦଣ୍ଡ ନାଚ ପାଇଁ ରବିବାର ସନ୍ଧ୍ୟା ସମୟରେ ଷ୍ଟେଜ ପାଇଁ ଟେଣ୍ଟ ବାନ୍ଧୁଥିଲେ। ଏହି ସମୟରେ ଟେଣ୍ଟର ଏକ ଷ୍ଟିଲ୍ ବାର୍ ଅସାବଧାନତା ବଶତଃ … Read more

ଦଳ ଛାଡିଲେ ବିଜେଡି ବିଧାୟକ ରମେଶ ପଟୁଆ

ଭୁବନେଶ୍ୱର: ଆଜି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ରମେଶ ପଟୁଆ ବିଧିବଦ୍ଧ ଭାବରେ ବିଜେପି ଦଳରେ ଯୋଗଦାନ କରିଛନ୍ତି l ରବିବାର ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଉପସ୍ଥିତିରେ ରମେଶ ପଦ୍ମ ଧରିଛନ୍ତି । ଶ୍ରୀ ପଟୁଆଙ୍କ ସହ ରେଙ୍ଗାଲି ନିର୍ଵାଚନ ମଣ୍ଡଳୀର ଅନେକ ସରପଞ୍ଚ, ୱାର୍ଡ ମେମ୍ବରଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ … Read more