ବାଲିଅନ୍ତାରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାର ସଠିକ୍ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା(ମବ୍‌ ଲିଞ୍ଚିଙ୍ଗ୍) ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି … Read more

ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ବିଜେପି ବଙ୍ଗଳାରେ ଏକ ନୂତନ ସରକାର ଗଠନ କରିଛି । ଶୁଭେନ୍ଦୁ ଅଧିକାରୀ ଆଜି ରାଜ୍ୟର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭେନ୍ଦୁ ଶପଥ ଗ୍ରହଣ କରିଛନ୍ତି … Read more

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍; ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର: ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ । ପୁରୁଣା ଏୟାରପୋର୍ଟ ରୋଡ୍‌ ରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍ କରି ଯାତାୟାତରେ ବାଧା ସୃଷ୍ଟି ହେଉଥିବାରୁ ଓଡ଼ିଶା ହାଇକୋର୍ଟ ପ୍ରଶାସନର ନିଷ୍କ୍ରିୟତା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସାଧାରଣ ପ୍ରଶାସନ ଏବଂ ସାଧାରଣ … Read more

କିମ୍‍ସ ହସ୍ପିଟାଲରେ ଡାକ୍ତରଙ୍କ ବାଇଲାଟେରାଲ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ

ଭୁବନେଶ୍ୱର: କିମସରେ ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗରେ ପୀଡ଼ିତ ଜଣେ ୬୭ ବର୍ଷୀୟା ମହିଳାଙ୍କଠାରେ ବାଇଲାଟେରାଲ ରୋବୋଟିକ୍ ଆଣ୍ଠୁ ସଫଳ ପ୍ରତିରୋପଣ କରାଯାଇଛି। ଅସ୍ତ୍ରୋପଚାରର ପରଦିନଠାରୁ ରୋଗୀ ଭଲ ଭାବେ ଚାଲିବା ଆରମ୍ଭ କରିଛନ୍ତି। କିମ୍‍ସର ବିଶିଷ୍ଟ ଅସ୍ଥିଶଲ୍ୟ ସର୍ଜନ ଡା ବସନ୍ତ ବେହେରାଙ୍କ ନେତୃତ୍ୱରେ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି। ପୂର୍ବରୁ ରୋଗୀ ଆଣ୍ଠୁ ପ୍ରତିରୋପଣ ପାଇଁ ବିଭିନ୍ନ ହସ୍ପିଟାଲର ଅନେକ ସର୍ଜନଙ୍କ ସହିତ ପରାମର୍ଶ କରିଥିଲେ ମଧ୍ୟ ଉଭୟ ଆଣ୍ଠୁ ଅସ୍ତ୍ରୋପଚାର ଏକାଠି କରିବା ସମ୍ଭବ ହୋଇପାରି … Read more

ଦିନିକିଆ ଟିଏଚ୍‌ଇ ଓଡ଼ିଶା ରିଜିଓନାଲ୍ କନ୍‌କ୍ଲେଭ୍ ସୋଆ ପକ୍ଷରୁ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ ଆୟୋଜିତ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ଏକ ଦିନିକିଆ ସମ୍ମିଳନୀରେ ଓଡ଼ିଶାର ୩୭ଟି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର କୁଳପତି, ପ୍ରଶାସକ ଏବଂ ଶିକ୍ଷାବିତ୍‌ମାନେ ଯୋଗ ଦେଇ ଉଚ୍ଚ ଶିକ୍ଷାର ବିକାଶ ଏବଂ ବିଶ୍ୱ ସ୍ତରରେ ଅନୁଷ୍ଠାନଗୁଡ଼ିକୁ ପ୍ରତିଷ୍ଠିତ କରିବାର ବିଭିନ୍ନ ଦିଗ ନେଇ ଆଲୋଚନା ଓ ବିଚାରବିମର୍ଷ କରିଛନ୍ତି । ଟାଇମ୍ସ ହାୟର ଏଜୁକେସନ୍ … Read more

ରଥଯାତ୍ରା ଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ପୁରୀ ଟାଉନ ହଲ୍‌ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରଥ ନିର୍ମାଣ, ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଉପରେ ବ୍ୟାପକ ଆଲୋଚନା କରାଯାଇଛି। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆବଶ୍ୟକ ୮୧୮ ଖଣ୍ଡ … Read more

ବାଲିପାଟଣାରେ ପୁଣି ମାଡ଼ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ

ବାଲିପାଟଣା: ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ। ମୃତ ଯୁବକ ହେଲେ ରାକେଶ ମହାନ୍ତି। ଖବର ପାଇବା ପରେ ବାଲିପାଟଣା ଥାନା ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ବେଙ୍ଗବତୀ ଗ୍ରାମର ଅଭିଯୁକ୍ତ ଜାକିର୍‌ ସାହୁଙ୍କୁ … Read more

TVKକୁ ସମର୍ଥନ ଦେଲେ ୩ ଦଳ, ବିଜୟ ଗଢିବେ ସରକାର

ନୂଆଦିଲ୍ଲୀ: ଶେଷରେ ବିଜୟଙ୍କୁ ମିଳିଛି ସମର୍ଥନ। ଏବେ ବିଜୟଙ୍କ ଟିଭିକେ ହିଁ ତାମିଲନାଡୁରେ ସରକାର ଗଢ଼ିବା ନେଇ ସ୍ପଷ୍ଟ ହୋଇଛି । ଗଣମାଧ୍ୟମର ସୂଚନା ଅନୁସାରେ ଆଜି, ସିପିଏମ, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ଟିଭିକେକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ତିନି ଦଳଙ୍କ ସମର୍ଥନ ପରେ ଏବେ ରାଜ୍ୟରେ ନୂଆ ସରକାର ଗଢ଼ିବା ପାଇଁ ପଥ ପରିଷ୍କାର ହୋଇଛି। ସୂଚନା ଅନୁସାରେ, ତିନି ଦଳର ସମର୍ଥନ ପରେ ବିଜୟଙ୍କୁ ଆବଶ୍ୟକ ମ୍ୟାଜିକ … Read more

ଓଡ଼ିଶାରେ ପେଟ୍ରୋଲ ଡିଜେଲ ସଂକଟ ନେଇ OMCsର ସ୍ପଷ୍ଟୀକରଣ

ଭୁବନେଶ୍ୱର: ମେ’ ମାସ ଆରମ୍ଭରେ ଓଡ଼ିଶା ସୀମାନ୍ତ ଅଞ୍ଚଳର କିଛି ଜିଲ୍ଲାରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଚାହିଦା ବଢ଼ିଯାଇଥିଲା। ଏହାର ପ୍ରଭାବରେ କିଛି ପେଟ୍ରୋଲ ପମ୍ପରେ ସ୍ୱଳ୍ପ ସମୟ ପାଇଁ ଇନ୍ଧନ ଅଭାବ ଦେଖାଦେଇଥିଲା। ଫଳରେ ଅନେକ ସ୍ଥାନରେ ଗାଡ଼ିଚାଳକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ପରିସ୍ଥିତିକୁ ସାମ୍ନା କରିବାକୁ OMCs ତୁରନ୍ତ ଅତିରିକ୍ତ ଟ୍ୟାଙ୍କର ମୁତୟନ କରିଥିଲେ। ପ୍ରଭାବିତ ପେଟ୍ରୋଲ ପମ୍ପଗୁଡ଼ିକୁ ଦ୍ରୁତ ଗତିରେ ଇନ୍ଧନ ପହଞ୍ଚାଇବା ସହିତ ଷ୍ଟକ ଉପରେ ନିରନ୍ତର ନଜର ରଖାଯାଇଥିଲା। … Read more

୪୮ ଘଣ୍ଟା ମଧ୍ୟରେ ୩୬ଟି ଏନକାଉଣ୍ଟର ୩ ଅପରାଧୀ ନିହତ: ଉତ୍ତରପ୍ରଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସ ଶୂନ୍ୟ ସହନଶୀଳତା ନୀତି ଆରମ୍ଭ କରିଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସକୁ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯାନରେ ପୋଲିସ ବୁଧବାର ଏବଂ ଗୁରୁବାର ଏନକାଉଣ୍ଟରରେ ୩ ଜଣ ଅପରାଧୀଙ୍କୁ ହତ୍ୟା କରିଛି, ଯେତେବେଳେ ୩୬ଟି ଏନକାଉଣ୍ଟରରେ ୪୬ ଜଣ ଅପରାଧୀ ଆହତ ହୋଇଛନ୍ତି। ପୋଲିସ ଆହତଙ୍କ ସମେତ ୬୧ ଜଣ ଅପରାଧୀଙ୍କୁ ଗିରଫ … Read more