୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଦୁଇ ବର୍ଷ ପାଇଁ ମୋଟ ୬୪ଟି ପୁରସ୍କାର ଘୋଷଣା ହୋଇଛି । ୨୦୨୩ ବର୍ଷ ପାଇଁ ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ‘ଧୋରେ ବାବୁ ଧୋ’ ପାଇଁ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇବେ । ନୈନା ଦାସ ଓ ସୁପ୍ରିୟା ନାୟକଙ୍କୁ … Read more

ବେଆଇନ ଡମ୍ପିଂ କରୁଥିବା ୮ ଗାଡ଼ି ଜବତ

ସୁନ୍ଦରଗଡ: ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କଳକାରଖାନାରୁ ନିର୍ଗତ ବିଷାକ୍ତ କୋଇଲା ପାଉଁଶ ଗୁଣ୍ଡକୁ ବିଭିନ୍ନ ଟ୍ରାନ୍ସପୋର୍ଟର ସୁନ୍ଦରଗଡ଼ ଅଞ୍ଚଳର ବିଭିନ୍ନ ଚାଷ ଜମି, ନଦୀ, ନାଳ ଓ ରାସ୍ତା କଡ଼ରେ ପକାଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗତକାଲି ରାତିରେ ଟାଙ୍ଗରପାଲି ବ୍ଲକ୍ ଗୁଲ ଠାରେ ପାଉଁଶ ଗୁଣ୍ଡ ପକାଇବାକୁ ଉଦ୍ୟମ କରୁଥିବା ବେଳେ ୮ଟି ଟ୍ରକ୍‌କୁ ଭଷ୍ମା ପୁଲିସ ଧରିଛି।ସୂଚନାଥାଉ କି, ଗତ ରାତିରେ ୧୨ଟି … Read more

ବିଜେଡିରେ ଯୋଗ ଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା

ଭୁବନେଶ୍ୱର: ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ । ଶଙ୍ଖ ଭବନରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ହେଲେ ସାମିଲ । ସାଙ୍ଗଠନିକ ବୈଠକରେ ଦଳର ଶୀର୍ଷ ନେତୃତ୍ବ ଉପସ୍ଥିତ । ସୁଜାତାଙ୍କୁ ଦଳକୁ ସ୍ବାଗତ କଲେ ଅନେକ ବରିଷ୍ଠ ନେତା । ପ୍ରଶାସକ ଭାବେ ସଫଳ ଛାପ ଛାଡ଼ିଛନ୍ତି ସୁଜାତା। ୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ … Read more

ପିପିଲି ଟୋଲ ଗେଟ୍‌ରେ ନାହିଁ ଟୋଲ ଟିକସ;ରଥଯାତ୍ରାରେ ଟୋଲ ଫ୍ରି ଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାର ଓ ପରିବହନ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର। ରଥଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ସୁନାବେଶ ଦିନ ସମସ୍ତ ପ୍ରକାର ଗାଡ଼ି ପାଇଁ ଟୋଲ ଫି ଛାଡ଼ କରାଯିବ। ବିଶେଷକରି ପିପିଲି ଟୋଲ ଗେଟ୍‌ରେ ଏହି ଦିନଗୁଡ଼ିକରେ କୌଣସି ଟୋଲ ଟିକସ ଆଦାୟ ହେବ ନାହିଁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଆଖିଆଗରେ ରଖି ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୟରେ ଯାତାୟାତ ଓ ଗାଡ଼ି ପରିଚାଳନା … Read more

ବିଜେଡି ସରକାର ସମୟରେ LED ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି:୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ନାମରେ ବଡ଼ ଧରଣର ଦୁର୍ନୀତି ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରାମ ପଞ୍ଚାୟତଗୁଡ଼ିକରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ମିଳିଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ଅର୍ଥ ଆୟୋଗ (୫ମ … Read more

କମିଶନ ରିପୋର୍ଟ ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ

କଟକ:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ ହଜିଯିବା ଘଟଣାକୁ ନେଇ ବୁଧବାର ଦିନ ହାଇକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ଏହା ସହିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଇବା ପାଇଁ ପୁଣି ଥରେ ଦାବି ହୋଇଛି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବାଶିଷ ହୋତା ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଗଠିତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହଜିଯିବା କେବଳ ଦୁର୍ଭାଗ୍ୟଜନକ ନୁହେଁ, … Read more

ସୋଆର ମାନସିକ ରୋଗ ବିଭାଗର ଡାକ୍ତର, ଆର୍ନ୍ତଜାତିକ ଅଲିମ୍ପିକ୍ କମିଟିର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଲଗ୍ନଜିତ ଦାଶ ଲୁଜାନ ସ୍ଥିତ ଆର୍ନ୍ତଜାତିକ ଅଲିମ୍ପିକ୍ କମିଟି ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ମନୋନୀତ ହୋଇଛନ୍ତି । ଡାକ୍ତର ଦାଶ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ମାନଦଣ୍ଡକୁ ଭିତି କରି କ୍ରୀଡାବିତ୍ ମାନଙ୍କର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ଯୋଗ୍ୟତା ହାସଲ କରିଛନ୍ତି । ଆର୍ନ୍ତଜାତିକ ଅଲିମ୍ପିକ୍ … Read more

ଆସନ୍ତାକାଲି ବିଜେଡ଼ିରେ ଯୋଗ ଦେଇ ପାରନ୍ତି ସୁଜାତା ପାଣ୍ଡିଆନ

ଭୁବନେଶ୍ୱର: ଆସନ୍ତାକାଲି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନ ଶଙ୍ଖ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ନବୀନ ନିବାସରେ ଆଜି ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବଡ଼ ବୈଠକ ବସିଥିଲା । ଯେଉଁଥିରେ ପ୍ରତାପ ଜେନା, ଟୁକୁନି ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ଖବରମିଳିଛି ଯେ ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଦଳରେ ସାମିଲ ହେବେ । ଦଳର ମୁଖ୍ୟ ନବୀନ … Read more

ଓଡ଼ିଶାରେ ପ୍ରଥମ ଥର ‘ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ’ ବୈଠକ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଡୋ-ପାସିଫିକ୍ ଶତାବ୍ଦୀ । ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକର ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମୁଦ୍ର, ବନ୍ଦର, ମତ୍ସ୍ୟ … Read more

ଝାରପଡ଼ା ଜେଲ୍‌ରେ ଏକାସାଙ୍ଗରେ ୭ କଏଦୀ ଅସୁସ୍ଥ

ଭୁବନେଶ୍ୱର: ଗତକାଲି ରାତିରେ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରରେ ହଠାତ୍ ୭ ଜଣ କଏଦୀ ଅସୁସ୍ଥ ହୋଇପଡିଥିବା ଖବର ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ ଭୁବନେଶ୍ୱରର ବିଭିନ୍ନ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ, ସେମାନେ ‘ଏମ୍-୧୦’ ନାମକ ନିଶା ଔଷଧ ସେବନ କରିଥିଲେ। ଏହା ଯୋଜନାବଦ୍ଧ ଭାବେ ଖାଇଥିବା ସନ୍ଦେହ କରାଯାଉଛି। ଡିଜିଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଡିଆଇଜିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଡିଆଇଜି … Read more