ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ସଂଯୋଜନା କରିଥିଲେ। ଆମ୍ବେଦକର ଜୟନ୍ତୀ ମଧ୍ୟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା … Read more

ଏପର୍ଯ୍ୟନ୍ତ ୪୬୫୦ କୋଟି ଜବତ  କଲେଣି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ-୨୦୨୪ ପାଖେଇ ଆସୁଥିବା ବେଳେ ଦେଶର ବିଭିନ୍ନ ଯାଗାରୁ କୋଟି କୋଟି ତାଙ୍କ ଜବତ ହେଉଛି। ସୋମବାର ସୁଦ୍ଧା ନିର୍ବାଚନ କମିସନ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି ଯାହା ୨୦୧୯ ନିର୍ବାଚନରେ ହୋଇଥିବା ସମୁଦାୟ ଆଦାୟ ଠାରୁ ଅଧିକ। ପୂର୍ବରୁ କେବେ ବି ଏତେ ଟଙ୍କା ଜବତ ହୋଇନଥିଲା।  କମିସନ କେବଳ ନଗଦ ଟଙ୍କା ଜବତ କରୁନାହାନ୍ତି, ବରଂ ମଦ, ଅନ୍ୟାନ୍ୟ ମାଗଣା ବଣ୍ଟନ ସାମଗ୍ରୀ ଆଦିକୁ ମଧ୍ୟ ଜବତ କରୁଛନ୍ତି । ଦେଶରେ … Read more

ଦଳବିରୋଧୀ କାର୍ଯ୍ୟପାଇଁ  ସୁରେଶ ରାଉତରାୟ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ଵର: କିଛିଦିନର କଲ୍ପନାଜଳ୍ପନାର ଅନ୍ତ  ଘଟିଛି।  ଆଜି କଂଗ୍ରେସରୁ ବହିଷ୍କୃତ  ହୋଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏ ନେଇ ଆଜି ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ତେବେ ଏହାକୁ ନେଇ ସୁରେଶ ରାଉତରାୟ ଦୁଃଖ ପ୍ରକାଶ କରି ନାହାଁନ୍ତି। ସେ କହିଛନ୍ତି ଯେ, ଦଳର ଏହି ନିଷ୍ପତିକୁ ସ୍ବାଗତ କରୁଛି। ହେଲେ ଦଳ ପାଇଁ ମୁଁ ଯେମିତି … Read more

ଗ୍ରୀଷ୍ମାଞ୍ଚଳରେ ରହୁଥିବା ଲୋକଙ୍କର କିଡନୀର କାର୍ଯ୍ୟ କ୍ଷମତା ହ୍ରାସ ପାଉଛି : ଅଧ୍ୟୟନ

ଲଣ୍ଡନ: ଅପେକ୍ଷାକୃତ ଗ୍ରୀଷ୍ମ ପାଣିପାଗ ଅଞ୍ଚଳରେ ରହୁଥିବା ରୋଗୀଙ୍କ କିଡନୀ ଅଧିକ ଖରାପ ହେଉଛି। କ୍ରନିକ୍ କିଡନୀ ରୋଗ (ସିକେଡି) ରୋଗୀ ଯେଉଁମାନେ ଅତ୍ୟଧିକ ଗରମ ଅଞ୍ଚଳରେ ବାସ କରୁଛନ୍ତି ସେମାନଙ୍କର କିଡନୀର କାର୍ଯ୍ୟ କ୍ଷମତାରେ ଅତିରିକ୍ତ ଆଠ ପ୍ରତିଶତ ହ୍ରାସ ପାଇଥିବା ଏକ ଅଧ୍ୟୟନରୁ ପ୍ରକାଶ ପାଇଛି। ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ୍ ମେଡିସିନ୍ (ଏଲଏସଏଚଟିଏମ) ଏବଂ ୟୁନିଭରସିଟି କଲେଜ ଲଣ୍ଡନ (ୟୁସିଏଲ) ସହିତ ଜଡିତ ଗବେଷକଙ୍କ ନେତୃତ୍ୱରେ ହୋଇଥିବା ଏକ ଅଧ୍ୟୟନରେ … Read more

ବିଜେପି ୨୦୨୪- ନିର୍ବାଚନ ଇସ୍ତାହାର ‘ମୋଦୀଙ୍କ ଗ୍ୟାରେଣ୍ଟି’ ଉନ୍ମୋଚିତ  

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି  ଲୋକସଭା ନିର୍ବାଚନ ୨୦୨୪ ପାଇଁ ନିଜର ଇସ୍ତାହାର ଉନ୍ମୋଚନ କରିଛି। ବିଜେପି ଏହାର ଇସ୍ତାହାରକୁ ସଙ୍କଳ୍ନ ପତ୍ର, ଜ୍ଞାନ ଏବଂ ମୋଦୀଙ୍କ ଗ୍ୟାରେଣ୍ଟି ନାମରେ ନାମିତ କରିଛି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ରିଜୋଲ୍ୟୁସନ ଚିଠି ଜାରି କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ। କଂଗ୍ରେସର ନ୍ୟାୟ … Read more

ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ପରମହଂସଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତବାର୍ଷିକୀ ପାଳିତ

ଏହି ଅବସରରେ ସ୍ମରଣିକା ଉନ୍ମୋଚିତ ପୁରୀ: ଆଜି ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ପରମହଂସଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତ ବାର୍ଷିକୀ ପାଳିତ ହୋଇଯାଇଛି। ୧୯୨୪ ମସିହା ପବିତ୍ର ବଷିୁବ ସଂକ୍ରାନ୍ତି (ଏପ୍ରିଲ ୧୪)ରେ ପ୍ରଥମେ ଠାକୁର ନିଗମାନନ୍ଦ ନୀଳାଚଳ କୁଟୀରରେ ପ୍ରବେଶ କରିଥିଲେ। ଏହି ସ୍ମରଣୀୟ ଉତ୍ସବର ଶତକ ଜୟନ୍ତୀ ଏପ୍ରିଲ ୧୪ ତାରିଖ ଦିନ ତଦୀୟ ସ୍ମୃତି ବିଜଡ଼ିତ ବଗଲା ଧର୍ମଶାଳାରେ ପାଳନ କରାଯାଇଛି। ଗତକାଲି (ଶନିବାର) ଅଧୀବାସ ପୂଜା ଅନୁଷ୍ଠିତ ହୋଇଥିଲା। ଏହି … Read more

ଅପହଂଚ ଇଲାକା ରେ  ସ୍ୱାସ୍ଥ୍ୟ ସେବା  ପହଞ୍ଚାଇବ  ଟେଲିମେଡିସିନ୍: ଡଃ ରାମାସାମୀ କିମ୍

ଭୁବନେଶ୍ୱର: ଅପହଂଚ ଇଲାକା ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ପହଂଚିପାରୁନି ସେଠାରେ ଟେଲିମେଡିସିନ୍ ହିଁ ଜନସାଧାରଣଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥି ନିମନ୍ତେ ଚିକିତ୍ସା ବିଜ୍ଞାନ (ମେଡିସିନ୍‌) ଓ ଇଞ୍ଜିନିୟରିଂ ଏକତ୍ର ହୋଇ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଚିକିତ୍ସା ବିଶେଷଜ୍ଞ ତଥା ଟେଲିମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ରାମାସାମୀ କିମ୍ କହିଛନ୍ତି। ଟେଲିମେଡିସିନ ସୋସାଇଟି ଅଫ୍ ଇଣ୍ଡିଆ (ଓଡ଼ିଶା ଚାପ୍‌ଟର) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) … Read more

ସମ୍ ଶିଶୁରୋଗ ଡାକ୍ତର ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ 

ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍। ଏହି ସନ୍ତାନଙ୍କର ପରିବାର ବାଲୁଗାଁ ଅଂଚଳର ହୋଇଥିବା ବେଳେ ତିନି ସନ୍ତାନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଥିବା ଇନ୍ – ଭିଟ୍ରୋଫର୍ଟିଲାଇଜେସନ୍ (ଆଇଭିଏଫ୍‌) … Read more

ବିଜୁ ଜନତା ଦଳର ପ୍ରଥମ ଇସ୍ତାହାର କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: ଶଙ୍ଖ ଭବନରେ ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଏହି କମିଟି ବୈଠକରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ବିଜେଡି ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଶାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ ଅଧ୍ୟକ୍ଷ … Read more

ଅବାଧ ଏବଂ ନିରପେକ୍ଷ ମତଦାନ ପାଇଁ  ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲ, ୨୦୨୪ରେ ୨୧ଟି ରାଜ୍ୟର ୧୦୨ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବାକୁ ଥିବା ବେଳେ ଏଥିରେ ୧୨୭ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୬୭ ଜଣ ପୁଲିସ ପର୍ଯ୍ୟବେକ୍ଷକ ଏବଂ ୧୬୭ ଜଣ ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅର୍ଥାତ୍ ୨୬ ମାର୍ଚ୍ଚ, ୨୦୨୪ ପୂର୍ବରୁ ସମସ୍ତେ ନିର୍ବାଚନମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ନିର୍ବାଚନ … Read more