April 12, 2026 2:03 am

ରାଜଧାନୀର ପାଶ୍ବବର୍ତ୍ତୀ ନଦୀ ଗୁଡିକର ହେବ ପୁନରୁଦ୍ଧାର

ଭୁବନେଶ୍ବର: ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀ ଗୁଡିକର ପୁନରୁଦ୍ଧାର ହବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସେ କହିଛନ୍ତି ଯେ, ପ୍ରାଚୀ, ଧନୁଆ, ଦୟା ନଦୀର ପୁନରୁଦ୍ଧାର ହେବ । ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଭୁବନେଶ୍ୱର-ଜୟଦେବ ଅଂଚଳରେ ଥିବା ଧନୁଆ ନଦୀର ପୁନଃରୁଦ୍ଧାର ପାଇଁ ଦ୍ଵିତୀୟ ଫେଜ୍ ରେ ୭୫ କୋଟି ଟଙ୍କା ଅନୁମୋଦନ ହୋଇସାରିଛି । ଏଥିସହିତ ସଂଜୀବନୀ ଯୋଜନାରେ ଦୟା ନଦୀର … Read more

ସରିଲା ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଗୁରୁବାର ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ସମ୍ପୂର୍ଣ ହୋଇଛି ଆସାମରେ ୧୨୬ ବିଧାନସଭା ଆସନ ପାଇଁ ୮୫.୦୪ ପ୍ରତିଶତ ମତଦାନ ହୋଇଛି। ଏଥର ଭୋଟିଂ ୨୦୨୧ ନିର୍ବାଚନର ଭୋଟିଂ ରେକର୍ଡ ଭାଙ୍ଗିଛି। ଗତ ନିର୍ବାଚନରେ ୮୨.୦୪ ପ୍ରତିଶତ ଭୋଟିଂ ହୋଇଥିଲା।କେରଳରେ ସମସ୍ତ ୧୪୦ ବିଧାନସଭା ଆସନ ପାଇଁ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା।ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୭୭.୩୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହା ୨୦୨୧ ବିଧାନସଭା ନିର୍ବାଚନରେ ୭୪.୦୬ … Read more

ମେଟ୍ରୋ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: କିଛି ଦିନ ତଳେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଥିବା ନେଇ ଘୋଷଣା କରିଥିଲେ । ଏବେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଯଦି ଜୟପୁରରେ ହୋଇ ପାରୁଛି ଓଡିଶାରେ କାହିଁକି ନୁହେଁ। ମେଟ୍ରୋ ପ୍ରକଳ୍ପ ନେଇ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଗତକାଲି କେନ୍ଦ୍ର ସରକାର କେନ୍ଦ୍ର କ୍ୟାବିନେଟ୍ ରେ ୧୩ … Read more

୩ଟି ଗ୍ରୀଡ୍ ଓ ୮ଟି ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମଝି

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ । ପାଓ୍ବାର କଟ୍କୁ ନେଇ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭୁବନେଶ୍ଵର ନିକଟସ୍ଥ ବାଲିଅନ୍ତାରେ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଏକ ଐତିହାସିକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବାଲିଅନ୍ତା ସତ୍ୟନଗର ଏବଂ ଏସ୍‌ସିବି ମେଡ଼ିକାଲରେ ସ୍ଥାପିତ ଅତ୍ୟାଧୁନିକ ଜିଆଇଏସ୍‌ (Gas Insulated Substation) ଗ୍ରୀଡ … Read more

ଓଡ଼ିଶାକୁ ବୟନ ଓ ପୋଷାକ ଶିଳ୍ପ ପାଇଁ ଏକ ହବ୍‌ରେ ପରିଣତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ

ଭୁବନେଶ୍ୱର: ଆଜି କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି ।ସୂଚନାଯୋଗ୍ୟ ଯେ, ଆଜି ଏହି ପେଜ୍‌-ଇଣ୍ଡଷ୍ଟ୍ରିଜ୍‌ର ଆଉ ଗୋଟିଏ ୟୁନିଟ୍‌ର ଭୂଇଁପୁର ଠାରେ ଶିଳାନ୍ୟାସ କରାଯାଇଛି । ୨୫୮ କୋଟି ଟଙ୍କା … Read more

ଏସସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା ର ତଦନ୍ତ ପାଇଁ ମେଡିକାଲରେ ପହିଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍

କଟକ : ଏସସିବିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ବୁଧୁବାର ଦିନ ୬ ଜଣିଆ କେନ୍ଦ୍ରୀୟ ଟିମ ମେଡିକାଲରେ ପହଞ୍ଚିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ , ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ପ୍ରଫେସର, ଭାରତ ସରକାରଙ୍କ ଅଗ୍ନିସମ ବିଭାଗ ପରାମର୍ଶ ଦାତା ପ୍ରମୁଖ ଟିମରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ମାସ ପୂର୍ବରୁ କଟକ ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆଶୁ ଚିକିତ୍ସା ବିଭାଗର ଟ୍ରମା … Read more

ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ

ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ଅଏଲ ପ୍ରେସର କମ୍ ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା AAIB । ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାରେ ପ୍ଳେନ କ୍ରାସ୍ ହୋଇଥିଲା । AAIB ପକ୍ଷରୁ ହୋଇଥିବା ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ଫୁଏଲ ସପ୍ଲାଇ ବନ୍ଦ ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅଏଲ୍ ପ୍ରେସର କମ୍ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା । ୩୦ ନଟିକାଲ ମାଇଲ ପୂର୍ବରୁ ଅଏଲ୍ … Read more

ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ:ସୋଆ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ବୁଧବାର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଆରମ୍ଭ ହୋଇଛି । ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟସ୍ଥଳରେ ପହଂଚିବା ନିମନ୍ତେ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସମୟାନୁବର୍ତିତା ଆବଶ୍ୟକ ବୋଲି … Read more

ଗ୍ୟାସ୍‌ ସଙ୍କଟ ମଧ୍ୟରେ କଳାବଜାରୀ; ଚଢ଼ାଉ ବେଳେ କାଠ ଗୋଲା ଭିତରୁ ମିଳିଲା ବିପୁଳ ଟାଙ୍କି

ଭୁବନେଶ୍ୱର: ସାମନ୍ତରାପୁର ଛକ ନିକଟରେ ଥିବା ଏକ କାଠଗୋଲା ଭିତରୁ ବିପୁଳ ପରିମାଣର ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି ଜିଲ୍ଲା ଯୋଗାଣ ବିଭାଗ। ବେଆଇନ ଭାବେ ଗ୍ୟାସ୍‌ ମହଜୁଦ ଓ କଳାବଜାରୀ ଚାଲିଥିବା ଖବର ପାଇ ଅଧିକାରୀମାନେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦେଖାଯାଇଥିଲା ଯେ, ବିନା ଲାଇସେନ୍ସରେ ଏଠାରେ ବହୁ ପରିମାଣରେ ଗ୍ୟାସ୍‌ ସିଲିଣ୍ଡର ମହଜୁଦ ରଖାଯାଇଥିଲା। ୫ କିଲୋ, ୧୨ କିଲୋ ଓ ୧୪ କିଲୋର ଘରୋଇ ଗ୍ୟାସ୍‌ ଟାଙ୍କି ଏଠାରୁ ଠାବ … Read more

ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗରେ ଲାଗିବ କଟକଣା

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ଓ ଅପଶବ୍ଦ ବ୍ୟବହାରକୁ ନେଇ ଏବେ ସରକାର କଠୋର ମନୋଭାବ ନେଇଛନ୍ତି। ଆଗାମୀ ଦିନରେ ଏପରି କାର୍ଯ୍ୟ କରିଲେ କେବଳ ସତର୍କତା ନୁହେଁ, ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିପାରେ। ଏପରି ଏକ କଠୋର ଆଇନ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ଦିନକୁ ଦିନ ଅସଭ୍ୟତା ବଢ଼ୁଛି। ଅନେକ ଲୋକ ନିଜ ସୀମା … Read more