April 12, 2026 10:22 pm

କୃଷକ ମାନଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ଜାରି 

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ପ୍ରବଳ ପ୍ରବଳ ପ୍ରତିରୋଧ ଫଳରେ ଆଜି କୃଷକମାନେ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିଥିବାବେଳେ ଆସନ୍ତା କାଲି ପୁଣି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କୃଷକ ସଂଗଠନମାନେ ଘୋଷଣା କରିଛନ୍ତି । ପଞ୍ଜାବର ଫତେଗଡ଼ ସାହିବରୁ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ଯାଉଥିବା କୃଷକଙ୍କ ଉପରକୁ ଶମ୍ଭୁ ସୀମାରେ ପୁଲିସ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲା। ଗାଜିପୁର ସୀମାରେ ଏକ ଡଜନରୁ ଅଧିକ କୃଷକ ନେତାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦିଲ୍ଲୀର ସିଂଘୁ, … Read more

ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଦର ହ୍ରାସ

ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ (ଓଇଆରସି) ଆଜି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛନ୍ତି। ଗ୍ରୀଷ୍ମଋତୁ ଅବ୍ୟବହିତ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଏହା ଏକ ଖୁସି ଖବର ଆସିଛି। ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିବା ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଏ ।  ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେବ ବୋଲି ଓଇଆରସି … Read more

ମମତା ଯୋଜନା ସହାୟତା ରାଶି ୫୦୦୦ଟଙ୍କାରୁ ୧୦୦୦୦ ଟଙ୍କାକୁ ବୃଦ୍ଧି 

ଭୁବନେଶ୍ୱର: ରାଜ୍ୟ ସରକାର ‘ମମତା ଯୋଜନା’ର ସହାୟତା ରାଶି ୨ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମାତୃ ଓ ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ଆରମ୍ଭ ହୋଇଥିବା ଏହି ମମତା ଯୋଜନାରେ ବର୍ତମାନ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଏହାକୁ ୧୦ ହଜାର ଟଙ୍କା କରିଦିଆଯାଇଛି ଫଳରେ ଏହି ଯୋଜନାରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। … Read more

‘ସ୍ୱୟମ’ ସ୍କିମ ଯୁବ ବ୍ୟବସାୟୀଙ୍କ ପାଇଁ ଆଶାର ଆଲୋକ 

ବ୍ୟବସାୟ ପାଇଁ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କୁ ମିଳିବ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ … Read more

ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁକଲା ଦିଲ୍ଲୀ ପୁଲିସ 

ନୂଆଦିଲ୍ଲୀ:  କୃଷକଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାକୁ ଆଖି ଆଗରେ ରଖି ଏବଂ ସେଥି ଯୋଗୁଁ ବ୍ୟାପକ ଉତ୍ତେଜନା ଓ ସାମାଜିକ ଅସ୍ଥିରତା ଆଶଙ୍କା କରି ଦିଲ୍ଲୀ ପୁଲିସ ଏକ ମାସ ପାଇଁ ଜାତୀୟ ରାଜଧାନୀରେ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି)ର ଧାରା ୧୪୪ ଲାଗୁ କରିଛି। ୧୪୪ ଧାରା ଲାଗୁ ହେବା ଫଳରେ ରାଜଧାନୀରେ ସଭା, ଶୋଭାଯାତ୍ରା କିମ୍ବା ରାଲି ଓ ଲୋକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଟ୍ରଲି ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। ପଞ୍ଜାବ … Read more

ବୁଲେଟ୍‌ ଟ୍ରେନ୍‌ ଭାରତର ଭବିଷ୍ୟତ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲୁଥିବା ବେଳେ   କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ୍‌ କରିଡରର  ଏକ ଚମକାଇଲା ଭଳି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଏହି ମହତ୍ୱାକାଂକ୍ଷୀ ଟ୍ରେନ୍‌ ପ୍ରକଳ୍ପର କିଛି ଆଶ୍ଚର୍ଯ୍ୟଜନକ, ଅତ୍ୟାଧୁନିକ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରାଯାଇଛି। ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଏହି ବୁଲେଟ୍‌ ଟ୍ରେନ୍‌ ଘଣ୍ଟାପ୍ରତି ସର୍ବାଧିକ ୩୨୦ କିଲୋମିଟର ବେଗରେ … Read more

ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲର ୧୬ତମ ବାର୍ଷିକୋତ୍ସବ ପାଳିତ

ଶିକ୍ଷକ ସମାଜ ପରିବର୍ତ୍ତନର ମୁଖ୍ୟ ସୂତ୍ରଧାର: ଜଷ୍ଟିସ୍ ମିଶ୍ର ବ୍ରହ୍ମପୁର:  ବଦଳୁଥିବା ସମାଜରେ ସଦାବେଳେ ଯୁକ୍ତାତ୍ମକ ଚିନ୍ତାଧାରା ମଣିଷକୁ ଆଗକୁ ନେଇଥାଏ।  ଆଉ ଏ ସବୁର ମୁଖ୍ୟ ସୂତ୍ରଧାର ହେଉଛନ୍ତି ଶିକ୍ଷକ । ବ୍ରହ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲାଞ୍ଜିପଲ୍ଲୀସ୍ଥିତ ଅକ୍ସଫୋର୍ଡ଼ ପବ୍ଲିକ୍ ସ୍କୁଲର ୧୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ସେ ଶିକ୍ଷକଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରିବା … Read more

ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର୭୩ ତମ ସମ୍ମିଳନୀ ଉଦଯାପିତ

ବିଶ୍ଵରଞ୍ଜନ ପଟ୍ଟନାୟକ ଅନୁଗୁଳ:   ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ଶାଖା ର ୭୩ ତମ ସମ୍ମିଳନୀ ଅନଗୁଳ ଠାରେ ଉଦଯାପିତ  ହୋଇଯାଇଛି। ଦୁଇ ଦିନିଆ ଏହି ସମ୍ମିଳନୀ କୁ ପ୍ରଦୀପ ଜଳି ଉଦ୍ଘାଟନ କରିଥିଲେ ଭାରତୀୟ ଚିକିତ୍ସକ ସଂଘ ର ଜାତୀୟ ସଭାପତି ଡ଼ା ଆର୍ ଭି ଅଶୋକନ୍.ଶ୍ରୀ ଅଶୋକ ନ ନିଜ ବକ୍ତବ୍ୟରେ ଭାରତ ରେ ଡାକ୍ତର ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା,ଚିକିତ୍ସା ବିଜ୍ଞାନ ରେ ହେଉଥିବା ବିଭିନ୍ନ ନୂଆ ପଦ୍ଧତି ର ପ୍ରୟୋଗ … Read more

ମଧୁବାବୁ ପେନସନ ସହାୟତା ରାଶି ୫୦୦ ଟଙ୍କାରୁ ୧ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ଵର: ମଧୁବାବୁ ପେନସନ ସହାୟତା ରାଶିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିତାଧିକାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ  ଏବେ ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି କରାଯାଇଛି।  ଏବେ ହିତାଧିକାରୀ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପେନସନ ସହାୟତା ପାଇବେ। ଏହାସହ ଫେବ୍ରୁଆରି ୨୦-୨୫ ତାରିଖ ମଧ୍ୟରେ ହିତାଧିକାରୀମାନେ ବର୍ଦ୍ଧିତ ପେନସନ ପାଇବେ । ଏନେଇ ରାଜ୍ୟ ସରକାର ୩୬୮୩ କୋଟି ଟଙ୍କା ଖର୍ଚ୍ଚ … Read more

୨୦୩୫ ସୁଦ୍ଧା ନିଜସ୍ଵ ମହାକାଶ ଷ୍ଟେସନ ନିର୍ମାଣ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ : ସଫଳ ଚନ୍ଦ୍ରଯାନ-୩ ଅଭିଯାନ ପରେ ଭାରତର ମହାକାଶ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମକୁ  ପ୍ରୋତ୍ସାହିତ କରିବା ପାଇଁ ୨୦୩୫ ସୁଦ୍ଧା ନିଜସ୍ଵ ମହାକାଶ ଷ୍ଟେସନ ନିର୍ମାଣ କରିବା ସହ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇ ଭରତ। ଏହି ଯୋଜନା ଉପରେ କାମ ଚାଲୁ ରହିଛି ବୋଲି ଇସ୍ରୋ  ବୈଜ୍ଞାନିକ ତଥା ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି.ବୀରମୁଥୁଭେଲ କହିଛନ୍ତି । ସେ କହିଛନ୍ତି ଯେ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ମାନବ … Read more