April 12, 2026 11:36 pm

ଚୌଦ୍ଵାରରେ ୱେଲସ୍ପନ ଗ୍ରୁପ ପ୍ରତିଷ୍ଠା କରିବ ବୃହତ୍ତ ଟେକ୍ସଟାଇଲ୍ କମ୍ପ୍ଲେକ୍ସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରଠାରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ  ୱେଲସ୍ପନ ପ୍ରତିଷ୍ଠା କରିବାକୁ ଯାଉଥିବା ଏକ ବୃହତ୍ତ ଟେକ୍ସଟାଇଲ କମ୍ପ୍ଲେକ୍ସର  ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପରେ  ୩ ହଜାର ୫୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏଡା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ୱାରର ପାଇଁ ବହୁତ ଖୁସିର ଦିନ। ଚୌଦ୍ୱାର ଆଜି ତାର ଗୌରବ … Read more

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ, ଗୀତିକାର ଗୁଲଜାର ପାଇବେ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ଜନ୍ମାନ୍ଧ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଜ୍ଞାନପୀଠ ଚୟନ କମିଟି ଶନିବାର ଉଭୟ ନାମ ଘୋଷଣା କରିଛି। ଜ୍ଞାନପୀଠ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର | ଏହି ପୁରସ୍କାର ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ପ୍ରଥମେ ୧୯୬୫ ମସିହାରେ ମାଲାୟାଲମ୍ କବି ଜି.ଶଙ୍କର କୁରୂପଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା | ଗୁଲଜାର ହିନ୍ଦୀ ସିନେମାରେ ଗୀତ ପାଇଁ ବେଶ ପ୍ରସିଦ୍ଧ | ତାଙ୍କୁ … Read more

‘ଆମ ହସ୍ପିଟାଲ’: ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଇତିହାସ

ଭୁବନେଶ୍ଵର: ଓଡିଶାରେ ଆଜି  ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହା କହିଛନ୍ତି। ରାଜ୍ୟର ୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲର ରୂପାନ୍ତରିତ ହୋଇଛି। ଏହି ରୂପାନ୍ତରିତ ହସ୍‌ପିଟାଲକୁ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ୟବସ୍ଥା ଏବଂ କର୍ମଚାରୀଙ୍କର ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ବୟସ୍ଥାର ବି … Read more

୬୫ ହଜାର କୋଟି ଟଙ୍କା ବିନିଯୋଗରେ ପାରାଦୀପରେ  ହେବ ଜେଏସଡବ୍ଲୁ ଷ୍ଟିଲ୍ ପ୍ଳାଣ୍ଟ  

ମୁଖ୍ୟମନ୍ତ୍ରୀ ୧୩.୨ ମିଲିଅନ୍ ଟନ୍ କ୍ଷମତାର ପ୍ଲାଣ୍ଟ୍ ଶିଳାନ୍ୟାସ କଲେ  ଭୁବନେଶ୍ୱର: ପାରାଦ୍ୱୀପର ଢ଼ିଙ୍କିଆରେ ପ୍ରତିଷ୍ଠା ହେବ ବିଶ୍ୱର ଅନ୍ୟତମ ବୃହତ୍ତ ଷ୍ଟିଲ୍ କାରଖାନା । ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ କମ୍ପାନୀ ଦ୍ୱାରା ହେବାକୁ ଥିବା ଏହି କାରଖାନାରୁ ୧୩.୨ ମିଲିଅନ୍ ଟନ୍ (MPTA )ଷ୍ଟିଲ୍ ଉତ୍ପାଦନ ହେବ । ଏଥିରେ ୬୫ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ । ଏହି ଇଣ୍ଟିଗ୍ରେଟେଡ ଷ୍ଟିଲ୍ କାରଖାନାରେ ପ୍ରାୟ ୩୦ ହଜାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବ । … Read more

ମିସନ ଶକ୍ତି ସଦସ୍ୟଙ୍କୁ ୟୁନିଫର୍ମ ପାଇଁ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ମିଳିବ। ୟୁନିଫର୍ମ ବାବଦରେ ସରକାର ୧ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ। ରାଜ୍ୟର ୭୦ ଲକ୍ଷ ସଦସ୍ୟାଙ୍କୁ  ଏହି ଟଙ୍କା ମିଳିବ। ଏସ୍‌ଏଚ୍‌ଜି … Read more

ମୁଖ୍ୟ ନିର୍ବାଚନ କମିସନରଙ୍କ ସମୀକ୍ଷା ବୈଠକ 

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଇଥିଲେ। ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସଂପର୍କରେ ମାନ୍ୟବର ଆୟୋଗଙ୍କୁ ଅବଗତ କରାଇଥିଲେ। ପରେ ପରେ ମୁଖ୍ୟ ନିର୍ବାଚନ କମିସନର ଜିଲ୍ଲା … Read more

ହନୁମାନଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ଦିବସରେ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା

ବ୍ରହ୍ମପୁର:ସ୍ଥାନିୟ ଗୋଷାଣୀନୂଆଗାଁ ନେହେରୁ ନଗର-୧୦ମ ଲାଇନ୍ ଠାରେ ବହୁ ପ୍ରତିକ୍ଷୀତ ବୀର ବଜରଙ୍ଗ ବାଲି ହନୁମାନଙ୍କ ପାଞ୍ଚ ଦିନ ବ୍ୟାପୀ ଆରମ୍ଭ ହୋଇଥିବା ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ଵିତୀୟ ଦିବସ ସୋମବାର ଦିନ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସ ରବିବାର ଦିନ ଗୋଷାଣୀନୂଆଗାଁ ତଥା ଆଖପାଖ ଅଞ୍ଚଳବାସୀ ଏକ ବିରାଟ ପଟୁଆରରେ ଉତ୍ତରେଶ୍ୱର ମନ୍ଦିର ପରିସରରୁ କଳସରେ ଜଳ ନେଇ ମାଁ ମଙ୍ଗଳାଙ୍କ … Read more

କଳାକାରଙ୍କ ସହାୟତା ରାଶିରେ ବୃଦ୍ଧି କଲେ ରାଜ୍ୟ ସରକାର 

 ଭୁବନେଶ୍ଵର:   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ ସେମାନଙ୍କୁ  ପ୍ରଦାନ କରଯାଉଥିବା ସହାୟତା ରାଶିରେ  ବୃଦ୍ଧି ଘୋଷଣା କରିଛନ୍ତି । ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ୱାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି … Read more

ପାକିସ୍ତାନ ସେନାର ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ 

ଜମ୍ମୁ :  ପାକ୍ ରେଞ୍ଜର୍ସ କୌଣସି କାରଣ ନଥାଇ ବିଏସଏଫ ପୋଷ୍ଟ ଉପରକୁ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହାର ଜବାବରେ ବିଏସଏଫ ପକ୍ଷରୁ କଡା ଜବାବ ଦିଆଯାଇଛି । ବିଏସଏଫ ଓ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ୨୦ ମିନିଟରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ପାକିସ୍ତାନର ଜନତା ଇମ୍ରାନ ଖାଁଙ୍କ ସପକ୍ଷରେ ଛିଡ଼ା ହୋଇଥିବାବେଳେ ସେନା … Read more

ସାଧାରଣ ନିର୍ବାଚନ ପାଇଁ ବିଜେପିର ବିଭିନ୍ନ କମିଟି ଗଠିତ

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି  ଭାରତୀୟ ଜନତା ପାର୍ଟି  ଓଡିଶା ଶାଖା  ବିଭିନ୍ନ କମିଟି ଗଠନ କରିଛି। ଏଥିରେ କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଓ ଫାଇନାନ୍ସ କମିଟି ସାମିଲ ଅଛି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି, କୋର୍‌ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି … Read more