April 13, 2026 1:03 am

ବୀରମହାରାଜପୁର ଏନ୍‌ଏସି ହେଲା 

ଭୁବନେଶ୍ଵର: ବୀରମହାରାଜାପୁରବାସୀଙ୍କ ଅନେକ ଦିନର ଦାବି ପୂରଣ ହୋଇଛି। ରବିବାର ଦିନ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟରେ ଘୋଷଣା କରିଥିଲେ। ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଛି। ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା … Read more

ଟ୍ରାଇ ଆଣିବ ଦେଶୀ ଟ୍ରୁ କଲର,ଅଜଣା ନମ୍ବର ଧରାପଡିବ ଅନାୟାସାରେ 

ନୂଆଦିଲ୍ଲୀ: ମୋବାଇଲ ଫୋନ ଆଜି ଜୀବନର ଏକ ଅଙ୍ଗ ହୋଇପଡିଥିବା ବେଳେ ସବୁଲୋକଙ୍କ ଫୋନକୁ ପ୍ରାୟ ପ୍ରତିଦିନ କିଛି ଅଜଣା ନମ୍ବରରୁ ମଧ୍ୟ ଫୋନକଲ ଆସିଥାଏ । କେତେବେଳେ ମାଗଣା କ୍ରେଡିଟ କାର୍ଡ ଅଫର ହେଉ ତ କେତେବେଳେ ଋଣ ଅଫର । ପୁଣି ବେଳେବେଳେ କେତେକ ସଂଦିଗ୍ଧ କଲ ମଧ୍ୟ ଆସିଥାଏ । ଏସବୁ ସମସ୍ୟାର ସମାଧାନ ପାଇଁ ଟ୍ରୁକଲର ଆପ ବେଶ ସହାୟକ ହୋଇଥାଏ । କିନ୍ତୁ ଟ୍ରୁକଲର ଏକ ବିଦେଶୀ କମ୍ପାନି ହୋଇଥିବାବେଳେ … Read more

ରାଜ୍ୟରେ ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ସରକାର କ୍ରୀଡ଼ାକୁ ଗୁରୁତ୍ଵ ଦେଉଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି। ଏଥିରେ ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ସାମିଲ ରହିଛି। ମୁଖ୍ୟମନ୍ତ୍ରୀ ଏହାସହ ସୁନ୍ଦରଗଡ଼ ଜିଲ୍ଲାର ୧୦ଟି ସ୍ଥାନରେ ନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବୀରମିତ୍ରପୁରରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି। ରାଉରକେଲା ବହୁମୁଖୀ … Read more

ସାଧାରଣ ନିର୍ବାଚନ: ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ତାରିଖ 

ନୂଆଦିଲ୍ଲୀ: ଦେଶରେ ସଧାରଣ ନିର୍ବାଚନ ହେବାକୁ ଆନୁମାନିକ୨ ମାସ ସମୟ ବାକିଥିବାବେଳେ ଦିନକୁ ଦିନ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ନଜର ଏବେ ନିର୍ବାଚନ କମିସନଙ୍କ ଉପରେ ରହିଛି, ଯେ କେବେ ନିର୍ବାଚନ ତାରିଖ ଘୋଷଣ ହେବ ? ନ୍ୟୁଜ-୧୮ର ଏକ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ପରେ ଯେ କୌଣସି ଦିନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିସନ । ନିର୍ବାଚନ ପ୍ରସ୍ତୁତିର ଆକଳନ କରିବା ପାଇଁ ଏବେ କମିସନଙ୍କ … Read more

ତାଲିବାନ ଶାସନରେ ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ

କାବୁଲ: ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଏକ ଷ୍ଟାଡିୟମରେ ଆଜି  ତାଲିବାନ ଦୁଇ ଜଣଙ୍କୁ ସର୍ବସାଧାରଣରେ ହତ୍ୟା କରିଛି। ଜଣେ ସାମ୍ବାଦିକଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗଜନି ସହରର ଅଲି ଲାଲା ଅଞ୍ଚଳରେ ଏହି ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଲିବାନ ଏହି ଦୁଇ ଜଣଙ୍କ ଅପରାଧ ସମ୍ପର୍କରେ କୌଣସି ବିବରଣୀ ଦେବାକୁ ମନା କରିଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିନ ୧ଟା ସମୟରେ ଏହି ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଇଥିଲା । ପ୍ରଥମ ବ୍ୟକ୍ତିକୁ … Read more

କାଳିଆ ଯୋଜନାର ଅବଧିକୁ ଆହୁରି ୩ବର୍ଷ ବଢାଇଲେ ସରକାର

ଭୁବନେଶ୍ଵର: ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀମାନଙ୍କୁ ସହାୟତା ଆଗାମୀ ୩ ବର୍ଷ ପାଇଁ ବଢ଼ାଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ର  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ … Read more

ପଶ୍ଚିମ ଓଡ଼ିଶାରେ  ୨୪୦୦ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ପଖାପାଖି ୨୪୦୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଜିଲ୍ଲାଗସ୍ତରେ ଯାଇ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ୍ ଏବଂ ରୂପାନ୍ତରିତ ନୃସିଂହ ପୀଠ । ବିଜେପୁରର କନାପାଲିଠାରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ … Read more

ଶାହରୁଖ ଖାନଙ୍କ ବନ୍ଧୁ ଅଭିନେତା ଋତୁରାଜ ସିଂହଙ୍କ ଦେହାନ୍ତ 

ମୁମ୍ବାଇ: ହୃଦଘାତରେ ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ମୃତ୍ୟୁ ହୋଇଛି। ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍,  ଅଦାଲତ’, ‘ଦିୟା ଅର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଜି ଅଭିନେତାଙ୍କର ହଠାତ୍ ଦେହାନ୍ତ ଖବର ଶୁଣି ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। ତେବେ ୧୯୯୩ରେ ସେ ଟେଲିଭିଜନରେ କାମ ଆରମ୍ଭ କରିବା ପୂର୍ବରୁ … Read more

ପୁରୀ-କୋଣାର୍କ ନୂତନ ରେଳ ଲାଇନ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ଵର: ବିଶ୍ଵପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀ କୁ  ଅର୍କକ୍ଷେତ୍ର କୋଣାର୍କ ସହ ରେଳ ସଂଯୋଗ ହେବ।  ଓଡ଼ିଶାର ଏହି ଦୁଇ ଐତିହ୍ୟ ସ୍ଥାନକୁ ନୂଆ ରେଳଲାଇନ ନେଇ କେନ୍ଦ୍ରମନ୍ତ୍ରୀ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୩୨ କିଲୋମିଟର ନୂଆ ରେଳଲାଇନ୍‌ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ସୂର୍ଯ୍ୟମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡ଼ିବା ସ୍ବପ୍ନ ସାକାର ହେବ। ପୁରୀରୁ … Read more

ମାଟ୍ରନ୍‌ଙ୍କ ପାରିଶ୍ରମିକ ୧୦,୦୦୦ ରୁ ୧୫୦୦୦ ଟଙ୍କାକୁ  ବୃଦ୍ଧି କଲେ ଓଡିଶା ସରକାର 

ଭୁବନେଶ୍ଵର: ରାଜ୍ୟ ସରକାର ଜନଜାତି ଛାତ୍ରୀ ନିବାସ ମାଟ୍ରନ୍‌ମାନଙ୍କର ଦାବି ପୂରଣ କରିଛନ୍ତି।  ଏଣିକି ମାଟ୍ରନ୍‌ମାନେ ମାସିକ ୧୦ ହଜାର ଟଙ୍କା ବଦଳରେ ୧୫ ହଜାର ପାଇବେ। କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପାଇବେ। ସେହିପରି ଅବସର ସମୟରେ ୧ ଲକ୍ଷ ଟଙ୍କାର ସହାୟତା ପାଇବେ। ମାଟ୍ରନ୍‌ମାନଙ୍କ ମାସିକ ସହାୟତା ୫ ହଜାର ଟଙ୍କା ବଢ଼ାଇବା ପରେ ପରେ ରାଜ୍ୟ ସରକାର ୧୫ କ‌ୋଟି ଟଙ୍କାରୁ ଅଧିକ ଖର୍ଚ୍ଚ … Read more