April 13, 2026 2:10 am

ନନ କ୍ୟାଡର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ନନ କ୍ୟାଡର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ନନ କ୍ୟାଡର ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ୫୦% ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପିମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ … Read more

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି 

୭୫୦୦ ପାଉଥିଲେ ,ଏବେ  ପାଇବେ  ୧୦ ହଜାର ଟଙ୍କା ଭୁବନେଶ୍ୱର: ଅଙ୍ଗନବାଡି କର୍ମୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହି ନୂତନ ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ … Read more

ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶର ଗୌରବ ବଢାଇଛନ୍ତି: ରାଷ୍ଟ୍ରପତି

ଭୁବନେଶ୍ଵର: ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟ ନାରୀସଶକ୍ତିକରଣ ପାଇଁ ସୁନାମ ଅର୍ଜନ କରିଛି।   ଦେଶକୁ ଆଗେଇ ନେବାରେ ଅର୍ଥାତ ଆର୍ଥିକ, ସାମାଜିକ ଅଗ୍ରଗତି କ୍ଷେତ୍ରରେ ଛାତ୍ରୀମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ମୁଁ ନିଜକୁ ଗୌରାବାନ୍ବିତ କରୁଛି। ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଭାରତରେ ନୁହେଁ। ବିଶ୍ଵରେ  ମଧ୍ୟ … Read more

ଦେଶରେ ୩ଟିସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ପ୍ରକଳ୍ପ କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର  ୩ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ପ୍ରକଳ୍ପ ପ୍ରତିଷ୍ଠା ହେବ। ଆଜି  କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ସମ୍ପର୍କିତ ୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ଭାରତରେ ୧.୨୬ ଲକ୍ଷ କୋଟି ନିବେଶ ସୁଯୋଗ ସହିତ ସେମିକଣ୍ଡକ୍ଟର ଭାଲ୍ୟୁ ଚେନ ସ୍ଥାପିତ ହୋଇପାରିବ। ଇଲୋକ୍ଟ୍ରନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକଙ୍କୁ କହିଛନ୍ତି କ୍ୟାବିନେଟରେ ଗୁରୁବାର ୩ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବା ପ୍ରସ୍ତାବକୁ ଅନୁମ‌ୋଦନ କରାଯାଇଛି। ଏସବୁ ପ୍ଲାଣ୍ଟର ଭୂମି … Read more

ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ

ଭୁବନେଶ୍ୱର: ବିଲ୍-ମେଲିଣ୍ଡା ଗେଟସ ଫାଉଣ୍ଡେସନ୍ ଅଧକ୍ଷ୍ୟ ତଥା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜାଗାମିଶନ, ମିଶନ ଶକ୍ତି, ଓଡିଶା ସ୍କୁଲ ରୂପାନ୍ତରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ସ୍ୱାସ୍ଥ୍ୟସେବା ସମ୍ପର୍କିତ ଅନ୍ୟାନ୍ୟ ରୂପାନ୍ତରଣ କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ । ଅନ୍ୟପକ୍ଷରେ ବିଲ୍-ମେଲିଣ୍ଡା … Read more

ବିଲ୍‌ ଗେଟ୍‌ସଙ୍କୁ ସମ୍ମାନଜନକ  କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ 

ଭୁବନେଶ୍ୱର:  ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ଏବଂ ବିଲ୍‍ ଆଣ୍ଡ ମିଲିଣ୍ଡା ଗେଟସ୍‍ ଫାଉଣ୍ଡେସନ୍‍ର ସହ-ଅଧ୍ୟକ୍ଷ ବିଲ୍‌ ଗେଟ୍‌ସଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍‌ ଗେଟ୍‌ସଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସର୍ଜନଶୀଳ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ … Read more

ରାଜଧାନୀରେ କଂଗ୍ରେସ ସମାବେଶ 

ଭୁବନେଶ୍ୱର: ରାଜଧାନୀରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ  ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରଭାରୀ ଡ. ଅଜୟ ସିଂହ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକସେବା ଭବନ ଘେରାଉ ଆନ୍ଦୋଳନରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର କର୍ମୀ । ଲୋୟର ପିଏମଜିରେ କଂଗ୍ରେସ ନେତୃତ୍ୱଙ୍କ ସମେତ କର୍ମୀମାନେ ସୁରକ୍ଷା କର୍ଡନ ଭାଙ୍ଗିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଫଳରେ ଶତାଧିକ … Read more

‘ଆମ ହସ୍ପିଟାଲ’ ଲୋକାର୍ପିତ 

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ BMRC କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। … Read more

ବାହାଦୂରଗଡର ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା 

ଚଣ୍ଡୀଗଡ଼: ବାହାଦୂରଗଡର ପୂର୍ବତନ ବିଧାୟକ ନାଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ବା ଆଇଏନଏଲଡି ରାଜ୍ୟ ସଭାପତି ଥିଲେ। ଆଜି ଅପରାହ୍ନରେ କାରରେ ଯାଉଥିବାବେଳେ ନାଫେ ସିଂ ରାଠୀଙ୍କୁ କିଛି ଆକ୍ରମଣକାରୀ ଆକ୍ରମଣ କରିଥିଲେ | ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଗାଡିରେ ଯାତ୍ରା କରୁଥିବା ରାଠୀଙ୍କ ଜଣେ ସାଥୀଙ୍କର ମଧ୍ୟ … Read more

ଦାସ କାଠିଆ ରେ ମନ ମୋହିଲେ ହାସ୍ୟ ଯୋଗ କେନ୍ଦ୍ର ର କଳାକାର

ବ୍ରହ୍ମପୁର: ଓଡିଶା ରେ ବିଭିନ୍ନ ଲୋକକଳା ଥିବା ବେଳେ ଦାସ କାଠିଆ  ତାମଧ୍ୟ ରୁ ଅନ୍ୟତମ । ଲୋକକଳା ଦାସକାଠିଆର  ଚାହିଦା ଆଜି ମଧ୍ୟ ରହିଛି।ସ୍ଥାନୀୟ ହାସ୍ୟଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବରେ ଉକ୍ତ କେନ୍ଦ୍ରର ସଦସ୍ୟା ବିଷ୍ଣୁପ୍ରିୟା ମହାପାତ୍ର ପାଲା ଗାୟନ କରି ବେଶ ପ୍ରଶଂସା ପାଇଥିଲେ। ପାଳିଆ ଭାବେ ଅନଙ୍ଗ ମଞ୍ଜରୀ ପଣ୍ଡା ତାଙ୍କୁ ସହଯୋଗ କରିଥିଲେ।କାର୍ଯ୍ୟକ୍ରମକୁ ଉପସଭାନେତ୍ରୀ ମନୋରମା ଦେବୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଆରତୀ ଦେବୀ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ … Read more