April 13, 2026 3:21 am

ବିଜେପି ତେଲେଙ୍ଗାନାରେ ୫ଟି ଲୋକସଭା ଆସନ ଆଣିପାରେ : ଇଣ୍ଡିଆଟିଭି-ସିଏନଏକ୍ସ ସର୍ଭେ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସାଧାରାଣ ନିର୍ବାଚନରେ ଦେଶରେ ୩୭୦ ଟି ଲୋକସଭା ଆସନ ଜିତିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବା ବିଜେପି ଗତ ଥର ପରି ଏଥର ମଧ୍ୟ କର୍ଣ୍ଣାଟକରେ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିବ । କିନ୍ତୁ ଗତ ଥର ୨୫ଟି ଆସନ ଜିତିଥିବାବେଳେ ଏଥର ତାହା ୨୨କୁ ଖସି ଆସିବ । ଏପରି ପୂର୍ବାନୁମାନ କରିଛି ଇଣ୍ଡିଆଟିଭି-ସିଏନଏକ୍ସ ପୋଲ୍ । ୨୦୧୯ ନିର୍ବାଚନରେ ବିଜେପି ଏହି ଦକ୍ଷିଣ ରାଜ୍ୟରେ ଥିବା ମୋଟ ୨୮ଟି  ଲୋକସଭା ଆସନରୁ … Read more

ଇଂଲଣ୍ଡ୍-ଭାରତ ୫ମ ଟେଷ୍ଟ୍ ବର୍ଷା ଦ୍ଵାରା ବାଧାପ୍ରାପ୍ତ ହେବାର ଆଶଙ୍କା 

ଧର୍ମଶାଳା: ବର୍ଷା ଦ୍ଵାରା ବାଧାପ୍ରାପ୍ତ  ହୋଇପାରେ ଭାରତ ଏବଂ ଇଂଲଣ୍ଡ୍ ମଧ୍ୟରେ ମାର୍ଚ୍ଚ ୭ରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍।  ହିମାଚଳପ୍ରଦେଶର ଧର୍ମଶାଳାର ହିମାଚଳ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଧୋଇ ହୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ମ୍ୟାଚ୍ ପୂର୍ବରୁ ପାଣିପାଗ ବିଭାଗ ଦ୍ବାରା ଜାରି ହୋଇଥିବା ପୂର୍ବାନୁମାନ ରିପୋର୍ଟରୁ ଜଣାପଡ଼ିଛି ବର୍ଷା ଯୋଗୁ ମ୍ୟାଚ୍ ବାଧା ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ କହିଛି ଏଠାରେ ବର୍ଷା … Read more

ବିଜେଡ଼ି ଜିତିବ ୧୨୦ ରୁ ଊର୍ଦ୍ଧ୍ଵ ବିଧାନସଭା ଓ ୧୭ରୁ ଊର୍ଦ୍ଧ୍ଵ  ଲୋକସଭା ଆସନ : ସସ୍ମିତ ପାତ୍ର 

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ଆଉ ପାଖାପାଖି ମାସଟିଏ  ବାକି ଥିବାବେଳେ ଏଥର ୧୨୦ରୁ ଊର୍ଦ୍ଧ୍ଵ  ବିଧାନସଭା ଏବଂ ୧୭ ରୁ ଊର୍ଦ୍ଧ୍ଵ ଲୋକସଭା ଆସନରେ ବିଜୁ ଜନତା ଦଳ ଜିତିବା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଦୃଢ଼ୋକ୍ତି  ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜେଡି ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ଼ ସ୍ଥାନରେ … Read more

ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୫ରେ ଓଡିଶାରେ ୧୯,୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ 

ଭୁବନେଶ୍ଵର:  ଓଡିଶା ଗସ୍ତରେ ଆସି ମାର୍ଚ୍ଚ ୫ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଯାଜପୁରର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ର ସମ୍ବଧୀୟ ଅଟେ। ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ … Read more

ବିଜେପିରେ ମିଶ୍ରଣ ପର୍ବ: ପଦ୍ମ ଧରିଲେ ଆଇଏଏସ୍ ଟପର୍‌ ହୃଷୀକେଶ ପଣ୍ଡା 

ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଟପର୍ ତଥା ବିଶିଷ୍ଟ ସାହିତ୍ୟିକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ  ପଦ୍ମ ଧରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କାଳିଦାସପୁର ଗାଁର ଅଧିବାସୀ ଡ.ପଣ୍ଡା ୧୯୭୯ବ୍ୟାଚର ଆଇଏଏସ୍ ଟପର୍ ଥିଲେ। ଭାରତୀୟ ପ୍ରଶାସନିକ ସେବାରେ ଡ.ପଣ୍ଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ସଫଳତାର ସହ କାର୍ଯ୍ୟ କରିଆସିଥିଲେ ଏବଂ ୨୦୧୫ … Read more

୫୨ଟି ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି । ଏଥିରେ ୪ ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶ ମୋ ପାଇଁ ସବୁବେଳେ ପ୍ରାଥମିକତା ହୋଇ ରହି … Read more

ମହଙ୍ଗା ହେବ ଏୟାରଟେଲ ରିଚାର୍ଜ ପ୍ଲାନ!  

ନୂଆଦିଲ୍ଲୀ: ଭାରତରେ ଏୟାରଟେଲ ରିଚାର୍ଜ ତାରିଫ ପ୍ଲାନ ଗୁଡିକ ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି, ଯେଉଁଥିପାଇଁ ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିପାରେ।  ଏହାକୁ ନେଇ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ମିତ୍ତଲ ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତରେ ଖୁବଶୀଘ୍ର ଟେଲିକମ ଦର ବୃଦ୍ଧି ହେବାକୁ ଯାଉଛି । ତେବେ ଏନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ। ଏୟାରଟେଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ, ଯାହା ଆଗାମୀ ମାସରେ ଉପଭୋକ୍ତା ପିଛା ହାରାହାରି ରାଜସ୍ୱ … Read more

ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀ ଲୋକସଭା ଟିକଟ 

ନୂଆଦିଲ୍ଲୀ: ବହୁ କଲ୍ପନା ଜଳ୍ପନା ଭିତରେ ବିଜେପି ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦଳର  ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦିଲ୍ଲୀର ୭ଟି ଲୋକସଭା ଆସନ ମଧ୍ୟରୁ ୫ଟି ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଆଶ୍ଚର୍ଯ୍ୟ କଥା ହେଉଛି ଦଳ ୪ ଜଣ ସାଂସଦଙ୍କ ଟିକେଟ କାଟି ଦେଇଛି। ସେହିପରି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବ … Read more

କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ  ୨୫.୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡ଼ିକ ମାର୍ଚ୍ଚ ୧ରୁ ଗ୍ୟାସ ସିଲିଣ୍ଡର ଦରକୁ ସଂଶୋଧନ କରିଛନ୍ତି। କମ୍ପାନୀଗୁଡିକ ପକ୍ଷରୁ ଶୁକ୍ରବାର ସକାଳେ ଏନେଇ ଘୋଷଣା କରି ଉପଭୋକ୍ତାଙ୍କୁ ବଡ଼ ଝଟକା ଦେଇଛନ୍ତି। କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୨୫.୫୦ ଟଙ୍କା ବୃଦ୍ଧି ପାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ତୈଳ କମ୍ପାନୀଗୁଡିକ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଛୋଟ ଠେଲା ବ୍ୟବସାୟୀଙ୍କ ଉପରେ ବୋଝ ଲଦିଛନ୍ତି। ଲଗାତାର ଦୁଇମାସ ଧରି କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ … Read more

କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼ଃ ପି.କେ. ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼ଃ  ପି.କେ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ। ସେଠାରେ ଡ଼ଃ ମିଶ୍ର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ଏଥିସହିତ ଡ଼ଃ  ମିଶ୍ର ଭୁବନେଶ୍ୱର ଠାରେ ସିଏସଆଇଆର- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟଧାରା ସମୀକ୍ଷା କରିବା ସହିତ ଖଣିଜ ସମୃଦ୍ଧ ଓଡ଼ିଶାରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଅଧିକ ବିସ୍ତାରିତ କରିବା ଲାଗି ପରାମର୍ଶ ଦେଇଛନ୍ତି। ଡ଼ଃ ମିଶ୍ର ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ … Read more