ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ, ୩୩୦ ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗାଯାଉଛି

ଭୁବନେଶ୍ୱର: ଭୁବନେଶ୍ୱରର ନୀଳାଦ୍ରି ବିହାର ଅଞ୍ଚଳରେ ଜବରଦଖଲକୁ ନେଇ ଉତ୍ତେଜନା ଦେଖାଦେଇଛି। ୩୩୦ଟି ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗାଯିବାକୁ ଥିବାବେଳେ ଉଚ୍ଛେଦ ସମୟରେ ଲୋକଙ୍କ ଅସନ୍ତୋଷ ଦେଖାଦେଇଥିଲା । ମିଳିଥିବା ସୂଚନା ଅନୁସାରେ, ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏହି ଟ୍ରାଞ୍ଜିଟ୍ ହାଉସ୍‌ଗୁଡ଼ିକରେ ଦୀର୍ଘଦିନ ଧରି ଅନେକ ପରିବାର ରହିଆସୁଥିଲେ। ତେବେ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରିବାକୁ ଦାବି ହୋଇଛି। ଘର ଭାଙ୍ଗିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରାଯାଉ ବୋଲି ଲୋକମାନେ ଦାବି କରିଛନ୍ତି। ମାତ୍ର ସରକାରଙ୍କ … Read more

ଚିଟଫଣ୍ଡ ଠକେଇ ମାମଲାରେ ଏକ କୋଟି ଟଙ୍କା ସମେତ ଦାମୀ କାର୍ ଜବତ କଲା ଇଡି

ଭୁବନେଶ୍ୱର: Wellfare Buildings and Estates Pvt. Ltd. ଜରିଆରେ ୨୦୦୦ କୋଟିରୁ ଊର୍ଦ୍ଧ୍ଵ ଚିଟଫଣ୍ଡ ଠକେଇ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱର ଜୋନାଲ ଅଫିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। WBEPL କମ୍ପାନୀ ଲିଙ୍କରେ ୬ଟି ଦାମୀ କାର୍ ସମେତ ବହୁ ସମ୍ପତ୍ତି ଏକାଠି କରାଯାଇଛି। ଏନେଇ ଇଡି ପକ୍ଷରୁ ଗତକାଲି (ସୋମବାର) ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି। Prevention of Money Laundering Act (PMLA), ୨୦୦୨ ଧାରା ୧୭ ଅନୁଯାୟୀ … Read more

ଇନସ୍ୟୁରାନ୍ସ ନଥିଲେ ଜବତ ହେବ ଗାଡ଼ି :ପରିବହନ ବିଭାଗ

ଭୁବନେଶ୍ୱର: ଗତ କିଛିଦିନ ତଳେ ସୁପ୍ରିମକୋର୍ଟ ବୈଧ ବୀମା ନଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଆସିବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାରେ ଏହିଭଳି ଗାଡ଼ିଗୁଡ଼ିକୁ ଜବତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା,ଫିଟନେସ,ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ବୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। … Read more

ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇବାକୁ ସୋଆରେ ‘ନିଶାମୁକ୍ତ ଭାରତ’ ଅଭିଯାନ

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନବିଶ୍ୱବିଦ୍ୟାଳୟର ଶନିବାର କ୍ୟାମ୍ପସ-୪ ପରିସରରେ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ “ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରସଙ୍ଗ ଥିଲା ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସଂପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ ଭାରତ ଗଠନରେ ସେମାନଙ୍କର ସକ୍ରିୟ ଭୂମିକାକୁ ପ୍ରୋତ୍ସାହିତ କରିବା | ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଅଜିତ କୁଶୱାହା ମୁଖ୍ୟ ଅତିଥି ଭାବେ ଯୋଗ … Read more

କିମସରେ ନେଫ୍ରୋଲୋଜି ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱର କିମସ ନେଫ୍ରୋଲୋଜି ବିଭାଗ ପକ୍ଷରୁ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ କେଏନସି ୩.୦ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରମୁଖ ଅନୁଷ୍ଠାନରୁ ବିଶିଷ୍ଟ ବିଶେଷଜ୍ଞ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇ କିଡ୍‌ନୀ ଚିକିତ୍ସା କ୍ଷେତ୍ରର ସାମ୍ପ୍ରତିକ ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଡଭାନସେସ ଇନ ନେଫ୍ରୋଲୋଜି ଆଣ୍ଡ କିଡ୍‌ନୀ କେୟାର’ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି ସମ୍ମିଳନୀରେ ନେଫ୍ରୋଲୋଜି କ୍ଷେତ୍ରରେ ଉଦୀୟମାନ ନୂତନ ପ୍ରଯୁକ୍ତି, ଚିକିତ୍ସା ପଦ୍ଧତି … Read more

ପୋଖରୀରେ ଓଲଟି ପଡ଼ିଲା ଟ୍ରାକ୍ଟର, ଇଞ୍ଜିନ ତଳେ ଚାପି ହୋଇଗଲେ ଚାଳକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଧୀନ ଗୁଆପୁର ବାଲୁଙ୍କେଶ୍ୱର ନିକଟରେ ଆଜି ଏକ ଟ୍ରାକ୍ଟର ପୋଖରୀରେ ଓଲଟି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩ ଘଣ୍ଟାର ଅପରେସନ୍‌ ପରେ ପାଣି ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର କରାଗଲା । ମୃତ ଟ୍ରାକ୍ଟର ଚାଳକ ହେଲେ ଆଲୋଇ ଗାଁର ସୌମ୍ୟରଞ୍ଜନ କାଣ୍ଡି ଓରଫ ବିପିନ। ଖବର ଅନୁସାରେ, ଆଜି କୌଣସି କାରଣରୁ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇବା ଫଳରେ ରାସ୍ତା କଡ଼ରେ ଥିବା ଏକ … Read more

୧୬ତମ ନିଯୁକ୍ତି ମେଳା: ୧୩୨୬ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର

ଭୁବନେଶ୍ୱର: ୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ରେଳ ଅଡିଟୋରିୟମରେ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି । ସେ ୯ଟି ବିଭାଗରେ ନବ ନିଯୁକ୍ତ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗର ୩୬୪ ଜଣ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ, ଶକ୍ତି ବିଭାଗରେ ୨୪୦ ଜଣ, କୃଷି ଓ କୃଷକ ସଶକ୍ତିକରଣ ୧୧୮ ଜଣ, ସ୍ୱାସ୍ଥ୍ୟ ଓ ପରିବାର … Read more

ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ଏଗ୍ରିଷ୍ଟାକ୍ ଆଇଡି

ଭୁବନେଶ୍ୱର: ସମବାୟ ସଂସ୍ଥାରେ ଚାଷୀଙ୍କ ପାଇଁ ହେବ ‘ଏଗ୍ରିଷ୍ଟାକ୍ ଆଇଡି’ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଚାଷୀ ସମବାୟ ସଂସ୍ଥା ଆସି ନ ପାରିଲେ ସରକାର ଚାଷୀଙ୍କ ପାଖକୁ ଯିବ । ଯେଉଁମାନେ ରାଜ୍ୟରେ ନଥିବେ ସେମାନେ ଭିସି ଜରିଆରେ ସେମାନଙ୍କର ପଞ୍ଜୀକରଣ କରିପାରିବେ । ଏହି ପରିଚୟ ପତ୍ରରେ ଚାଷୀଙ୍କ ଚାଷ ସମ୍ପର୍କିତ ବିଭିନ୍ନ ତଥ୍ୟ ସହ ଚାଷ ଋଣ, ବିହନ, ସାର ଆଦି ସମ୍ପର୍କିତ ସୂଚନା ରହିବ। … Read more

ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନର୍ବାର ହେବ ତଦନ୍ତ : ଶୁଭେନ୍ଦୁ ଅଧିକାରୀ

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ସୂଚନା ଅନୁଯାୟୀ ମୃତ ଡାକ୍ତରଙ୍କ ମା’ ରତ୍ନା ଦେବନାଥ ବର୍ତ୍ତମାନ ବିଜେପି ବିଧାୟିକା ଅଛନ୍ତି l ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଝିଅ ସହିତ ହୋଇଥିବା ଅମାନବୀୟ ଘଟଣାର ପୁନଃ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ସଚିବ ଓ ବିଶେଷଜ୍ଞଙ୍କ ଏକ ଦଳ ସହିତ ବ୍ୟାପକ … Read more

IIRF-୨୦୨୬ ରାଙ୍କିଂ ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟସନାଲ ରାଙ୍କିଂ ଫ୍ରେମୱାର୍କ (IIRF)-୨୦୨୬ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ଏହି ରାଙ୍କିଂ ରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନ, ଭିମସାର ୬୪ତମ ସ୍ଥାନ ଏବଂ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୭୪ତମ ସ୍ଥାନ ହାସଲ କରିଛି l ପ୍ରଥମ ଥର ପାଇଁ ଓଡ଼ିଶାର ଏକ ସରକାରୀ ମେଡିକାଲ କଲେଜ ଏହାର ଏମ୍ସ ସମକକ୍ଷ ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇ … Read more