December 6, 2025 3:47 pm

ଆସାମ ରେ ବିଜେପିକୁ ଝଟକା: ଦଳ ଛାଡ଼ିଲେ ୧୮ ନେତା

ଆସାମ :ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଝଟ୍‌କା । ଚାରିଥରର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେନ ଗୋହାଇନ ବିଜେପିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ବିଜେପି ଛାଡ଼ିଛନ୍ତି ୧୮ ଜଣ ନେତା । ୭୪ ବର୍ଷୀୟ ରାଜେନ ଗୋହାଇନ୍ ୩୪ ବର୍ଷ ଧରି ବିଜେପି ସହ ସଂପୃକ୍ତ ଥିଲେ। ଆରଏସଏସ୍ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ବିଜେପି ଏହାର ମୂଳ ଆଦର୍ଶ ଓ ଆଞ୍ଚଳିକ ପ୍ରତିବଦ୍ଧତାରୁ ଓହରି ଯାଇଥିବା ଅଭିଯୋଗ କରି ଦଳ ଛାଡ଼ିଛନ୍ତି ରାଜେନ୍ ଗୋହାଇନ୍ । ଆସାମର ମୂଳ ଆଦିବାସୀଙ୍କୁ ବିଜେପି ହତାଶ କରୁଛି। ବାହାର ଲୋକଙ୍କୁ ଆସାମରେ ବସତି ସ୍ଥାପନ ପାଇଁ ଅନୁମତି ଦେଉଛି ବିଜେପି । ରାଜେନ ଗୋହାଇନ ଅଭିଯୋଗ କରିଛନ୍ତି ଯେ ବିଜେପିର ବରିଷ୍ଠ ନେତାମାନେ ପରିବାରବାଦକୁ ଉତ୍ସାହିତ କରୁଛନ୍ତି।