December 6, 2025 10:47 am

କାବୁଲରେ ଦୂତାବାସ ଖୋଲିବ ଭାରତ: ଜୟଶଙ୍କର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏହି ଘୋଷଣା କରିଛନ୍ତି । ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ କରିଛି । ଆଫଗାନ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆତଙ୍କବାଦ ବିରୋଧୀ ଲଢେଇରେ ଆଫଗାନ ସବୁବେଳେ ଆମ ସହ ରହିଛି । ପହଲଗାମ ଆକ୍ରମଣର ନିନ୍ଦା ମଧ୍ୟ କରିଥିବା କହିଛନ୍ତି ଜୟଶଙ୍କର ।
ଏବେ ଋଷିଆ ଓ ପାକିସ୍ତାନ ପରି ଦେଶରେ ଆଫଗାନିସ୍ତାନର ଦୂତାବାସ ରହିଛି । କାବୁଲରେ ଭାରତରେ ହାଇକମିଶନ ରହିଛି କିନ୍ତୁ ଦୂତାବାସ କେବେ ହୋଇପାରିନି । ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ହିଁ ଭାରତ ନିରବ ଥିଲା । କିନ୍ତୁ ଏବେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ତାଲିବାନରେ ଦୂତାବାସ ଖୋଲିବା ନେଇ ଘୋଷଣା କରିଛି ଭାରତ । ଆଫଗାନିସ୍ତାନରେ ବିକାଶ ଓ ସହାୟତର କାମ ଜାରି ରଖିବ ଭାରତ ବୋଲି ଜୟଶଙ୍କର କହିଛନ୍ତି। ଭାରତ ଆଫଗାନିସ୍ତାନକୁ ୨୦ଟି ଆମ୍ବୁଲାନ୍ସ ଦେବାକୁ ଘୋଷଣା କରିଛି। ଏନେଇ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି, ମୁଁ ଦିଲ୍ଲୀ ଆସି ବହୁତ ଖୁସି । ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ବୁଝାମଣାକୁ ବଢାଇବ। ଏହା ଦୁଇ ଦେଶ ପାଇଁ ବହୁତ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପଦକ୍ଷେପ । କାବୁଲରେ ଭାରତୀୟ ଦୂତାବାସ ଘୋଷଣା କରିବା ଶୁଣି ମୁଁ ବହୁତ ଖୁସି ।