May 30, 2026 12:44 am

CAA ପରିସରଭୁକ୍ତ ନହେଲେ ଗିରଫଦାରୀ ସହ ଦେଶରୁ ହେବେ ବିଦା

କୋଲକାତା: ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ ସରକାର ଆଭିମୁଖ୍ୟ ଅତ୍ୟନ୍ତ କଠୋର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ଏକ ବୟାନରେ କହିଛନ୍ତି ଯେଉଁମାନଙ୍କ ନାମ ନାଗରିକତ୍ୱ ସଂଶୋଧନ ଆଇନ (CAA) ର ପରିସରଭୁକ୍ତ ନୁହେଁ, ସେମାନଙ୍କୁ ରାଜ୍ୟ ପୋଲିସ ତୁରନ୍ତ ଗିରଫ କରିବ ଏବଂ ଦେଶରୁ ବାହାରକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିବ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ନିୟମ ଆଜିଠାରୁ ହିଁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେଉଛି।ପୂର୍ବରୁ କେନ୍ଦ୍ର ସରକାର CAA ନିୟମ ଅଧିସୂଚିତ କରି ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେତେବେଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗଳାରେ ଏହାକୁ କୌଣସି ପରିସ୍ଥିତିରେ ଲାଗୁ କରିବାକୁ ଦେବେ ନାହିଁ ବୋଲି ସର୍ବସାଧାରଣରେ ଘୋଷଣା କରିଥିଲେ। ପୂର୍ବ ସରକାର ପ୍ରଶାସନିକ ଡାଟା କେନ୍ଦ୍ର ସହ ସେୟାର ନକରିବା ଏବଂ ପ୍ରକ୍ରିୟାରେ ବିଳମ୍ବ କରିବା ଯୋଗୁଁ ଅନ୍ତର୍ଜାତୀୟ ସୀମା ପରିଚାଳନା ବେଶ ଜଟିଳ ହୋଇପଡ଼ିଥିଲା।ସରକାର ସମଗ୍ର ରାଜ୍ୟରେ ‘ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ’ (ଚିହ୍ନଟ, ବାଦ୍ ଏବଂ ବିଦା) ନୀତି କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ବିଦେଶୀ ନାଗରିକଙ୍କ ଅନୁପ୍ରବେଶ ଓ ସେମାନଙ୍କ ଗତିବିଧିକୁ ନିୟନ୍ତ୍ରଣ କରୁଥିବା କଠୋର ଆଇନଗତ ବ୍ୟବସ୍ଥା ଆଧାରରେ ରାଜ୍ୟରୁ ବେଆଇନ ନାଗରିକଙ୍କୁ ଚିହ୍ନଟ କରି ବାହାର କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Leave a Comment