April 12, 2026 6:13 am

ରାଜ୍ୟରେ ଖରିଫ ଋତୁରେ ରେକର୍ଡ ଧାନ ସଂଗ୍ରହ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଏଥର ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି । ବାକି ବଳକା ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର । ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି ସେମାନେ ଏହି ୭ ଦିନ ଭିତରେ ଧାନ ବିକ୍ରି କରିପାରିବେ । ଏଭଳି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମାର୍ଚ୍ଚ ୩୧ରେ ଧାମ କିଣା ଅବଧି ଶେଷ ହୋଇଥିବାବେଳେ ଆହୁରି ୭ ଦିନ ସମୟ ବଢ଼ାଇଛନ୍ତି ରାଜ୍ୟ ସରକାର । ଯାହାର ବି ଧାନ ଉଠିନି, ସେମାନଙ୍କ ଧାନ କ୍ରୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମିଲ୍‌ରେ ଜାଗାର ଅଭାବ ପାଇଁ ଧାନ କିଣା ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା। ଜଣେ ବି ଚାଷୀର ଧାନ ରହିବ ନାହିଁ । ସରକାର୍ ସମସ୍ତ ଧନ ଉଠାଇବେ। ଆସନ୍ତାବର୍ଷ କୁ ଏପରି ସମସ୍ୟା ଯେପରି ନହେବ ସେନେଇ ସରକାର ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି ।