April 12, 2026 2:05 am

ଆହତ ସମସ୍ୟା ପାଇଁ ୨ ସପ୍ତାହ ପର୍ଯ୍ୟନ୍ତ ଆଇପିଏଲ ଖେଳି ପାରିବେନି ଧୋନି

ନୂଆଦିଲ୍ଲୀ:ଆଇପିଏଲ ରେ ଚେନ୍ନାଇ ସୁପର କିଙ୍ଗସ ସୋମବାର ଠାରୁ ତା’ର ଅଭିଯାନ ଆରମ୍ଭ କରିବ।କିନ୍ତୁ ଏହା ପୂର୍ବରୁ ଚେନ୍ନାଇକୁ ଲାଗିଛି ସବୁଠାରୁ ବଡ଼ ଝଟକା। ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନି ଆହତ ହୋଇଛନ୍ତି। ଆହତ ସମସ୍ୟା ଅତ୍ୟନ୍ତ ଗୁରୁତର ଥିବାରୁ ଆସନ୍ତା ୨ ସପ୍ତାହ ପାଇଁ ସେ ଆଇପିଏଲର କୌଣସି ମ୍ୟାଚ ଖେଳି ପାରିବେ ନାହିଁ। ଧୋନିଙ୍କ ଗୋଡ଼ ରେ ସମସ୍ୟା ରହିଥିବାରୁ ସେ ଆଗାମୀ ୨ ସପ୍ତାହ ପାଇଁ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଆଜି ପ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଧୋନି ୨୦୨୫ ଆଇପିଏଲ ସମୟରେ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ସେ ସମସ୍ତ ମ୍ୟାଚ ଖେଳିଥିଲେ। ହେଲେ ଚଳିତ ବର୍ଷ ଆହତ ସମସ୍ୟା ଗୁରୁତର ଥିବାରୁ ଅତି କମରେ ସେ ଚେନ୍ନାଇ ପାଇଁ ପ୍ରଥମ ୪ଟି ମ୍ୟାଚ୍‌ ଖେଳି ନ ପାରନ୍ତି। ଧୋନି ବାଦ ପଡ଼ିଥିବାରୁ ଏବେ ୱିକେଟ କିପିଂ ଦାୟିତ୍ୱ ସଞ୍ଜୁ ସାମସନ କିମ୍ବା ଉର୍ଭିଲ ପଟେଲଙ୍କ ମଧ୍ୟରୁ ଜଣେ ସମ୍ଭାଳିବେ।