April 12, 2026 3:27 am

୪୦୦ କୋଟିରୁ ଅଧିକ ଅବୈଧ ରାଶି ଜବତ:EC

ନୂଆଦିଲ୍ଲୀ:ଦେଶର ୫ ରାଜ୍ୟରେ ନିର୍ବାଚନ ଘୋଷଣା ସହିତ ଆଚାର ସଂହିତା ଲାଗୁ ହୋଇଯାଇଛି। ଏଥିରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟାନୁଷ୍ଠାନ କରି ୪୦୦ କୋଟିରୁ ଅଧିକ ଟଙ୍କାର ଅବୈଧ ରାଶି ଜବତ କରିଛନ୍ତି। ଏହି ସୂଚନା ନିର୍ବାଚନ ଆୟୋଗ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଜବତ ପ୍ରବନ୍ଧନ ପ୍ରଣାଳୀ ଆକ୍ଟିଭ ହେବା ପରେ ଏହି ପ୍ରଚୁର ଧନରାଶି ଜବତ ହୋଇ ପାରିଛି। ଇଲେକ୍ସନ କମିଶନ କହିଛନ୍ତି ଯେ ମୋଟ ୪୦୮.୮୨ କୋଟି ଟଙ୍କା ଜବତ ହୋଇଛି।ଏଥିରୁ ୧୭.୪୪ କୋଟି ଟଙ୍କା ନଗଦ ଜବତ ହୋଇଥିବା ବେଳେ ୩୭.୫୬୮ ଟଙ୍କାର ମଦ, ୧୬୭.୩୮ କୋଟି ଟଙ୍କାର ନିଶା ସାମଗ୍ରୀ, ୨୩ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଓ ୧୬୩.୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ମାଗଣାରେ ଦିଆଯିବାକୁ ଥିବା ଉପହାର ସାମିଲ ଥିବା କୁହାଯାଇଛି।