March 25, 2026 4:14 pm

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ

ପୁରୀ :ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି ଟିମ୍ । ଏହି ସ୍ବତନ୍ତ୍ର ପ୍ରତିନିଧି ଦଳରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ ସାମିଲ ଅଛନ୍ତି । ଜିଓଲୋଜିଷ୍ଟ, ସ୍ବର୍ଣ୍ଣକାର, ଆରବିଆଇ ଅଧିକାରୀ ମଧ୍ୟ ଟିମ୍‌ରେ ସାମିଲ ଅଛନ୍ତ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛି ଟିମ୍ । ଗଣତି ମଣତିର ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଳଙ୍କାର ଗଣତି ମଣତି ହେବ । ଏହି ସମୟରେ ବାହାର କାଠରୁ ଦର୍ଶନ କରିବେ ଭକ୍ତ । ପୁରା SOPରେ ହେବ ଅଳଙ୍କାର ଚିହ୍ନଟ ସହ ଓଜନ । ୧୯୭୮ ମସିହା ତାଲିକା ସହ ମେଳ କରି ଲଗାଯିବ ୨୦୨୬ର ଟ୍ୟାଗ୍ । ପାରମ୍ପରିକ ବସ୍ତ୍ର ପରିଧାନ କରି ଭଣ୍ଡାର ଘରେ ପ୍ରବେଶ କରିବେ ସମସ୍ତ ସଦସ୍ୟ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଓ ପରେ ଭିତର ଭଣ୍ଡାରର ଅଳଙ୍କାର ଗଣାଯିବ । ସୁନା, ରୁପା, ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଗହଣାକୁ ଅଲଗା ଶ୍ରେଣୀଭୁକ୍ତ କରାଯିବ । ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ହେବ ପ୍ରତ୍ୟେକ ଅଳଙ୍କାରର ଓଜନ । ଅଭିଜ୍ଞ ସ୍ୱର୍ଣ୍ଣକାର କରିବେ ସୁନାର ଶୁଦ୍ଧତା ଓ ମୂଲ୍ୟବାନ ପଥରର ଗୁଣବତ୍ତା ଯାଞ୍ଚ ।୧୯୭୮ ମସିହାରେ ହୋଇଥିବା ପୂର୍ଣ୍ଣାଙ୍ଗ ତାଲିକା ଅନୁଯାୟୀ ହେବ ମେଳକ । ଗହଣାର ହାଇ-ରିଜୋଲ୍ୟୁସନ ଫଟୋ ଓ ଭିଡିଓ ଉଠାଯାଇ ପ୍ରସ୍ତୁତ କରାଯିବ ଡିଜିଟାଲ ଡାଟାବେସ୍ ।